ମୋଦି ୨.୦ରେ ସାମିଲ ହେବେ ୬ ଡାକ୍ତର ଓ ୭ ଆଇଏଏସ

ନୂଆଦିଲ୍ଲୀ: କ୍ରମାଗତ ଦ୍ୱିତୀୟ ଥର ପାଇଁ ୨୦୧୯ରେ କ୍ଷମତାକୁ ଆସିବା ପରେ ମୋଦୀ ସରକାରରେ ପ୍ରଥମ ଥର ପାଇଁ କ୍ୟାବିନେଟ ସଂପ୍ରସାରଣ ହେବାକୁ ଯାଉଛି । କ୍ୟାବିନେଟ ସଂପ୍ରସାରଣ ପୂର୍ବରୁ ୭ ରାଷ୍ଟ୍ରମନ୍ତ୍ରୀଙ୍କ ସମେତ ୧୧ ଜଣ ମନ୍ତ୍ରୀ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । ତେବେ ମୋଦୀ ୨.୦ରେ ପ୍ରଥମ ଥର ପାଇଁ ସ୍ୱାସ୍ଥ୍ୟ କର୍ମୀ, ପ୍ରଶାସନିକ ଅଧିକାରୀ ଓ ଇଞ୍ଜିନିୟର ମାନଙ୍କୁ ପ୍ରାଧାନ୍ୟ ଦିଆଯାଇଛି । ସୂଚନା ଅନୁଯାୟୀ ମୋଦୀ କ୍ୟାବିନେଟରେ ସାମିଲ ହେବାକୁ ଥିବା ମନ୍ତ୍ରୀଙ୍କ ମଧ୍ୟରେ ୬ ଜଣ ଡାକ୍ତର, ୭ ଜଣ ପ୍ରଶାସନିକ ଅଧିକାରୀ, ୫ ଜଣ ଇଞ୍ଜିନିୟର, ୧୩ ଜଣ ଓକିଲ, ୭ ଜଣ ପିଏଚଡି ଏବଂ ୬୮ ଜଣ ସ୍ନାତକ ରହିବାର ସମ୍ଭାବନା ରହିଛି । ଯଦି ଏହି ଆକଳନ ଠିକ୍ ହୁଏ ତେବେ ପ୍ରଥମ ଥର ପାଇଁ ମନ୍ତ୍ରୀମଣ୍ଡଳରେ ଶିକ୍ଷାକୁ ପ୍ରାଧାନ୍ୟ ଦିଆଯାଇଛି । ଏହା ସହିତ ପ୍ରଥମ ଥର ପାଇଁ ସର୍ବାଧିକ ୧୧ ଜଣ ମହିଳା ମନ୍ତ୍ରୀଙ୍କୁ କ୍ୟାବିନେଟରେ ସ୍ଥାନ ଦିଆଯିବ । ଦଳିତ ବର୍ଗରୁ ୧୨ ଜଣଙ୍କୁ ମନ୍ତ୍ରୀପଦ ମିଳିବାର ସମ୍ଭାବନା ରହିଥିବା ବେଳେ ୨ ଜଣଙ୍କୁ କ୍ୟାବିନେଟ୍ ପାହ୍ୟା ମିଳିବ । ଅନ୍ୟାନ୍ୟ ପଛୁଆ ବର୍ଗରୁ ୨୭ ଜଣଙ୍କୁ କ୍ୟାବିନେଟରେ ସ୍ଥାନ ମିଳିବ ବୋଲି ଜଣାପଡିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *