ଏହି ରାଜ୍ୟରେ ୪୦ ହଜାର ବ୍ରାହ୍ମଣ ଯୁବକଙ୍କୁ ମିଳୁ ନାହାଁନ୍ତି କନ୍ୟା….

ଚେନ୍ନାଇ : ତାମିଲନାଡ଼ୁରେ ୪୦,୦୦୦ରୁ ଅଧିକ ବ୍ରାହ୍ମଣ ଯୁବକ ବିବାହ କରିପାରୁ ନାହାନ୍ତି । କାହିଁକିନା, ସେମାନେ ରାଜ୍ୟ ଭିତରେ ନିଜ ପାଇଁ କନ୍ୟା ଖୋଜି ପାରୁ ନାହାନ୍ତି । ପ୍ରକୃତ କଥା ହେଉଛି, ତାମିଲନାଡ଼ୁରେ ବିବାହ ଯୋଗ୍ୟ ଆୟୁ ବର୍ଗରେ ୧୦ ବ୍ରାହ୍ମଣ ଯୁବକ ଥିବା ବେଳେ ସେପଟେ ଏହି ଆୟୁ ବର୍ଗରେ ମାତ୍ର ୬ ଯୁବତୀ ଉପଲବ୍ଧ ରହୁଛନ୍ତି । ଯେଉଁ କାରଣରୁ ତାମିଲ ବ୍ରାହ୍ମଣ ଯୁବକ ଏବେ ୟୁପି ଏବଂ ବିହାର ଭଳି ରାଜ୍ୟର ବ୍ରାହ୍ମଣ ଯୁବତୀଙ୍କୁ ବିବାହ କରିବାକୁ ଚାହୁଁଛନ୍ତି । ନିଜ ରାଜ୍ୟରେ କନ୍ୟାଙ୍କ ଅଭାବ ହେତୁ ଏଠାରେ ଥିବା ବ୍ରାହ୍ମଣ ସଂଘ ଉତ୍ତର ପ୍ରଦେଶ ଏବଂ ବିହାରରେ ବ୍ରାହ୍ମଣ ଯୁବତୀଙ୍କୁ ଖୋଜିବା ପାଇଁ ଏକ ବିଶେଷ ଅଭିଯାନ ଆରମ୍ଭ କରିଛି । ତାମିଲନାଡ ବ୍ରାହ୍ମଣ ଆସୋସିଏଶନ ଅଧ୍ୟକ୍ଷ ଏନ୍ ନାରାୟଣନ ସଂଘର ମାସିକ ପତ୍ରିକାର ନଭେମ୍ବର ଅଙ୍କରେ ପ୍ରକାଶିତ ଏକ ଖୋଲା ପତ୍ରରେ ଏ ବିଷୟରେ ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି କି, ‘ଆମେ ନିଜ ସଙ୍ଘ ତରଫରୁ ଏକ ବିଶେଷ ଆନ୍ଦୋଳନ ଆରମ୍ଭ କରିଛୁ’ ।

ନାରାୟଣନ କହିଛନ୍ତି, ୩୦ରୁ ୪୦ ବର୍ଷ ବୟସ ଭିତରେ ୪୦,୦୦୦ରୁ ଅଧିକ ତାମିଲ ବ୍ରାହ୍ମଣ ଯୁବକ ବିବାହ କରିପାରୁ ନାହାନ୍ତି । ଆମେ ଆରମ୍ଭ କରିଥିବା ଏହି ଅଭିଯାନକୁ ଆଗକୁ ବଢ଼ାଇବା ପାଇଁ ଦିଲ୍ଲୀ, ଲକ୍ଷ୍ନୌ ଏବଂ ପାଟଣାରେ ସଂଯୋଜକ ନିଯୁକ୍ତ କରାଯିବ । ହିନ୍ଦୀରେ ପଢ଼ିବା, ଲେଖିବା ଏବଂ କହି ପାରୁଥିବା ବ୍ୟକ୍ତିଙ୍କୁ ଏଠାରେ ଆସୋସିଏଶନ ମୁଖ୍ୟାଳୟରେ ସଂଯୋଜକ ଭୂମିକା ନିଭାଇବା ପାଇଁ ନିଯୁକ୍ତ କରାଯିବ । ନାରାୟଣନ କହିଥିଲେ ଯେ ସେ ବର୍ତ୍ତମାନ ଲକ୍ଷ୍ନୌ ଓ ପାଟଣା ଲୋକଙ୍କ ସମ୍ପର୍କରେ ଅଛନ୍ତି । ଏହି ଅଭିଯାନକୁ କାର୍ଯ୍ୟକାରୀ କରାଯାଇ ପାରିବ । ସେ ଏହି ସମ୍ବନ୍ଧରେ କାମ ଆରମ୍ଭ କରି ଦେଇଛନ୍ତି । ସେପଟେ କିଛି ବ୍ରାହ୍ମଣ ଲୋକ ଏହି ପଦକ୍ଷେପକୁ ସ୍ୱାଗତ କରିଥିବା ବେଳେ ଆଉ କିଛି ଲୋକଙ୍କର ଅଲଗା ବିଚାର ମଧ୍ୟ ସାମ୍ନାକୁ ଆସିଛି ।

ଶିକ୍ଷାବିତ୍ ଏମ୍ ପରମେଶ୍ୱରନ୍ କହିଛନ୍ତି, ବିବାହ ଯୋଗ୍ୟ ଆୟୁ ବର୍ଗରେ ପର୍ଯ୍ୟାପ୍ତ ସଂଖ୍ୟାରେ ତାମିଲ ବ୍ରାହ୍ମଣ କନ୍ୟା ଉପଲବ୍ଧ ନାହାନ୍ତି । ଯଦିଓ ପୁଅମାନଙ୍କୁ କନ୍ୟା ନ ମିଳିବାର ଏହା ଏକମାତ୍ର କାରଣ ନୁହେଁ । ସେ ଆଶ୍ଚର୍ଯ୍ୟ ବ୍ୟକ୍ତ କରି କହିଥିଲେ କି, ଭାବୀ ବରର ମାଆ, ବାପା ବିବାହକୁ ବଡ଼ ଧୁମ୍‌ଧାମରେ କରିବାକୁ ଚାହୁଁଛନ୍ତି ।ଯାହାକି ଗୋଟିଏ ଗରିବ କନ୍ୟା ପରିବାର ପାଇଁ ସମ୍ଭବପର ନୁହେଁ । ସେ କହିଥିଲେ, କନ୍ୟାର ପରିବାରକୁ ବିବାହର ସମସ୍ତ ଖର୍ଚ୍ଚ ଉଠାଇବାକୁ ପଡ଼ିଥାଏ । ଆଭୂଷଣଠାରୁ ଆରମ୍ଭ କରି ମ୍ୟାରେଜ୍ ହଲ୍‌ର ଭଡ଼ା, ଭୋଜନ, ଯୌତୁକ ଆଦିର ଖର୍ଚ୍ଚ ଆଜିକାଲି ଅତି କମ୍‌ରେ ୧୨ରୁ ୧୫ ଲକ୍ଷ ଟଙ୍କା ଆସି ଯାଉଛି । ଯଦି ଭଲ ଲୋକ ନିଜ ଅହଂକାର ତ୍ୟାଗ କରିବାକୁ ପ୍ରସ୍ତୁତ ହୁଅନ୍ତି, ତେବେ ସେମାନେ ତାମିଲନାଡ଼ୁରେ ହିଁ କନ୍ୟା ଖୋଜି ପାରିବେ’ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *