ଓଡ଼ିଶାର ୪ ଜିଲ୍ଲାରେ ହେବ ୫୫୦ କୋଭିଡ ବେଡ

ଭୁବନେଶ୍ୱର  : ଓଡ଼ିଶାର ୪ ଜିଲ୍ଲାରେ ହେବ ୫୫୦ କୋଭିଡ ବେଡ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧ ରଖିଛନ୍ତି କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ।ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ଅନୁଗୁଳ ଜିଲ୍ଲାରେ ୫୫୦ କୋଭିଡ ବେଡ ସହ ଆନୁସଙ୍ଗିକ ସ୍ବାସ୍ଥ୍ୟ ଉପକରଣ ଯୋଗାଇବା ପାଇଁ MCLକୁ କେନ୍ଦ୍ର କୋଇଲା ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଗତ ୭ ତାରିଖରେ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଚିଠି ଲେଖିଥିଲେ ଧର୍ମେନ୍ଦ୍ର ପ୍ରଧାନ । ସମ୍ବଲପୁରରେ ୧୫୦ଟି, ସୁନ୍ଦରଗଡ଼ ବସୁଦ୍ଧରା ଓ ଝାରସୁଗୁଡ଼ା ବ୍ରଜରାଜନଗର କୋଭିଡ ହସ୍ପିଟାଲରେ ୫୦ଟି ଲେଖାଏଁ ଅକ୍ସିଜେନ ସଂଯୁକ୍ତ ବେଡ କରିବାକୁ ଚିଠିରେ ଅନୁରୋଧ କରିଥିଲେ ଧର୍ମେନ୍ଦ୍ର । MCLକୁ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କ ନିର୍ଦେଶ ପରେ ଉଭୟ ପ୍ରହ୍ଲାଦ ଯୋଶୀ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧର୍ମେନ୍ଦ୍ର ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି । ତେବେ ଓଡ଼ିଶାରେ କୋଭିଡ ପରିଚାଳନା ପାଇଁ ୧୪୦କୋଟି ଟଙ୍କା ଖର୍ଚ୍ଚ କଲାଣି MCL ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *