ବ୍ରହ୍ମପୁର ଜେଲରେ ୪୬ କଏଦୀ କରୋନା ପଜିଟିଭ୍ ଚିହ୍ନଟ

ବ୍ରହ୍ମପୁର: ବ୍ରହ୍ମପୁର ଜେଲରେ ପଶିଲା କରୋନା। ୪୬ କଏଦୀଙ୍କ ରିପୋର୍ଟ ଆସିଛି ପଜିଟିଭ୍। ଏନେଇ ନିଜେ ସୂଚନା ଦେଇଛନ୍ତି ବ୍ରହ୍ମପୁର ମଣ୍ଡଳ କାରାଗାର ଅଧିକାରୀ। ଜେଲରେ ଜଣେ ଆଜୀବନ କାରାଦଣ୍ଡ ଭୋଗୁଥିବା କଏଦୀଙ୍କ କରୋନା ପଜିଟିଭ୍ ଆସିବା ପରେ ତାଙ୍କୁ ଚିକିତ୍ସା କରାଯାଇଥିଲା । ପରେ ତାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରାଯାଇଛି । ତାଙ୍କର ଚିକିତ୍ସା ସେଠାରେ ଚାଲିଥିବା ସମୟରେ ଅନ୍ୟ କଏଦୀଙ୍କ ନମୂନା ପରୀକ୍ଷା କରାଯାଇଥିଲା । ମୋଟ୍ ୯୪୪ ଜଣ କଏଦୀଙ୍କ ମଧ୍ୟରୁ ୮୦ କଏଦୀଙ୍କ ସମେତ ୨ ଜଣ କର୍ମଚାରୀଙ୍କ କରୋନା ପରୀକ୍ଷା ଗତକାଲି କରାଯାଇଥିଲା । ଏହା ମଧ୍ୟରୁ ୪୬ ପଜିଟିଭ୍ ଆସିଛି । ଏହି ସମସ୍ତ ପଜିଟିଭଙ୍କୁ ଜେଲ ଭିତରେ ଖୋଲାଯାଇଥିଲା ଶହେ ଶଯ୍ୟା ବିଶିଷ୍ଟ ନୂଆ କୋଭିଡ କେୟାର ସେଣ୍ଟରରେ ଭର୍ତ୍ତି କରାଯାଇଛି । ଜେଲ ମଧ୍ୟରେ କରୋନା ଚିହ୍ନଟ ହେବା ଘଟଣା ଜେଲ କର୍ତ୍ତୃପକ୍ଷଙ୍କ ଚିନ୍ତ ବଢାଇ ଦେଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *