ପ୍ରଳୟଙ୍କାରୀ ବର୍ଷା : ୪୨ ଜଣଙ୍କ ନେଲାଣି ଜୀବନ

ଲକ୍ଷ୍ନୌ: ଗତ ୪୮ ଘଣ୍ଟା ଧରି ଉତ୍ତରପ୍ରଦେଶର ଅଧିକାଂଶ ଅଞ୍ଚଳରେ ପ୍ରବଳ ବର୍ଷା ଲାଗି ରହିଛି । ଏହି କାରଣରୁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି । ବର୍ଷାରେ ଘଟୁଥିବା ଦୁର୍ଘଟଣା କାରଣରୁ ଲୋକେ ଅଧିକ ଆତଙ୍କିତ ହୋଇ ପଡିଛନ୍ତି । ପ୍ରବଳ ବର୍ଷା ଯୋଗୁଁ ଏ ପର୍ଯ୍ୟନ୍ତ ୪୨ ଜଣଙ୍କ ମୃତ୍ୟୁ ଘଟିଛି । ବାର ବାଙ୍କିରେ ସର୍ବାଧିକ ୧୨ ଜଣଙ୍କ ମୃତ୍ୟୁ ହୋଇଛି । ବର୍ଷା ଯୋଗୁଁ ହୋଇଥିବା କ୍ଷୟକ୍ଷତିର ଆକଳନ ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟର ବରିଷ୍ଠ ପ୍ରଶାସକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କିଛିଦିନ ଧରି ହେଉଥିବା ଲଗାଣ ବର୍ଷା ଯୋଗୁଁ ଉତ୍ତରପ୍ରଦେଶର ଅନେକ ଅଞ୍ଚଳ ଜଳମଗ୍ନ ହୋଇରହିଛି । ଆଉ ଏହାରି ମଧ୍ୟରେ ୪୨ ଜଣ ପ୍ରାଣ ମଧ୍ୟ ହରାଇସାରିଲେଣି । ବାରବାଙ୍କିରେ ବର୍ଷା ଥମିବାକୁ ନା’ନେଉନାହିଁ । ଏଠାରେ ସର୍ବାଧିକ ୧୨ ଜଣ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରେ ମହିଳା ଏବଂ ଛୋଟ ପିଲା ମଧ୍ୟ ସାମିଲ ରହିଛନ୍ତି । ତେବେ ଅନେକ ସ୍ଥାନରେ କଚ୍ଚାକାନ୍ଥ ଗୁଡ଼ିକ ଭୁଶୁଡ଼ି ପଡ଼ିଲାଣି । କେବଳ ବାରବାଙ୍କିରେ ନୁହେଁ ବରଂ ରାଜ୍ୟର ଅନେକ ଅଞ୍ଚଳରେ ବର୍ଷା ଯୋଗୁଁ ହଜାର ହଜାର ଲୋକ ପ୍ରଭାବିତ ହୋଇଛନ୍ତି । ପ୍ରୟାଗରାଜରେ ୬ ଜଣ, ଫତେହପୁର ଏବଂ ବୃନ୍ଦାରେ ୫ ଜଣ, ଜୋନପୁରରେ ୪ ଜଣ, ରାୟବରେଲିରେ ୩ ଜଣ, ପ୍ରତାପଗଡ଼ରେ ଆମେଥୀ ଏବଂ ସୁଲତାନପୁରରେ ଦୁଇ ଜଣ ଏବଂ କୌଶାମ୍ବୀରେ ଜଣଙ୍କର ମୃତ୍ୟୁ ହୋଇଛି । ୟୁପିରେ ସେପ୍ଟେମ୍ବର ୧ରୁ ସ୍କୁଲ ଗୁଡିକ କୋଭିଡ କଟକଣା ଅନୁଯାୟୀ ଖୋଲା ଯାଇଥିଲା । କିନ୍ତୁ ପ୍ରବଳ ବର୍ଷା କାରଣରୁ ୟୁପିରେ ଦୁଇଦିନ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକୁ ବନ୍ଦ କରାଯାଇଛି । ଉତ୍ତରପ୍ରଦେଶ ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ପ୍ରାୟ ଅଞ୍ଚଳରେ ପ୍ରବଳରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଯାହାକୁ ନେଇ ଏବେ ଚିନ୍ତାରେ ଲୋକେ । ବର୍ଷାରେ ୟୁପି ସ୍ଥିତି ଗମ୍ଭୀର ହୋଇପଡ଼ିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *