୭ ଜିଲ୍ଲାରେ ୭ ଅକ୍ସିଜେନ୍ ୟୁନିଟ୍ ଉଦ୍‌ଘାଟିତ

ଭୁବନେଶ୍ୱର: ସ୍ୱାସ୍ଥ୍ୟ ଭିତ୍ତିଭୂମି କ୍ଷେତ୍ରରେ ଓଡ଼ିଶା ଲେଖିଲା ନୂଆ ଫର୍ଦ୍ଦ । ଉଦଘାଟିତ ହେଲା ପୂର୍ବ ଭାରତର ପ୍ରଥମ ଫୁସଫୁସ ଜନିତ ମେଡିସିନ୍ ଉତ୍କର୍ଷ କେନ୍ଦ୍ର । କଟକ ଏସସିବି ମେଡିକାଲରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିଛନ୍ତି ଏହି କେନ୍ଦ୍ର । ଏହାସହ ୭ ଜିଲ୍ଲାରେ ୭ଅକ୍ସିଜେନ ୟୁନିଟର ମଧ୍ୟ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

କଟକ ଏସସିବି ଓ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଲୋକାର୍ପଣ ହୋଇଛି ଅକ୍ସିଜେନ ୟୁନିଟ । ସେହିଭଳି ବାଲେଶ୍ୱର, କୋରାପୁଟ, ବଲାଙ୍ଗୀର ଭୀମଭୋଇ, ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜ ସହ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅକ୍ସିଜେନ ପ୍ଲାଣ୍ଟ ଉଦଘାଟିତ ହୋଇଛି ।

କୋଭିଡର ୨ୟ ଲହରରେ ଜନ ଜୀବନ ବିଶେଷ ପ୍ରଭାବିତ ହୋଇଛି । ଏହି ସମୟରେ ରେଗୀଙ୍କୁ ଅଧିକ ଅକ୍ସିଜେନ୍ ଆବଶ୍ୟକ ପଡୁଛି । ହେଲେ ଓଡ଼ିଶାରେ ଅକ୍ସିଜେନ ନେଇ କିଛି ସମସ୍ୟା ନାହିଁ । ତଥାପି ଜରୁରି କାଳିନ ପରିସ୍ଥିତି ପାଇଁ ଆଗୁଆ ପଦକ୍ଷେପ ନିଆଯାଇଛି ବୋଲି କହିଛନ୍ତି ମୁଖମନ୍ତ୍ରୀ ନୀବନ ପଟ୍ଟନାୟକ । ଏବେ ନିଜ ରାଜ୍ୟ ସହ ୧୭ଟି ରାଜ୍ୟକୁ ଅକ୍ସିଜେନ ଯୋଗାଣ ଜାରି ରହିଛି । ଏହା ହିଁ ପ୍ରତ୍ୟେକ ଓଡ଼ିଆ ପାଇଁ ଗର୍ବର ବିଷୟ । କରୋନା ଭୂତାଣୁର ପ୍ରକୃତି ଉପରେ ଆମେ ବହୁତ କମ୍‌ ଜାଣିଛନ୍ତି ।

ଆମକୁ ସବୁବେଳେ ସାବଧାନ ହୋଇ ଚଳିବାକୁ ପଡିବ ବୋଲି କହିଛନ୍ତି ନବୀନ । ଫକିର ମୋହନ ମେଡିକାଲ କଲେଜ ପରିସରରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ସମର୍ଥିତ ଅତିରିକ୍ତ ସ୍ବାସ୍ଥ୍ୟ ସୁବିଧା କେନ୍ଦ୍ର, ଡେଙ୍ଗୁ ଓ ଡାଇରିଆ ୱାର୍ଡ ଓ ରକ୍ତ ବର୍ଗୀକରଣ ୟୁନିଟର ଉଦଘାଟନ କରାଯାଇଛି । ଏଥିସହିତ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ ଆରିଟିପିସିଆର ଟେଷ୍ଟ ୟୁନିଟ କାର୍ଯ୍ୟକ୍ଷମ ହୋଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *