+୩ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଆବେଦନ ଆରମ୍ଭ, ଡିସେମ୍ବର ୩ରେ ପ୍ରକାଶ ପାଇବ ମେଧା ତାଲିକା

ଭୁବନେଶ୍ୱର: ଯୁକ୍ତ ତିନି ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି । ମଙ୍ଗଳବାର ପୂର୍ବାହ୍ନ ୧୧ଟାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଆସନ୍ତା ୨୮ ତାରିଖ ରାତି ୧୧ଟା ୪୫ ଯାଏଁ ପ୍ରକ୍ରିୟା ଜାରି ରହିବ । ନାମଲେଖା ପାଇଁ ଡିସେମ୍ୱର ୩ ଅପରାହ୍ନ ୨ଟାରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ । ୩ ତାରିଖ ଅପରାହ୍ଣ ୫ଟା ରୁ ୬ ତାରିଖ ମଧ୍ୟ ରାତ୍ର ମଧ୍ୟରେ ଛାତ୍ରଛାତ୍ରୀ ନାମଲେଖା ପାଇଁ ଫି ଦାଖଲ କରିବେ । ଡିସେମ୍ବର ୪ରୁ ୭ ତାରିଖ ମଧ୍ୟରେ ପ୍ରଥମ ମେଧା ତାଲିକାରେ ଚୟନ ହୋଇଥିବା ଛାତ୍ରଛାତ୍ରୀ ନାମ ଲେଖାଇବେ । ସେହିପରି ୧୦ ତାରିଖ ଅପରାହ୍ଣ ୨ଟାରେ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ । ୧୦ରୁ ୧୩ ତାରିଖ ମଧ୍ୟରେ ନାମଲେଖା ପାଇଁ ଛାତ୍ରଛାତ୍ରୀ ଫି ଦାଖଲ କରିବାକୁ ଥିବାବେଳେ ୧୧ରୁ ୧୪ ତାରିଖ ମଧ୍ୟରେ ଛାତ୍ରଛାତ୍ରୀ ଶିକ୍ଷାନୁଷ୍ଠାନରେ ନାମଲେଖା ପାଇଁ ରିପୋର୍ଟିଂ କରିବେ । ୧୭ ତାରିଖ ଅପରାହ୍ଣ ୨ଟାରେ ଖାଲିଥିବା ସିଟ୍ ସମ୍ପର୍କରେ ଚୂଡ଼ାନ୍ତ ତାଲିକା ସାମ୍ସ ପୋର୍ଟାଲରେ ଅପଡେଟ୍ କରାଯିବ । ତେବେ ଡିସେମ୍ବର ୧୮ରୁ ଖାଲିଥିବା ସିଟ୍‌ରେ ସ୍ପଟ୍ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ । ନାମଲେଖା ପ୍ରକ୍ରିୟା ଡିସେମ୍ବର ୨୩ରେ ସାରିବାକୁ ନିର୍ଦ୍ଧାରିତ ହୋଇଥିବାବେଳେ ୨୪ ତାରିଖ ଅପରାହ୍ଣ ୫ଟାରେ ନାମଲେଖା ସମ୍ପର୍କିତ ଚୂଡ଼ାନ୍ତ ତଥ୍ୟ ଅପଡେଟ୍ କରାଯିବ । ସୂଚନାଯୋଗ୍ୟ, ରାଜ୍ୟର ୧୦୨୪ ଡିଗ୍ରି କଲେଜରେ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ଆହୁରି ୮୬ ହଜାର ୨୩୩ଟି ସିଟ୍ ବଳକା ରହିଛି । ସେହିପରିି ପ୍ରଥମ ପର୍ଯ୍ୟାୟରେ ନାମଲେଖା ପାଇଁ ଆବେଦନ କରିଥିବା ଛାତ୍ରଛାତ୍ରୀଙ୍କୁ କୌଣସି ଫି’ ଦାଖଲ କରିବାକୁ ପଡ଼ିବନି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *