ଫ୍ଲାଟ୍ ଦେବା ନାଁରେ ୭.୭୬ଲକ୍ଷ ଠକେଇ: ଆପୋଲୋ ଇନ୍‌ଫ୍ରା ସିଏମ୍‌ଡି ଗିରଫ

ଭୁବନେଶ୍ୱର: ଫ୍ଲାଟ୍ ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ ଶ୍ରୀଲିଙ୍ଗରାଜ ଥାନା ପୁଲିସ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ଆପୋଲୋ ଇନ୍‌ଫ୍ରା ପ୍ରୋଜେକ୍ଟ ପ୍ରାଇଭେଟ୍ ଲିମିଟେଡ୍‌ର ସିଏମ୍‌ଡି(ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ) ଦୀପକ କୁମାର ମହାନ୍ତି(୫୨) ବୋଲି ଜଣାଯାଇଛି । ଏନେଇ ପୁଲିସ କେସ୍ ନଂ ୨୫୪/୨୧ରେ ଆଇପିସି ଧାରା ୪୨୦ରେ ଏକ ଠକେଇ ମାମଲା ରୁଜୁକରି ଅଭିଯୁକ୍ତଙ୍କୁ ରବିବାର କୋର୍ଟ ଚାଲାଣ କରିଥିଲା । ତେବେ ଜାମିନ ଖାରଜ ହୋଇଯିବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ସୂଚନା ଅନୁଯାୟୀ, ନୟାଗଡ଼ ଜିଲ୍ଲାର ମିହିରକାନ୍ତ ରଥ(୬୨) ନାମକ ଜଣେ ବ୍ୟକ୍ତି ଭୁବନେଶ୍ୱରରେ ଫ୍ଲାଟ୍ କିଣିବା ପାଇଁ ୨୦୧୪ ମସିହାରେ ଇଚ୍ଛା କରିଥିଲେ । ସେତେବେଳେ ଶ୍ରୀଲିଙ୍ଗରାଜ ଥାନା ଅନ୍ତର୍ଗତ ନାଗେଶ୍ୱର ଟାଙ୍ଗିରେ ଆପୋଲୋ ଇନ୍‌ଫ୍ରା ପ୍ରୋଜେକ୍ଟ ପ୍ରାଇଭେଟ୍ ଲିମିଟେଡ୍ ନାମକ ଏକ ବିଲ୍‌ଡର କମ୍ପାନୀ ରହିଥିଲା । ଯାହାର ସିଏମ୍‌ଡି ଭାବେ ଅଭିଯୁକ୍ତ ଦୀପକ କୁମାର ମହାନ୍ତି କାର୍ଯ୍ୟ କରୁଥିଲେ । ଅଭିଯୁକ୍ତ ଦୀପକ ଏସିୟାନ୍ ରେସିଡେନ୍ସି ପ୍ରୋଜେକ୍ଟରେ ଏକ ହଜାର ବର୍ଗଫୁଟ୍‌ର ଫ୍ଲାଟ୍ ଦେବାକୁ କହି ଶ୍ରୀ ରଥଙ୍କ ଠାରୁ ୨୦୧୪ ମେ’ରେ ୭ଲକ୍ଷ ୭୬ହଜାର ୮୭୧ଟଙ୍କା ନେଇଥିଲେ । ପରେ ଅଭିଯୋଗକାରୀ ଦେଖିବାକୁ ପାଇଥିଲେ ଯେ, ଦୀର୍ଘ ଦିନ ହେବ ଏହି ପ୍ରୋଜେକ୍ଟରେ କୌଣସି କାର୍ଯ୍ୟ ହେଉନାହିଁ । ଏନେଇ ସେ ଦୀପକଙ୍କୁ ତାଙ୍କ ଟଙ୍କା ଫେରସ୍ତ ମାଗିଥିଲେ । ଅଭିଯୁକ୍ତ ଦୀପକ ତାଙ୍କୁ ଦୁଇଟି ଚେକ୍ ପ୍ରଦାନ କରିଥିଲେ । ମାତ୍ର ଆକାଉଣ୍ଟରେ ଆବଶ୍ୟକୀୟ ଟଙ୍କା ନଥିବାରୁ ଚେକ୍ ୨ଟି ବାଉନ୍ସ ହୋଇଯାଇଥିଲା । ଏନେଇ ଶ୍ରୀ ରଥ ୨୦୧୫ ଡିସେମ୍ବର ୧୨ ତାରିଖରେ ଶ୍ରୀଲିଙ୍ଗରାଜ ଥାନାରେ ଅଭିଯୋଗ କରିଥିଲେ । ଉକ୍ତ ଅଭିଯୋଗକୁ ଭିତ୍ତିକରି ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିବା ସହ ଘଟଣାସ୍ଥଳ ମଧ୍ୟ ପରିଦର୍ଶନ କରିଥିଲା । ଦୀର୍ଘ ୬ବର୍ଷ ପରେ ପୁଲିସ ରବିବାର ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *