ସଂସାର ଆରମ୍ଭ ପୂର୍ବରୁ ଆରପାରିକୁ ଚାଲିଗଲେ ୪ ପ୍ରେମୀଯୁଗଳ

ନବରଙ୍ଗପୁର: ସଂସାର ଆରମ୍ଭ ପୂର୍ବରୁ ଆରପାରିକୁ ଚାଲିଗଲେ ୪ ପ୍ରେମୀଯୁଗଳ । ପ୍ରେମର ପାଠ ପଢୁ ପଢୁ ବାଛିନେଲେ ଆତ୍ମହତ୍ୟାର ବାଟ । ଆଜି ନବରଙ୍ଗପୁରରେ ଏମିତି ଦୁଇଟି ଘଟଣା ଘଟିଛି ଯାହାକି ସାରା ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇଦେଇଛି । ନବରଙ୍ଗପୁରର ପାପଡାହାଣ୍ଡି ଓ ଚନ୍ଦାହାଣ୍ଡିରୁ ଦୁଇ ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଆଜି ସକାଳେ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଚେରଚେଟା ପଞ୍ଚାୟତର ବତାଶର ଜଙ୍ଗଲରୁ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ପ୍ରେମିକାଙ୍କ ପରିଚୟ ମିଳିଥିବା ବେଳେ ପ୍ରେମିକଙ୍କ ପରିଚୟ ମିଳିପାରିନାହିଁ । ଯୁବତୀଙ୍କ ପରିବାରର କହିବା ମୁତାବକ ଗତକାଲି ସନ୍ଧ୍ୟାରୁ ସେ ନିଖୋଜ ଥିଲେ । ଆଜି ଜଙ୍ଗଲରେ ଉଭୟ ପ୍ରେମିକ-ପ୍ରେମିକାଙ୍କର ମୃତଦେହ ଏକ ଗଛରେ ଝୁଲୁଥିବାର ଦେଖିବାକୁ ମିଳିଥିଲା । ଏହା ଜଣାପଡିବା ପରେ ଯୁବତୀଙ୍କ ପରିବାର ପକ୍ଷରୁ ପାପଡାହାଣ୍ଡି ଥାନାରେ ଏତଲା ଦିଆଯାଇଛି । ତେବେ ମୃତ୍ୟୁର କାରଣ ଜଣାପଡିନାହିଁ । ସେହିପରି ଅନ୍ୟ ଏକ ଘଟଣାରେ ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଅଧିନସ୍ଥ ଶରଧାପୁର ଗ୍ରାମଠାରୁ ଅଳ୍ପ ଦୂରରେ ଥିବା ଏକ ବବୁଲ ଗଛରେ ସେହି ଗ୍ରାମର ଦୁଇ ପ୍ରେମୀଯୁଗଳ ବେକରେ ରଶି ଲଗେଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ, ଶରଧାପୁର ଗ୍ରାମର ଜନୈକା ଯୁବତୀ ଆଜକୁ ବର୍ଷ ତଳେ ନୂଆପଡା ଜିଲ୍ଲା ସିନାପାଲିରେ ବିବାହ କରିଥିଲେ । ତେବେ ଗତ ପନ୍ଦର ଦିନ ତଳେ ଶରଧାପୁର ଗ୍ରାମର ଯୁବକ ଉକ୍ତ ଯୁବତୀକୁ ନେଇ କେଉଁ ଆଡେ ଚାଲିଯାଇଥିଲା । ଉଭୟଙ୍କ ପରିବାର ବହୁ ଖୋଜି ଥିଲେ କିନ୍ତୁ ପାଇ ନଥିଲେ । ଗତକାଲି ବିଳମ୍ବିତ ରାତିରେ ଉଭୟ ଶରଧାପୁର ଗ୍ରାମକୁ ଚାଲି ଆସିଥିଲେ କିନ୍ତୁ ଶେଷରେ ଦୁଇଜଣ ଗୋଟିଏ ରଶିରେ ଆତ୍ମହତ୍ୟା କରିଥିବା ଆଜି ସକାଳେ ଗ୍ରାମବାସୀ ଦେଖିବାକୁ ପାଇଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *