ବିଧାନସଭାରେ ଚପଲ ଫିଙ୍ଗା ଘଟଣାରେ କାର୍ଯ୍ୟାନୁଷ୍ଠାନ, ନିଲମ୍ବିତ ହେଲେ ବିଜେପିର ୩ ବିଧାୟକ

ଭୁବନେଶ୍ୱର :  ବିଧାନସଭାରେ ଚପଲ ଫିଙ୍ଗା ଘଟଣାରେ କାର୍ଯ୍ୟାନୁଷ୍ଠାନ। ବିଜେପିର ୩ ବିଧାୟକଙ୍କୁ ଚଳିତ ବିଧାନସଭାରୁ ନିଲମ୍ବନ କରାଯାଇଛି। ବିରୋଧୀଦଳ ମୁଖ୍ୟ ସଚେତକ ମୋହନ ମାଝି, ବିଧାୟକ ଦଳର ଉପନେତା ବିଷ୍ଣୁ ସେଠୀ ଓ ବିଧାୟକ ଜୟନାରାୟଣ ମିଶ୍ରଙ୍କୁ ଚଳିତ ବିଧାନସଭା ଅଧିବେଶନରୁ ନିଲମ୍ବନ କରାଯାଇଛି। ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ବିଜେପିର ୩ଜଣ ବିଧାୟକଙ୍କୁ ନିଲମ୍ବନ କରିଥିଲେ। ତେବେ ବାଚସ୍ପତିଙ୍କ ନିଷ୍ପତ୍ତିକୁ ବିରୋଧ କରି ନିଲମ୍ବିତ ହୋଇଥିବା ୩ଜଣ ବିଧାୟକ ବିଧାନସଭା ପରିସରରେ ଥିବା ଗାନ୍ଦିମୂର୍ଣ୍ଣିତ ତଳେ ଧାରଣାରେ ବସିଛନ୍ତି।

ବାଚସ୍ପତି କହିଛନ୍ତି, କିଏ କ’ଣ ଫିଙ୍ଗିଛି ସେ ତାହାର ଅନୁଧ୍ୟାନ କରିଛନ୍ତି। ଫଟୋଗ୍ରାଫ ମଗାଇ ଘଟଣାର ସମ୍ପୂର୍ଣ୍ଣ ଅନୁଧ୍ୟାନ କରିବା ପରେ ପଦକ୍ଷେପ ନିଆଯାଇଛି।
ଏଠାରେ ସୂଚନା ଯୋଗ୍ୟ ଯେ,  ଓଡ଼ିଶା ବିଧାନସଭାରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଯାଇଛି। ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ ସମୟରେ ସବୁ ସୀମା ଲଙ୍ଘିଛନ୍ତି। ବିରୋଧ ପ୍ରଦର୍ଶନ ସମୟରେ ବିରୋଧୀ ସଦସ୍ୟମାନେ ବାଚସ୍ପତିଙ୍କ ପୋଡିୟମ ଉପରକୁ ଚପଲ ଫିଙ୍ଗିବାକୁ ମଧ୍ୟ ପଛାଇ ନାହାନ୍ତି। ଶନିବାର ବିଧାନସଭାରେ ସିଏଜି ରିପୋର୍ଟ ଉପସ୍ଥାପନ ହୋଇଥିଲା। ଏହା ପରେ ବିରୋଧୀ ସଦସ୍ୟମାନେ ହୋହଲ୍ଲା, ହଟ୍ଟଗୋଳ କରିଥିଲେ। ଏହି ସମୟରେ ସଦସ୍ୟମାନେ ବାଚସ୍ପତିଙ୍କ ପୋଡିୟମ ଉପରକୁ ଇୟର ଫୋନ, କାଗଜପତ୍ର ଫିଙ୍ଗିଥିଲେ। ଏପରି ବିରୋଧୀଙ୍କ ମଧ୍ୟରୁ କେହି ଜଣେ ବାଚସ୍ପତିଙ୍କ ପୋଡିୟମ ଉପରକୁ ଚପଲ ଫିଙ୍ଗିଥିଲେ।

ଫଳରେ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ଯାଏ ମୁଲତବୀ ଘୋଷଣା କରିଥିଲେ। ଅପରାହ୍ଣରେ ବିଧାନସଭା ଅଧିବେଶନ ଆରମ୍ଭ ହେବା ପରେ ଏଥିନେଇ କାର୍ଯ୍ୟାନୁଷ୍ଠାନ ପାଇଁ ଶାସକଦଳ ସଭ୍ୟ ଦାବି କରିଥିଲେ। ଭିଡିଓ ଫୁଟେଜ୍‌ ଓ ଫଟୋଗ୍ରାଫକୁ ଅନୁଧ୍ୟାନ କରିବା ପରେ ୩ଜଣ ବିଧାୟକଙ୍କୁ ନିଲମ୍ବନ କରିବା ପାଇଁ ବାଚସ୍ପତି ପଦକ୍ଷେପ ଗ୍ରହଣ କରିଥିଲେ। ଶାସକ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି, ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ଜୋତା ଫିଙ୍ଗିଛନ୍ତି। ଜୟ ନାରାୟଣ ମିଶ୍ର ଇୟର ଫୋନ ଫିଙ୍ଗିଛନ୍ତି ଏବଂ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି କାଗଜ ଫିଙ୍ଗିଛନ୍ତି।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *