କରୋନା ସଂକ୍ରମଣ ଓ ଯାତ୍ରୀ ଅଭାବ ଯୋଗୁଁ ୫ଟି ସ୍ୱତନ୍ତ୍ର ଟ୍ରେନ୍ ବାତିଲ ନିଷ୍ପତ୍ତି

ଭୁବନେଶ୍ୱର: ପୂର୍ବତଟ ରେଳ ପରିସୀମାରୁ ବିଭିନ୍ନ ସ୍ଥାନକୁ ଯାଉଥିବା ୫ ଯୋଡ଼ା ଟ୍ରେନ୍ ବାତିଲ ନିଷ୍ପତ୍ତି ହୋଇଥିବା ଜଣାଯାଇଛି । ରାଜ୍ୟ ତଥା ଦେଶରେ କରୋନା ସଂକ୍ରମଣ ବୃଦ୍ଧି ଓ ଆବଶ୍ୟକ ପରିମାଣରେ ଯାତ୍ରୀ ନହେବାରୁ ଏହି ଟ୍ରେନ୍ ଗୁଡ଼ିକ ଟ୍ରେନ୍ ବାତିଲ କରାଯାଇଛି । ପୂର୍ବତଟ ରେଳପଥ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ସୂଚନା ଅନୁସାରେ ପୁରୀ-ଗୁଣପୁର-ପୁରୀ ସ୍ୱତନ୍ତ୍ର ଟ୍ରେନ୍‌, ସମ୍ବଲପୁର-ପୁରୀ-ସମ୍ବଲପୁର ସ୍ୱତନ୍ତ୍ର ଟ୍ରେନ୍ ଓ ପୁରୀ-ଦୁର୍ଗ-ପୁରୀ ସ୍ୱତନ୍ତ୍ର ଟ୍ରେନ୍ ଚଳିତ ମାସ ୫ ତାରିଖ ଠାରୁ ବାତିଲ ରହିବ । ସେହିପରି ଇନ୍ଦୋର-ପୁରୀ-ଇନ୍ଦୋର ସ୍ୱତନ୍ତ୍ର ଚଳିତ ମାସ ୬ ତାରିଖ ଠାରୁ ବାତିଲ ନେଇ ନିଷ୍ପତ୍ତି ହୋଇଛି ।

ସୂଚନାଯୋଗ୍ୟ, ରାଜ୍ୟରେ କରୋନା ଭାଇରସ ମହାମାରୀ ଦିନକୁ ଦିନ ଉଗ୍ର ରୂପ ନେଉଛି । ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଥିବାରୁ ରାଜ୍ୟସାରା ମେ’ ୫ ତାରିଖ ଠାରୁ ୧୯ ପର୍ଯ୍ୟନ୍ତ ଲକଡାଉନ ରହିବ । ଏଥି ସହିତ ଶନିବାର ଓ ରବିବାର ସଟଡାଉନ ଜାରି ରହିବ । ଲକ୍‌ଡାଉନ ଆରମ୍ଭ ହୋଇଯିବା ପରେ ରାଜ୍ୟରେ ସାଧାରଣ ପରିବହନ ଉପରେ କଟକଣା ଲାଗୁ ହୋଇଯିବ । ଲୋକଙ୍କର ଯାତାୟତ କମ ହେବ । ଟ୍ରେନଗୁଡ଼ିକରେ ମଧ୍ୟ ପୂର୍ବଭଳି ଲୋକେ ଯାତାୟତ କରୁନାହାନ୍ତି ।

 
Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *