୧୫ ଚୋରି ବାଇକ୍ ଉଦ୍ଧାର,୪ ଗିରଫ

କୋରାପୁଟ : କୋରାପୁଟ ଏସ୍‌ଏଲ୍‌ଏନ୍ ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍ ସମେତ ବିଭିନ୍ନ ସ୍ଥାନରୁ ଚୋରି ହୋଇଥିବା ୧୫ଟି ମୋଟର ସାଇକଲ୍ କୋରାପୁଟ ଟାଉନ୍ ଥାନା ପୁଲିସ୍ ଉଦ୍ଧାର କରିବା ସହ ଚୋରି ଘଟଣାରେ ସମ୍ପୃକ୍ତ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରା ଯାଇଥିବା ଏସଡିପିଓ ଗୁଣନିଧି ମଲ୍ଲିକ ସାମ୍ବାଦିକ ସମିଳନୀରେ ସୂଚନା ଦେଇଛନ୍ତି । କୋରାପୁଟ ମେଡିକାଲ୍ କଲେଜ୍ ପରିସରରୁ ୪ଟି ମୋଟର ସାଇକଲ୍ ଚୋରି ହୋଇଥିବା ଅଭିଯୋଗ କିଛି ଦିନ ପୂର୍ବରୁ ଥାନାରେ ଅଭିଯୋଗ ହେବା ପରେ ଟାଉନ୍ ଥାନା ପୁଲିସ୍ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଥାନା ଅଧିକାରୀ ଧୀରେନ୍ ପଟ୍ଟନାୟକଙ୍କ ତତ୍ୱାବଧାନରେ ସବ୍ ଇନ୍ସପେକ୍ଟର ଯଶୋବନ୍ତ ସେଲମାଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ଟିମ୍ ମୋଟର ସାଇକଲ୍ ଚୋର ରାକେଟ୍‌କୁ ଧରିବାକୁ ପ୍ରୟାସ ଆରମ୍ଭ କରି ଥିବାବେଳେ ରାକେଟର ମାଷ୍ଟର୍ ମାଇଣ୍ଡ୍ କୋରାପୁଟ ପୁଜାରିପୁଟ ଅଞ୍ଚଳର ଅଜିତ୍ କୁମାର ପାଣିଗ୍ରାହୀକୁ ପ୍ରଥମେ ଗିରଫ କରି ଜେରା କରିବା ପରେ ଘଟଣା ପର୍ଦ୍ଦାଫାସ୍ ହୋଇଥିଲା । ମୁଖ୍ୟ ଅଭିଯୁକ୍ତ ଅଜିତ୍ କୁମାର ପାଣିଗ୍ରାହିକୁ ଗତ ଗୁରୁବାର କୋର୍ଟ ଚାଲାଣ କରା ଯାଇଥିଲା । ଜେରା ସମୟରେ ଅଜିତ୍ ଠାରୁ ମିଳିଥିବା ସୂଚନା ମୁତାବକ ପୁଲିସ୍ ଟିମ୍ ଗତକାଲି ରାତିରେ ପୁଜାରିପୁଟର ଚନ୍ଦନ ବଢେଇ,ଜୟପୁର ସଦର ଥାନା ସୌରାଗୁଡାର ରିଙ୍କୁ ପଟ୍ଟନାୟକ ଓ ସଲପା ଗ୍ରାମର ସନ୍ତୋଷ ସିଂହକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ସାମ୍ବାଦିକ ସମ୍ମିଳନୀରେ ଥାନା ଅଧିକାରୀ ଧୀରେନ୍ ପଟ୍ଟନାୟକ, ଇନ୍ସପେକ୍ଟର ଶଙ୍କର ମାଝି, ସୁଦର୍ଶନ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *