5ଟି ସଚିବଙ୍କୁ ନିଆଳିର ସମସ୍ୟା ର ସମାଧାନ ପାଇଁ ସାମ୍ବାଦିକ ସମ୍ମିଳନୀ ରେ ଅନୁରୋଧ |

5ଟି ସଚିବଙ୍କୁ ନିଆଳିର ସମସ୍ୟା ର ସମାଧାନ ପାଇଁ ସାମ୍ବାଦିକ ସମ୍ମିଳନୀ ରେ ଅନୁରୋଧ |
ନିଆଳି: 07.08.23 BREAKING NEWS ODIA (report by bijay kumar panda ) ନିଆଳି ତଥା ଓଡିଶା ର ଅଗ୍ରଣୀ ସ୍ୱେଚ୍ଛାସେବୀ ତଥା ଗାନ୍ଧିବାଦୀ ଅନୁଷ୍ଠାନ ତରଫରୁ ବିଗତ 9ବର୍ଷ ହେବ ବିଭିନ୍ନ ଦାବୀ ପ୍ରଶାସନ ପାଖରେ ଜଣାଇଆସୁଥିବା ବେଳେ ପ୍ରଶାସନ ନିରବ ଦ୍ରଷ୍ଟା ହୋଇ ରହି ଯାଉଛନ୍ତି ତେଣୁ ନିଆଳି କୁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଙ୍କ ବ୍ୟକ୍ତିଗତ 5ଟି ସଚିବ ସାର ନିଆଳି ଆସୁଛନ୍ତି ସେଥିପାଇଁ ସାମ୍ବାଦିକ ସମ୍ମିଳନୀ ମାଧ୍ୟମ ରେ ସମସ୍ତ ଦାବୀ କୁ ଉଥାପନ କରାଯାଇଛି. ଯଥା,କସର୍ଦା ଫାଣ୍ଡି କୁ ଥାନା ର ମାନ୍ୟତା ସହ ସିଠାଳ ଏବଂ ବିନିଶପୁର ରେ ଫାଣ୍ଡି, ନିଆଳି ଏବଂ ଅଡ଼ଶପୁର କୁ ବିଜ୍ଞାପିତ ଅଞ୍ଚଳ, ନିଆଳି କୁ ସ୍ୱତନ୍ତ୍ର ଜିଲ୍ଲା ଭାବେ ଗଠନ କରାଯାଉ, ନିଆଳି ଏବଂ ଅଡ଼ଶପୁର କୁ ସମ୍ପ୍ରସାରଣ ସହ ଟ୍ରାଫିକ ବ୍ୟବସ୍ଥା,ଅଡ଼ଶପୁର ରୁ ଜଗତସିଂହପୁର ରୁ ରୋଡ଼ କୁ ସମ୍ପ୍ରସାରଣ ସହ ରାଜ୍ୟରାଜପଥ ର ମାନ୍ୟତା,ଉଦୟନାଥ ସ୍ୱୟଂ ଶାସିତ ମହାବିଦ୍ୟାଳୟ କୁ ଗ୍ରାମୀଣ ବିଶ୍ୱବିଦ୍ୟାଳୟର ମାନ୍ୟତା, ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀ ଜନ୍ମ ଶତବାର୍ଷିକ ଅବସରରେ ପ୍ରତ୍ୟେକ ବିଶ୍ୱବିଦ୍ୟାଳୟ ରେ ମହାତ୍ମା ଗାନ୍ଧୀ ଚ୍ୟାର ପ୍ରତିଷ୍ଠା, ନିଆଳି ନିର୍ବାଚନ ମଣ୍ଡଳୀ ସମସ୍ତ ମହାବିଦ୍ୟାଳୟ କୁ ଆର୍ଥିକ ଅନୁଦାନ ପ୍ରଦାନ,ସମସ୍ତ ମେଡିକାଲ ର ମରାମତି ଏବଂ ସ୍ଥାୟୀ ଡାକ୍ତର ନିଯୁକ୍ତି, ଫୁଲ ନଖରା ରୁ ନିଆଳି ରାଜରାସ୍ତା ର ସମ୍ପ୍ରସାରଣ ସହ ଷ୍ଟ୍ରୀଟ ଲାଇଟି ବ୍ୟବସ୍ଥା, ବିଭିନ୍ନ ଗ୍ରାମ୍ୟ ରାସ୍ତା ର ନିର୍ମାଣ, ପ୍ରତ୍ୟେକ ବିଦ୍ୟାଳୟ ମହାବିଦ୍ୟାଳୟରେ ଯୋଗ ଶିକ୍ଷକ ନିଯୁକ୍ତି, ନିଆଳି ନିର୍ବାଚନ ମଣ୍ଡଳୀ ରେ ଶୀତଳ ଭଣ୍ଡାର ସହ ଚାଷୀମାନଙ୍କୁ ମାଗଣା ରେ ବିଦ୍ୟୁତ ଯୋଗାଣ,ରେଳ ସଂଯୋଗୀ କରଣ, ଐତିହାସିକ ଦିପୋଟି ମେଳଣର ବିକାଶ ସହ ତୋରଣ ଏବଂ ଗଡାର ନିର୍ମାଣ,ପଶୁ ଚିକିତ୍ସା ପାଇଁ ଗବେଷଣା କେନ୍ଦ୍ର ପ୍ରତିଷ୍ଠା, ନିଆଳି ରେ ମେଡିକାଲ କଲେଜ ପ୍ରତିଷ୍ଠା, ପ୍ରାଚୀ ନଦୀ ର ପୁନଃଉଦ୍ଧାର, ପ୍ରମୁଖ ଦାବୀ ଓଡିଶା ସରକାରଙ୍କ 5ଟି ସଚିବ ଶ୍ରୀ ଭି କେ ପାଣ୍ଡିଆନ ସାର ଙ୍କୁ ଦିଆ ଯିବ. ଆଜି ସାମ୍ବାଦିକ ସମ୍ମିଳନୀ ରେ ଉପସ୍ଥାପନ କରିଥିଲେ. ଏଥିରେ ଅନୁଷ୍ଠାନ ର ସଭାପତି ପ୍ରସନ୍ନ ପାତ୍ର ଙ୍କ ସଭାପତିତ୍ୱ ଅନୁଷ୍ଠାନ ର ନିର୍ଦେଶକ କୃଷିବିତ୍ତ ପ୍ରମୋଦ କୁମାର ମଲ୍ଲିକ, ସହ ନିର୍ଦେଶକ ଲଲାଟେନ୍ଦୁ ସାହୁ, ସମ୍ପାଦକ ସୂର୍ଯ୍ୟକାନ୍ତ ମଲ୍ଲିକ, ଉପସଭାପତିତଥା ସାମ୍ବାଦିକ ଦ୍ୱିଜବର ମହାପାତ୍ର, ସାମ୍ବାଦିକ କାଜଲ କାନ୍ତ ସାହୁ, ପ୍ରମୁଖ ଉପସ୍ଥିତ ରହିଥିଲେ ଏହି କାର୍ଯ୍ୟକ୍ରମ କୁ ଅନୁଷ୍ଠାନ ର ଚେୟାରମ୍ୟାନ ଯୁବ ସମାଜସେବୀ ସନ୍ତୋଷ କୁମାର ମାଝୀ ପରିଚାଳନା କରିଥିଲେ

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *