୩୦% କର୍ମଚାରୀଙ୍କୁ ନେଇ ଚାଲିବ କାର୍ଯ୍ୟାଳୟ

ଭୁବନେଶ୍ୱର : ରାଜ୍ୟରେ କୋଭିଡ ସଂକ୍ରମଣ ଧିରେ ଧିରେ ତଳମୁହାଁ ହେଉଛି । ତଥାପି ରାଜ୍ୟ ସରକାର ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଲକ୍‌ଡାଉନ ଅବଧି ବୃଦ୍ଧି କରିଛନ୍ତି । ସରକାରୀ ବିଭାଗୀୟ କାର୍ଯ୍ୟାଳୟ ଗୁଡିକରେ ସଂକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତ ବିଭାଗ ୩୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ ବୋଲି ନିଷ୍ପତ୍ତି ହୋଇଛି । ଜୁନ୍ ୧ରୁ ୧୬ ତାରିଖ ମଧ୍ୟରେ ରାଜ୍ୟରେ ସରକାରୀ କାର୍ଯ୍ୟାଳୟ ପରିଚାଳନା ନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଏହି ନିର୍ଦ୍ଦେଶନାମା ଅନୁଯାୟୀ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ୩୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ ।

ସେହିପରି ଉପ ସଚିବ କିମ୍ବା ତଦୁର୍ଦ୍ଧ ପାହ୍ୟାର ଅଧିକାରୀମାନେ ପ୍ରତିଦିନ ଅଫିସ ଆସିବାକୁ ବିଜ୍ଞପ୍ତିରେ କୁହାଯାଇଛି । ତେବେ କର୍ମଚାରୀଙ୍କ ମଧ୍ୟରେ ସଂକ୍ରମଣ, ବିଭାଗ ଉପରେ କାର୍ଯ୍ୟଚାପକୁ ଦୃଷ୍ଟିରେ ଦେଖି ଅଫିସ ପରିଚାଳନାର କାର୍ଯ୍ୟଶୈଳୀ, କର୍ମଚାରୀ ସଂଖ୍ୟା ନେଇ ବିଭାଗୀୟ ମୁଖ୍ୟମାନେ ନିଷ୍ପତ୍ତି ନେଇପାରିବେ । ଏହି ସମୟରେ ଅତ୍ୟାବଶ୍ୟକୀୟ ସେବା କିମ୍ବା କାର୍ଯ୍ୟରେ ପେରି କୌଣସି ବ୍ୟାଘାତ ସୃଷ୍ଟି ନହୁଏ ସେନେଇ ବିଶେଷ ଭାବେ ଦୃଷ୍ଟି ଦେବାକୁ କୁହାଯାଇଛି ।

ସେହିପରି ରୋଷ୍ଟର ଡ୍ୟୁଟିରେ ନଥିବ । କର୍ମଚାରୀ ଓ ଅଧିକାରୀମାନଙ୍କୁ ଘରୁ କାର୍ଯ୍ୟ କରିବା ପାଇଁ ଭିପିଏନ ଯୋଗାଇ ଦେବାକୁ କୁହାଯାଇଛି । ଅଫିସ ଆସୁନଥିବା କର୍ମଚାରୀମାନେ ସବୁବେଳେ କାର୍ଯ୍ୟାଳୟରେ ଯୋଗ ଦେବା ପାଇଁ ପ୍ରସ୍ତୁତ ହୋଇ ରହିବେ । ତେବେ ଏହି ଅବଧି ମଧ୍ୟରେ ଦିବ୍ୟାଙ୍ଗ କିମ୍ବା ଗର୍ଭବତୀ ମହିଳା କର୍ମଚାରୀମାନଙ୍କୁ ଅଫିସ କିମ୍ବା ଘରୁ ରହି କାର୍ଯ୍ୟ କରିବାରୁ ଛାଡ କରାଯାଇପାରେ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *