ଭାରତୀୟ ଅଣ୍ଡର-୧୮ ମହିଳା ରଗବୀ ଟିମରେ ୩ ଓଡ଼ିଆ, ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର: ଆସନ୍ତା ୧୮ ଓ ୧୯ ଦୁଇଦିନ ଧରି ଉଜବେକିସ୍ତାନରେ ଅନୁଷ୍ଠିତ ହେବ ରଗବୀ ସେଭେନ୍ସ ଚାମ୍ପିଅନସିପ୍-୨୦୨୧ । ଭାରତୀୟ ଜୁନିଅର ଗର୍ଲ୍ସ ରଗବୀ ସ୍କ୍ୱାଡ୍ ଏସିଆ ରଗବୀ ଅଣ୍ଡର ୧୮ ମହିଳାରେ ଭାଗ ନେବ । ୧୪ ଜଣିଆ ମହିଳା ଦଳ ସହ ୫ଜଣ ଅଫିସିଆଲ୍ ମଙ୍ଗଳବାର ତାସକେଣ୍ଟ ଯିବେ । ଏହି ଦଳରେ ଓଡ଼ିଶାର ୩ ଜଣ ଝିଅ ସ୍ଥାନ ପାଇଥିଲେ । ତରୁଲତା ନାଏକ, ମାମା ନାୟକ ଓ ନିର୍ମଳା ରାଉତ ସ୍ଥାନ ପାଇଛନ୍ତି । ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି । ଓଡ଼ିଶା ସରକାର ଓ କିଟ୍ ମିଳିତ ଭାବେ ଭାରତୀୟ ରଗବୀ ଦଳର ପ୍ରାୟୋଜକ ଅଛନ୍ତି । ୧୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ୫୪ ଜଣ ଝିଅଙ୍କୁ ସର୍ଟ ଲିଷ୍ଟ କରାଯାଇଥିଲା । ସେମାନଙ୍କୁ ନେଇ ଅଗଷ୍ଟ ୧୪ରୁ ସେପ୍ଟେମ୍ବର ୧୩ ଯାଏଁ କିଟ୍ ଭୁବନେଶ୍ୱରରେ ଜାତୀୟ ଟ୍ରେନିଂ ଚୟନ ଶିବିର ଅନୁଷ୍ଠିତ ହୋଇଥିଲା ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *