୨୫ ଟନ୍ ଚାଉଳ ପାଣିରେ ଗଲା

ସାଲେପୁର (ସନ୍ତୋଷ କୁମାର ସାହୁ) : ଡ୍ରାଇଭରର ଅସାବଧାନତା ଯୋଗୁଁ ୨୫ ଟନ୍ ଚାଉଳ ପାଣିରେ ଗଲା । ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ଥାନା ଶିଶୁଆ-ନଇଗୁଆଁ ରାସ୍ତା କଡ଼ରେ ଯାଇଥିବା ବ୍ରାଞ୍ଚ କେନାଲରେ । ଶୁକ୍ରବାର ବିଳମ୍ବିତ ରାତିରେ ସୋନପୁରରୁ ୨୫ ଟନ୍ ସରକାରୀ ଚାଉଳ ନେଇ ଏକ ଟ୍ରକ କଟରପା ଗାଁ ରେ ଥିବା ସରକାରୀ ଗୋଦାମକୁ ଆସୁଥିବା ବେଳେ କୌଣସି କାରଣରୁ ଟ୍ରକ୍ ଟି ସ୍ଥାନୀୟ କେନାଲକୁ ଖସି ପଡିଥିଲା ।

ଫଳରେ ଟ୍ରକ୍ ରେ ଥିବା ୨୫ ଟନ୍ ଚାଉଳ ସହ ଟ୍ରକ୍ ଟି ପାଣିରେ ବୁଡି ଗଲା । ଆଉ ଡ୍ରାଇଭର ଓ ହେଲପର ଅଳ୍ପକେ ରକ୍ଷା ପାଇଗଲେ । ଟ୍ରକ୍ ରେ ଆସିଥିବା ୨୫ ଟନ୍ ଚାଉଳ ସଂପୂର୍ଣ୍ଣ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି । ପ୍ରଶ୍ନ ଉଠୁଛି ଏଭଳି ସଂର୍କିନ ରାସ୍ତା ଦେଇ ଡ୍ରାଇଭର ଗାଡ଼ି କାହିଁକି ଆଣୁଥିଲା ନାଁ ଏ ସରକାରୀ ଚାଉଳ ଆଉ କେଉଁଠାକୁ ଯାଉଥିଲା ତାହା ତଦନ୍ତ ପରେ ସ୍ପଷ୍ଟ ହେବ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *