ଆନ୍ତଃଜିଲ୍ଲା ଗ୍ୟାଙ୍ଗ୍ ଗିରଫ, ୩ ଗିରଫ

ଭବାନୀପାଟଣା  : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ପୋଲିସ ହାତରେ ଧରାପଡିଛି ଆନ୍ତଃଜିଲ୍ଲା ବାଇକ୍ ଚୋର ଗ୍ୟାଙ୍ଗ । ସେଥିରେ ୩ ଜଣ ଗିରଫ ହୋଇଥିବାବେଳେ ୫ ବାଇକ୍ ଜବତ କରାଯାଇଛି । ସମ୍ପୃକ୍ତ ଅଭଯୁକ୍ତମାନେ ହେଲେ ଗ୍ୟାଙ୍ଗର ମୁଖ୍ୟ ଅଭିଯୁକ୍ତ ସଦରଥାନା କଲମ ପଞ୍ଚାୟତ ଠେମରା ଗାଁର ଜଗନ୍ନାଥ ଶବର (୨୧) ସମେତ ତାର ଦୁଇ ସହଯୋଗୀ ତେନ୍ତୁପଲିପଡା ଗାଁର ଫକୀର ପାଣିଗ୍ରାହୀ (୩୦) ଓ କେଗାଁ ଥାନା କନ୍ଦାଖାଲ ଗାଁର ସୁଧୀର ପ୍ରଧାନ (୩୧) କୁ ପୋଲିସ ଗିରଫ କରିଛି । ସେମାନଙ୍କ ଠାରୁ ୪ ଟି ମୋଟରସାଇକଲ୍ ଓ ଗୋଟେ ବୁଲେଟ ଉଦ୍ଧାର କରାଯାଇଥିବା ଏସ୍‌ପି ଡା. ଶ୍ରବଣ ବିବେକ ଏମ୍ ପ୍ରେସ୍ ବିବୃତ୍ତିରେ ସୂଚନା ଦେଇଛନ୍ତି ।

ସୂଚନାମତେ, ମେ ୭ ତାରିଖ ଭବାନୀପାଟଣା ପୁରୁଣାପଡାର ସ୍ନେହାଶିଷ ପାର୍ଟୋ (୨୮) ଙ୍କ ବାଇକ୍ ଚୋରି ହୋଇଥିବା ନେଇ ସଦର ଥାନାରେ କେସ ନଂ. ୧୫୩/୨୦୨୧ ମାମଲା ରୁଜୁ ହୋଇଥିଲା । ଥାନାଅଧିକାରୀ ପ୍ରଦୀପ ଧରୁଆ ଓ ଟିମ୍ ଘଟଣାର ଅନୁସନ୍ଧାନ କ୍ରମେ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା ଏବଂ ସେମାନଙ୍କ ନିକଟରୁ ୫ ଟି ଚୋରି ମୋଟର ସାଇକେଲ ଉଦ୍ଧାର କରାଯାଇଥିଲା । ଅଭିଯୁକ୍ତମାନେ ନମ୍ବର ପ୍ଲେଟ ବଦଳାଇ ବାଇକର ଇଞ୍ଜିନି ଏବଂ ଚେସିସ୍ ନମ୍ବର ପରିବର୍ତ୍ତନ କରିବାକୁ ଚେଷ୍ଟା କରିଥିଲେ ବୋଲି ଜଣାପଡିଛି । ଚୋର ଗ୍ୟାଙ୍ଗ ଠାରୁ ଉଦ୍ଧାର ହୋଇଥିବା ମୋଟରସାଇକେଲଗୁଡିକ ସେମାନଙ୍କ ସମ୍ପୃକ୍ତ ମାଲିକଙ୍କ ନିକଟକୁ ଫେରାଇ ଦିଆଯାଇଥିବା ବେଳେ ମାମଲାର ଅଧିକ ତଦନ୍ତ ଚାଲିଥିବା କୁହାଯାଇଛି । ଏହି ଗ୍ୟାଙ୍ଗର ଅନ୍ୟତମ ଜଣେ ସଦସ୍ୟ ଏବେବି ଫେରାର୍ ଥିବା ସୂଚନା ରହିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *