ରାସ୍ତାରେ ଭ୍ୟାନ୍ ଛାଡ଼ି ଚମ୍ପଟ୍ ମାରିଲେ ଡ୍ରାଇଭର

ରଣପୁର  : ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ୧୬ନଂ ଜାତୀୟ ରାଜପଥ ଦେଇ ଅନେକ ଚୋରା ବେଆଇନ୍‌ ବିଦେଶୀ ମଦ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଥିଲା । ଯାହାକୁ ନେଇ ନୟାଗଡ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟାରିଆ ଏହି ବେଆଇନ୍‌ ମଦ ଚାଲାଣ ରୋକିବାକୁ ଚାନ୍ଦପୁର ଥାନାକୁ ନିର୍ଦ୍ଦେଶ ଦେଇଥିଲେ । ଯାହାଫଳରେ ଚାନ୍ଦପୁର ଥାନା ନିରୀକ୍ଷକ ରଶ୍ମୀ ରଞ୍ଜନ ଦାଶ ରାତ୍ରିକାଳୀନ ତନଖିକୁ କଡାକଡି କରିଥିଲେ। ବିଳମ୍ବିତ ରାତ୍ରିରେ ୧୬ନଂ ଜାତୀୟ ରାଜପଥ ଚମ୍ପାଗଡ ଛକରେ ତନଖି କରୁଥିବା ସମୟରେ ୨ ଗୋଟି ମାରୁତି ଭ୍ୟାନ୍‌ ତାରାଦେଇ ଛକରୁ ଭୁଷଣ୍ଡପୁର ଆଡକୁ ପୋଲିସ ଗାଡି ଦେଖି ଦ୍ରୁତଗତିରେ ପଳାଇଯାଉଥିବା ଥାନା ନିରୀକ୍ଷକ ଜାଣିବାକୁ ପାଇଥିଲେ । ଯାହାଫଳରେ ସେହି ୨ ଗୋଟି ମାରୁତି ଭ୍ୟାନ୍‌କୁ ପୋଲିସ ଗୋଡାଇଥିଲା । କିଛି ସମୟ ଛକ୍କା ପଞ୍ଚା ଚାଲିବା ପରେ ରାସ୍ତା ଉପରେ ମାରୁତି ଭ୍ୟାନ୍‌ ୨ଟିକୁ ଛାଡି ଡ୍ରାଇଭର ପଳାଇ ଯାଇଥିଲା । ପୋଲିସ ବିଦେଶୀ ମଦ ଓ ମାରୁତି ଭ୍ୟାନ୍‌ ଓ ଡି୦୨ୱାଇ ୯୯୪୩ ଓ ଓ ଡି ୦୨ସି ୧୧୭୯କୁ ଜବତ କରିଥିବା ଜଣାପଡିଛି । ଏ ବିଷୟରେ ଚାନ୍ଦପୁର ଥାନାରେ ଏକ ମାମଲା ରୁଜୁ ହୋଇଥିବା ଜଣାପଡିଛି । ଚାନ୍ଦପୁର ଥାନା ନିରୀକ୍ଷକଙ୍କ ସୂଚନା ଅନୁଯାୟୀ ଜବତ ହୋଇଥିବା ୧୧୫୨ ବୋତଲ ୩୯୨ ଲିଟର ବିଦେଶୀ ମଦର ଦାମ୍‌ ୩ ଲକ୍ଷ ୫୩ ହଜାର ଟଙ୍କା ବୋଲି ଜଣାପଡିଛି । ନୟାଗଡ ଜିଲ୍ଲାରେ ଏହା ବଡଧରଣର ମଦ ଜବତ ଘଟଣା ବୋଲି ନିରୀକ୍ଷକ ସୂଚନା ଦେଇଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *