ରାଜ୍ୟରେ ଆଜି ୫୭୩ କରୋନା ଆକ୍ରାନ୍ତ ଚିହ୍ନଟ, ସର୍ବାଧିକ ଖୋର୍ଦ୍ଧା

ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଦିନକୁ ଦିନ ନୂଆ ସଂକ୍ରମିତଙ୍କ ଚିହ୍ନଟ ହେବା ପ୍ରଶାସନ ଓ ଜନସାଧାରଣଙ୍କୁ ଚିନ୍ତାରେ ପକାଇଛି । ପ୍ରତିଦିନ ନିୟମିତ ଭାବରେ ଶହେରୁ ଅଧିକ ବଢ଼ିବାରେ ଲାଗିଛି । ଅର୍ଥାତ ରାଜ୍ୟରେ କରୋନା ଭୂତାଣୁର କାୟା ବିସ୍ତାର ହେବାରେ ଲାଗିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୫୭୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଗତ କିଛି ଦିନ ହେବ କରୋନା ସଂକ୍ରମଣ ୫୦୦ ପାଖାପାଖି ରହୁଥିବା ବେଳେ ଆଜି ରାଜ୍ୟରେ ୫୦୦ ଡେଇଁଛି ଦୈନିକ ପଜିଟିଭ ସଂଖ୍ୟା । ଆଜି ରାଜ୍ୟରେ ୫୭୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୩୩୭ ସଙ୍ଗରୋଧରେ ଥିବାବେଳେ ୨୩୬ ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡ଼ିଛି ।

ମିଳିଥିବା ସୂଚନା ମୁତାବକ, ଗତ ୨୪ ଘଣ୍ଟାରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୬ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବରଗଡ଼ରୁ ୪୩, ଅନୁଗୁଳରୁ ୩୨, ଭଦ୍ରକରୁ ୩, କଟକରୁ ୨୮, କଳାହାଣ୍ଡିରୁ ୨୪, ବଲାଙ୍ଗୀରରୁ ୨୦ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ଗଜପତିରେ ୩, ଗଞ୍ଜାମରେ ୮, ବୌଦ୍ଧ ଓ ଦେବଗଡ଼ରୁ ଜଣେ ଲେଖାଏଁ, ଯାଜପୁରରେ ୧୩ , ଜଗତସିଂହପୁରରେ ୪, ଝାରସୁଗୁଡାରେ ୩୯ , କନ୍ଧମାଳରେ ୧, କେନ୍ଦ୍ରାପଡାରେ ଜଣେ, କେଉଁଝରରେ ୮, କୋରାପୁଟରେ ୩, ମୟୂରଭଞ୍ଜରେ ୧୩ , ନବରଙ୍ଗପୁରରେ ୩ , ନୟାଗଡ଼ରେ ୧, ନୂଆପଡ଼ାରେ ୬୦ , ପୁରୀରେ ୧୬ , ରାୟଗଡ଼ାରୁ ୧୬, ବାଲେଶ୍ୱରରୁ ୧୧, ସମ୍ବଲପୁରରେ ୨୧ , ସୋନପୁରରେ ୨ , ସୁନ୍ଦରଗଡ଼ରେ ୮୦ , ଷ୍ଟେଟ ପୁଲରେ ୨୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏବେ ରାଜ୍ୟରେ ମୋଟ କରୋନା ପଜିଟିଭଙ୍କ ସଂଖ୍ୟା ୩, ୪୩,୨୬୮ । ଏବେ ବି ୩୩୫୮ଜଣ ସକ୍ରିୟ ଅଛନ୍ତି ।

ଅନ୍ୟପଟରେ ରାଜ୍ୟରେ ଦେଖାଦେଇପାରେ କରୋନା ଟିକାର ଅଭାବ । ମହଜୁଦ ଅଛି ୬ ଲକ୍ଷ ଡୋଜ୍ କୋଭିସିଲ୍ଡ ଟିକା । ଗଚ୍ଛିତ ଟିକା ୨ ଦିନ ଯିବା ନେଇ ଆଶଙ୍କା ପ୍ରକାଶ । ଅଧିକ ଟିକା ଯୋଗାଇବା ପାଇଁ କେନ୍ଦ୍ରକୁ ଚିଠି ଲେଖିଲା ରାଜ୍ୟ । ରାଜ୍ୟରେ ୧ କୋଟି ୧୬ ଲକ୍ଷ ଲୋକଙ୍କ ଟିକାକରଣ ନେଇ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ୩୩ ଲକ୍ଷ ୪ ହଜାର ୭୩୨ ଜଣଙ୍କୁ ଟିକା ଦିଆଯାଇଥିବା ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।

ତେବେ ରାଜ୍ୟରେ କରୋନା ବଢ଼ି ଚାଲିଥିବା ବେଳେ ଟିକାକରଣକୁ ଗୁରୁତ୍ୱ ଦେଉଛନ୍ତି ସରକାର । ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ଟିକାକରଣରେ ରେକର୍ଡ କରୁଛି । ତେଣୁ ଅଧିକ ଟିକା ଯୋଗାଇ ଦେବାକୁ କେନ୍ଦ୍ରକୁ ଜଣାଇଛନ୍ତି ରାଜ୍ୟ ସରକାର । ତେବେ ଆଜି ରାଜ୍ୟରେ କରୋନା ସଂକ୍ରମଣ ୫ ଶହ ଟପିଛି । ଗତ ୨୪ ଘଣ୍ଟା ଭିତରେ ୫୭୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ ୩୩୭ ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୨୩୬ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ୨୪ଘଣ୍ଟା ଭିତରେ ୩୦୦ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । କରୋନାରୁ କବଳରୁ ରକ୍ଷା ପାଇବାକୁ ସାରା ଦେଶରେ ଟିକାକରଣକୁ ଫୋକସ ଦିଆଯାଉଥିବା ବେଳେ ରାଜ୍ୟରେ ଟିକାର ଅଭାବତାକୁ ନେଇ ଆଶଙ୍କା ଦେଖାଦେଇଛି । ସେହିପରି ରାଜ୍ୟକୁ ପୁଣି ଥରେ ଫେରିଛି ନାଇଟ୍ କର୍ଫ୍ୟ । ରାଜ୍ୟରେ କରୋନାର ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି । ତେଣୁ ଏହି ମହାମାରୀର ଭୟବହତାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ରାଜ୍ୟର ୧୦ ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଲାଗୁ କରାଯାଇଛି । ରାତି ୧୦ଟାରୁ ଭୋର ୫ଟା ଯାଏ ଏହା କାର୍ଯ୍ୟକାରୀ ହେବ । ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, ମାଲକାନଗିରି, ନବରଙ୍ଗପୁର ଓ କୋରାପୁଟ ଆଦି ୧୦ଟି ଜିଲ୍ଲାରେ ଆଜି ଠାରୁ ନାଇଟ୍ କର୍ଫ୍ୟୁ ଲାଗୁ ହେବ । ନାଇଟ୍ କର୍ଫ୍ୟୁ ସମୟରେ ଅତ୍ୟାବଶ୍ୟକ ସେବା ଜାରି ରହିବ । ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ଏହି ନିୟମ ବଳବତ୍ତର ରହିବ ବୋଲି କୁହାଯାଇଛି ।

 

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *