ସରକାରୀ ଆବାସିକ ବାଳିକା ବିଦ୍ୟାଳୟର ୨୬ ଛାତ୍ରୀ କରୋନା ଆକ୍ରାନ୍ତ ଚିହ୍ନଟ

କରଞ୍ଜିଆ : ପୁଣି ସ୍କୁଲରେ ଭାଇରସ୍‌ ଭୟ। କରଞ୍ଜିଆ ଚମକପୁର ସରକାରୀ ଆବାସିକ ବାଳିକା ବିଦ୍ୟାଳୟରେ ୨୬ ଛାତ୍ରୀ କରୋନା ଆକ୍ରାନ୍ତ ବୋଲି ସୂଚନା ମିଳିଛି । ଆବାସିକ ବିଦ୍ୟାଳୟରେ ମୋଟ ୨୫୯ଜଣ ପିଲା ରହି ପାଠ ପଢୁଥିବା ବେଳେ ୨୦ ଜଣ କର୍ମଚାରୀ ଅଛନ୍ତି । କିଛିଦିନ ପୂର୍ବରୁ କିଛି ଛାତ୍ରୀ ଅସୁସ୍ଥ ଅନୁଭବ କରିବା ପରେ ସେମାନଙ୍କର କରୋନା ପରୀକ୍ଷା କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୨୬ଜଣ ପିଲା ପଜିଟିଭ୍‌ ଚିହ୍ନଟ ହୋଇଥିଲେ ।

ଆଉ ୧୫ ଜଣଙ୍କ ସ୍ୱାବ ଟେଷ୍ଟ ପାଇଁ ବାରିପଦା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି । ସମସ୍ତ ଚିହ୍ନଟ ଆକ୍ରାନ୍ତଙ୍କୁ ବିଦ୍ୟାଳୟ ପରିସରରେ ସଙ୍ଗରୋଧରେ ରଖାଯାଇଛି । ଜଣେ ଡାକ୍ତରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆକ୍ରାନ୍ତ ଛାତ୍ରୀଙ୍କର ଚିକିତ୍ସା କରାଯିବା ସହ ସେଠାରେ ଏକ ଆମ୍ବୁଲାନ୍ସ ମଧ୍ୟ ରହିବ ବୋଲି ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି । ଅନ୍ୟପଟେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଉପଜିଲ୍ଲାପାଳ, ଠାକୁରମୁଣ୍ଡା ବିଡିଓ, ତହସିଲଦାର ଓ ଏକ ଡାକ୍ତରୀ ଟିିମ୍‌ ଆଜି ସ୍କୁଲରେ ପହଞ୍ଚିବେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *