ଧରାପଡିଲା ସାଇବର ଠକ ଗ୍ୟାଙ୍ଗ, ୩ ଗିରଫ

ଝାରସୁଗୁଡା : ପୁଣି ଏକ ସାଇବର ଠକ ଗ୍ୟାଙ୍ଗକୁ ଗିରଫ କରିଛି ଝାରସୁଗୁଡା ପୁଲିସ । ଏହି ଗ୍ୟାଙ୍ଗର ୩ ଜଣକୁ ପୁଲିସ ସୁନ୍ଦରଗଡ ଜିଲ୍ଲା ଲେଫରିପଡା ଥାନା ଅଞ୍ଚଳରୁ ଗତକାଲି ରାତିରେ ଗିରଫ କରିଛି । ସେମାନଙ୍କଠାରୁ ୯ଟି ମୋବାଇଲ ଫୋନ, ଏକ ସୋନି ସାଉଣ୍ଡ ସିଷ୍ଟମ, ୧୧ ହଜାର ନଗଦ ଟଙ୍କା ଏବଂ ଅନ୍ୟ ଜିନିଷପତ୍ର ଜବତ କରିଥିବାବେଳେ ଜଣେ ଅଭିଯୁକ୍ତ ଫେରାର ହୋଇଯାଇଛି । ଗିରଫ ଅଭିଯୁକ୍ତମାନେ ଝାରଖଣ୍ଡ ଗିରିଡି ଅଞ୍ଚଳର ଗୁଡ୍ଡୁଲାଲ ରାଣା(୨୬), ପପ୍ପୁ ରାଣା(୩୨), ଗୋପାଲ ରାଣା(୩୪) ଏବଂ ଫେରାର ହୋଇଥିବା ଅଭିଯୁକ୍ତ ଜଣକ ବିର୍ଜୁ ରାଣା ବୋଲି ଝାରସୁଗୁଡା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିକାଶ ଚନ୍ଦ୍ର ଦାସ ସୁଚନା ଦେଇଛନ୍ତି । ସୂଚନା ଅନୁଯାୟୀ, ବେଲାପାହଡ ଗାନ୍ଧିନଗରରରେ ରହୁଥିବା ଜଣେ ରେଳବାଇ କର୍ମଚାରୀ ଶିବାସିସ କର୍ମାକରଙ୍କ ନିକଟକୁ ଏହି ଠକମାନେ ଗତ ମାର୍ଚ୍ଚ ୨୨ ତାରିଖ ଫୋନ କରି ଆପଣ ଫୋନ ପେରେ ୧୯ଶହ ଟଙ୍କାର ଲଟେରୀ ଜିତିଛନ୍ତି ବୋଲି କିହିଥିଲେ । ଏହାପରେ ଏକ ଲିଙ୍କ ପଠାଇ ସେଠାରେ କ୍ଲିକ କରିବା ପାଇଁ କହିଥିଲେ ।

ଶିବାଶିଷ ଲିଙ୍କରେ କ୍ଲିକ କରିବାକ୍ଷଣି ତାଙ୍କ ଆକାଉଣ୍ଟରୁ ୧୯ଶହ ଟଙ୍କା ଓ କିଛି ସମୟପରେ ୩୬ ହଜାର ଟଙ୍କା କଟିଯାଇଥିଲା । ଏବଂ ଏହି ଟଙ୍କା ପୁଣି ଆକାଉଂଟକୁ ଫେରସ୍ତ ନହେବାରୁ ଶିବାସିସ ଗତ ୨୪ ତାରିଖ ବେଲପାହାଡ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ବେଲାପାହାଡ ପୁଲିସ ଅଭିଯୋଗକୁ ଭିତିକରି ତଦନ୍ତ ଆରମ୍ଭ କରିଥିଲା । ଫ୍ଲିପକାର୍ଟ, ପେୟୁ, ପରି ବିଭିନ୍ନ ସୁତ୍ରରୁ ଠକମାନଙ୍କ ବିଷୟରେ ପତାକରବାସହ ସିଡିଆର ଏନାଲିସିସ କରି ତାଙ୍କ ଲୋକେସନ ଯାଂଚ କରିବାସହ ଗତକାଲି ରାତିରେ ସୁନ୍ଦରଗଡ ଲେଫରିପଡାରେ ଚଢାଉକରି ଠକମାନଙ୍କୁ ଗିରଫ କରିଥିଲା । ଠକମାନଙ୍କୁ ପଚରାଉଚୁରା  ସମୟରେ ସେମାନେ ଏହି ସାଇବର ଠକେଇ ଯାମାତ୍ରାରୁ ଶିକିଥିବା ପୁଲିସକୁ କହିଛନ୍ତି ।

ପ୍ରଥମେ ଏହି ଠକମାନେ ଗୁଗୁଲ କ୍ରୋମରେ ବିଭିନ୍ନ ରାଜ୍ୟର ଭିନ୍ନ ଭିନ୍ନ ଟେଲିକମ ସାର୍ଭସ ଉପଭୋକ୍ତାଙ୍କର ନମ୍ବର ଖୋଜି ଥାଆନ୍ତି । ମୋବାଇଲ ନମ୍ବର ପାଇବାପରେ ସାମେନ ସେହି ନମ୍ବରକୁ ଫୋନ କରି ଲଟେରୀ ଜିତିଛନ୍ତି କିମ୍ବା କୌଣସି ଅଫର ପାଇଛନ୍ତି କହି ନିଜ ଜାଲରେ ଫସାଇବାସହ ଫୋନ ପେକୁ ଏକ ଲିଙ୍କ ପଠାଇ ସେଠାରେ କ୍ଲିକ କରିବା ପାଇଁ କହିଥାଆନ୍ତି ଏବଂ ନିରୀହ ଲୋକେ ଲଟେରୀ ଅବା ଅଫର ଲୋଭରେ ସେହି ଲିଙ୍କକୁ କ୍ଲିକ କଲାମାତ୍ରେ ସାଇବର ଠକମାନେ ତାଙ୍କ ଆକାଉଣ୍ଟରୁ ଟଙ୍କା ଲୁଟି ନେଉଥିବା ଧରାପଡିଥିବା ଏହି ଠକମାନେ ପୁଲିସ ନିକଟରେ ପ୍ରକାଶ କରିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *