୪୫ କରୋନା ଆକ୍ରାନ୍ତ ଚିହ୍ନଟ; ସିଲ୍ ହେଲା ଭୁବନେଶ୍ୱର ଏକ୍ସଆଇଏମ୍‌ବି

ଭୁବନେଶ୍ୱର : ପୁଣି ଡରାଇଲାଣି କରୋନା । ବାହାର ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଓଡ଼ିଶାରେ ସଂକ୍ରମଣ ଆଶାତୀତ କମ ରହିଛି । ହେଲେ ଗତ କିଛିଦିନ ହେବ ରାଜ୍ୟରେ ସଂକ୍ରମଣ ଧୀରେ ଧୀରେ ଉପର ମୁହାଁ ହେବାକୁ ଲାଗିଥିବା ନଜରକୁ ଆସିଛି । କରୋନାର ନୂଆ ଷ୍ଟ୍ରେନ ଏବଂ ଅନ୍ୟ ପଡୋଶୀ ରାଜ୍ୟରେ ବଢୁଥିବା ସଂକ୍ରମଣ ଏବେ ରାଜ୍ୟ ବାସୀଙ୍କ ଚିନ୍ତା ବଢ଼ାଇଥିବାବେଳେ ଦିନକରେ ରାଜଧାନୀ ଭୁବନେଶ୍ୱର ସ୍ଥିତ ଘରୋଇ ଶିକ୍ଷାନୁଷ୍ଠାନ ଏକ୍ସଆଇଏମ୍‌ବି ରୁ ୪୫ପଜିଟିଭ ଚିହ୍ନଟ ହୋଇଛନ୍ତି । ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ କୁମାର ଜେନା ଏନେଇ ସୂଚନା ଦେଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ଟ୍ରାଭେଲ ହିଷ୍ଟ୍ରି ଟ୍ରାକ୍ ହେଉଥିବା ନେଇ ମିଳିଛି ସୂଚନା । ସେପଟେ କରୋନା ସ୍ଥିତିକୁ ନେଇ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବେ ବୋଲି ଜଣାପଡିଛି । ଫଳରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ସମ୍ପୃକ୍ତ ଶିକ୍ଷାନୁଷ୍ଠାନକୁ ସିଲ୍ କରିଛି । ଚନ୍ଦ୍ରଶେଖରପୁର ଅଞ୍ଚଳରେ ଏହି ଘରୋଇ ମ୍ୟାନେଜମେଣ୍ଟ ଶିକ୍ଷାନୁଷ୍ଠାନ ଅଛି ।

ଶିକ୍ଷାନୁଷ୍ଠାନ ଭିତରକୁ ପ୍ରବେଶ ସମ୍ପୂର୍ଣ୍ଣ ବାରଣ କରାଯାଇଥିବା ବେଳେ କ୍ୟାମ୍ପସ ଭିତରେ ଥିବା ବ୍ୟକ୍ତିଙ୍କୁ ବାହାରକୁ ଆସିବାକୁ ବାରଣ କରାଯାଇଛି । କେବଳ ବିଏମ୍‌ସି କର୍ମଚାରୀ ଓ ବିଏମ୍ସି ଦ୍ୱାରା ଅନୁମତି ପ୍ରାପ୍ତ ବ୍ୟକ୍ତିଙ୍କୁ କ୍ୟାମ୍ପସ ଭିତରକୁ ପ୍ରବେଶ ପାଇଁ ଅନୁମତି ମିଳିଛି । ଏକ୍ସଆଇଏମ୍‌ବି ର ସମସ୍ତ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ଆଜି କୋଭିଡ୍ ଟେଷ୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ସମସ୍ତ ଆକ୍ରାନ୍ତଙ୍କୁ ଗୋଟିଏ ହଷ୍ଟେଲ ରୁମ୍‌ରେ ଆଇସୋଲେସନ୍‌ରେ ରହିବା ଲାଗି କୁହାଯାଇଛି । ବିଏମ୍ସି ପକ୍ଷରୁ ଅତ୍ୟାବଶ୍ୟକ ସାମଗ୍ରୀ, ଔଷଧ ଯୋଗାଇ ଦିଆଯିବ ବୋଲି ଜଣାପଡ଼ିଛି ।

ସୂଚନାଥାଉ କି, କିଛିଦିନ ତଳେ କଟକର ଏକ ଘରୋଇ କଲେଜରୁ ପ୍ରଥମେ ୧୨ ଜଣ ଓ ପରେ ସମ୍ପୃକ୍ତ କଲେଜରୁ ପୁଣି ୧୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହେବାପରେ ଆଉ ଏକ ଶିକ୍ଷାନୁଷ୍ଠାନରୁ ୧୭ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଉକ୍ତ ଶିକ୍ଷାନୁଷ୍ଠାନର ୧୭ ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଥିବା ସିଏମ୍‌ସି ସୂତ୍ରରୁ ଜଣାପଡ଼ିଥିଲା । ତେବେ କଟକ ପରେ ଏବେ ଭୁବନେଶ୍ୱରରେ ସମାନ ଭାବେ ଏକ ଘରୋଇ ଶିକ୍ଷ୍ୟନୁଷ୍ଠାନରୁ ଏକା ସାଙ୍ଗରେ ୪୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଫଳରେ ସ୍ତାନୀୟ ପ୍ରଶାସନ ବିଏମ୍ସି ଦ୍ୱାରା ଶିକ୍ଷାନୁଷ୍ଠାନକୁ ସିଲ କରାଯିବା ସହ ପରବର୍ତୀ ନିର୍ଦେଶ ଯାଏଁ ବନ୍ଦ ରଖିବାକୁ କୁହାଯାଇଛି । ସିଲ ପରେ ଏବେ ସେଠାରେ ରହୁଥିବା ଛାତ୍ର ଛାତ୍ରୀ ମାନଙ୍କର ନମୁନା ସଂଗ୍ରହ କରାଯିବ ଓ ଏକାନ୍ତବାସ ରେ ରଖାଯିବ । ବାହାରିଥିବା ନୂଆ ସଂକ୍ରମିତ ଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ଚିହ୍ନଟ ପ୍ରକ୍ରିୟା ସରିଛି, ଏହି ମଧ୍ୟରେ ସେମାନଙ୍କୁ ଗୃହ ଏକାନ୍ତବାସ ରେ ରହିବାକୁ ପରାମର୍ଶ ଦିଆଯାଇଥିବା ବିଏମ୍ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ କହିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *