ମୂର୍ତ୍ତି ବିସଜର୍ନ କରିବା ହେଲା କାଳ, ଚାଲିଗଲା ୭ ଜୀବନ

ଲକ୍ଷ୍ନୌ: ମୂର୍ତ୍ତି ବିସଜର୍ନ ବେଳେ ଏକ ବଡ଼ ଧରଣର ଅଗଟଣ ଘଟିଛି । ପାଣିରେ ବୁଡ଼ି ୭ଜଣ ବାଳିକାଙ୍କ ମୃତ୍ୟୁ ଘଟିଛିି । ଏହି ଘଟଣା ଝାଡଖଣ୍ଡର ଲାତେହାରର ବାଲୁମାଥ ଥାନା ଅଞ୍ଚଳରେ ଥିବା ଶେରେଗାଡ଼ା ଗ୍ରାମରେ ଘଟିଥିବା ଜଣାପଡ଼ିଛି । ବିଶ୍ୱକର୍ମା ପୂଜା ପାଇଁ ମୂର୍ତ୍ତି ବିସର୍ଜନ କରିବାକୁ ଯାଇଥିବା ସମୟରେ ଏହି ୭ଜଣ ବାଳିକା ବୁଡି ଯାଇଥିବା ସୂଚନା ମିଳିଛି । ମୃତକଙ୍କ ବୟସ ୧୦ରୁ ୨୦ ବର୍ଷ ମଧ୍ୟରେ ହେବ ବୋଲି ସୂଚନା ମିଳିଛି । ଏହି ଘଟଣାକୁ ନେଇ ଗାଁରେ ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇଛି । ସୂଚନା ଅନୁଯାୟୀ, ମୃତକଙ୍କ ମଧ୍ୟରେ ତିନି ଜଣ ଝିଅ ନିଜ ଭଉଣୀ ଥିଲେ । ମୃତକ ମାନେ ହେଲେ ରେଖା କୁମାରୀ(୧୮), ଲକ୍ଷ୍ମୀ କୁମାରୀ(୮), ରୀନା କୁମାରୀ(୧୧), ମୀନା କୁମାରୀ(୮), ପିଙ୍କି କୁମାରୀ(୧୫), ସୁଷମା କୁମାରୀ(୭), ସୁନୀତା କୁମାରୀ(୧୭) । ଏମାନେ ବିସର୍ଜନକୁ ଯାଇଥିବା ସମୟରେ ଏହି ଅଘଟଣ ଘଟିଥିଲା । ବୁଡ଼ି ଯିବା ପରେ ଗାଁ ଲୋକମାନେ ଯେତେବେଳେ ଝିଅ ମାନଙ୍କୁ ଉଦ୍ଧାର କରିବାପାଇଁ ପହଞ୍ଚିଥିଲେ ସେତେବେଳେ ଝିଅମାନେ ବୁଡ଼ିଯାଇଥିଲେ ଓ ବାହାରକୁ ଆଣିବା ବେଳେ ସେମାନଙ୍କ ମୃତ୍ୟୁ ବି ହୋଇଯାଇଥିଲା । ଖବର ପାିଁ ଘଟଣା ସ୍ଥଳରେ ପୋଲିସ ମୃତଦେହ ଉଦ୍‌ଧାର ବ୍ୟବ;ଚ୍ଛଦ ପାିଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *