ବଞ୍ଚିଗଲା ଜୀବନ… ପାକିସ୍ତାନ ପହଞ୍ଚିଲେ ୩୨ ମହିଳା ଫୁଟବଲ୍ ଖେଳାଳି

ନୂଆଦିଲ୍ଲୀ : ଆଫଗାନିସ୍ତାନରେ ତାଲିବାନ ଶାସନ ଆରମ୍ଭ ହେବା ପରେ ମହିଳାଙ୍କ ଜୀବନ ନର୍କ ପରି ହେବାରେ ଲାଗିଛି । ସବୁଥିରେ ମହିଳାଙ୍କ ପାଇଁ କଟକଣା ଜାରି କରାଯାଉଛି । ସେ ଖେଳ ହେଉ କି ରାଜନୀତି, ମହିଳାଙ୍କ ପାଇଁ ପ୍ରତିଟି କ୍ଷେତ୍ରରେ ମାର୍ଗ ବନ୍ଦ କରି ଦିଆଯାଉଛି । ଏହା ମଧ୍ୟରେ ଆଫଗାନିସ୍ତାନର ୩୨ ମହିଳା ଫୁଟବଲ୍ ଖେଳାଳି ଦେଶରୁ ଖସି ପାକିସ୍ତାନ ପହଞ୍ଚି ଯାଇଛନ୍ତି । ଏହି ଖେଳାଳିଙ୍କୁ ତାଲିବାନଠୁ ଧମକ ମିଳୁଥିଲା । ଖବର ଅନୁଯାୟୀ, ଜରୁରୀକାଳୀନ ଭିସା ମିଳିବା ପରେ ଏହି ଖେଳାଳି ନିଜର ପୂରା ପରିବାର ସହ ପାକିସ୍ତାନ ପହଞ୍ଚିଛନ୍ତି । ସମସ୍ତେ ଜାତୀୟ ଜୁନିୟର ମହିଳା ଦଳର ଖେଳାଳି । ସମସ୍ତ ଖେଳାଳିଙ୍କୁ କାତାର ଯିବାର ଥିଲା, ଯେଉଁଠି ୨୦୨୦ରେ ଫିଫା ବିଶ୍ୱ କପ୍ ଆୟୋଜନ ହେବାକୁ ଯାଉଛି । କିନ୍ତୁ ଅଗଷ୍ଟ ୨୬ରେ କାବୁଲ ବିମାନ ବନ୍ଦରରେ ଘଟିଥିବା ବୋମା ବିସ୍ଫୋରଣ ପରେ ସମସ୍ତ ଖେଳାଳି ଆଫଗାନିସ୍ତାନରେ ଫସି ଯାଇଥିଲେ । ଡନ ନ୍ୟୁଜ୍ ଅନୁଯାୟୀ, ଏହି ମହିଳା ଖେଳାଳିଙ୍କୁ କ୍ରୀଡାରେ ଜଡିତ ହେବା କାରଣରୁ ତାଲିବାନଠୁ ଲଗାତାର ଧମକ ମିଳୁଥିଲା । ହେଲେ ଏମାନେ ତାଲିବାନ ଧମକକୁ ନଡରି ସାହାସର ସହ ପାକିସ୍ତାନ ଆସି ପହଞ୍ଚିଛନ୍ତି । ଉଲ୍ଲେଖନୀୟ ଅଗଷ୍ଟ ୧୫ରେ ତାଲିବାନ ଆଫଗାନିସ୍ତାନକୁ ସଂପୂର୍ଣ୍ଣ ଅକ୍ତିକାର କରିଥିଲା । ତେବେଠୁ ସମସ୍ତ ଖେଳାଳି ତାଲିବାନ ନଜରରୁ ବଞ୍ଚିବା ପାଇଁ ଛପି ରହିଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *