ଝାରସୁଗୁଡା ସବ୍‌ଜେଲରେ ପଶିଲା କରୋନା, ୬୮ଜଣ କଏଦୀ କରୋନା ପଜିଟିଭ୍‌ ଚିହ୍ନଟ

ଝାରସୁଗୁଡା  : ଝାରସୁଗୁଡା ସବ୍‌ଜେଲରେ ପଶିଲା କରୋନା । ୬୮ଜଣ କଏଦୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଉପ-କାରାଗାରରେ ୨୮୦ ଜଣ ଅନ୍ତେବାସୀ ଅଛନ୍ତି। ସେମାନଙ୍କ ମଧ୍ୟରୁ ୬୮ଜଣ କରୋନା ଆକ୍ରାନ୍ତ ହୋଇଥିବା ଝାରସୁଗୁଡା ଉପ- କାରଗାର ଅଧୀକ୍ଷକ ଦେବେନ୍ଦ୍ର ଥାଟି କହିଛନ୍ତି । କରୋନା ଆକ୍ରାନ୍ତ ହୋଇଥିବା କଏଦୀଙ୍କ ପାଇଁ ଜେଲ ଭିତରେ ସ୍ୱତନ୍ତ୍ର ଆଇସୋଲେସନ ବ୍ୟବସ୍ଥା କରାଯାଇଛି । ଦୁଇଟି ସେଲ୍‌ରେ ୫୦ ଜଣ ଲେଖାଏ ଆଇସୋଲେସନରେ ଅଛନ୍ତି । ଜଣଙ୍କ ଶରୀର ଖୁବ୍ ଖରାପ ହୋଇପଡ଼ିବାରୁ ତାଙ୍କୁ ଝାରସୁଗୁଡା କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ ଥିବା ଜଣାପଡିଛି । ଆଜି ଝାରସୁଗୁଡା ଜିଲ୍ଲାରୁ ୩୨୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *