ପାକିସ୍ତାନ ଜେଲରୁ ମୁକ୍ତ ହେଲେ ୨୦ ଭାରତୀୟ

ଲାହୋର : ପାକିସ୍ତାନରେ ଜେଲ ଦଣ୍ଡ ଭୋଗିସାରିଥିବା ଗୁଜୁରାଟର ୨୦ ଜଣ ମତ୍ସ୍ୟଜୀବୀଙ୍କୁ ପାକିସ୍ତାନ ସରକାର ମୁକ୍ତ କରିଦେଇଛନ୍ତି । ରବିବାର ସକାଳେ ସେମାନଙ୍କୁ ୱାଘା-ଅଟାରି ସୀମା ଦେଇ ଭାରତକୁ ପଠାଇଦିଆଯିବ । ମୋଟ ୩୫୦ ଜଣ ମତ୍ସ୍ୟଜୀବୀଙ୍କୁ ପାକିସ୍ତାନ ସରକାର ମୁକ୍ତ କରିଛନ୍ତି । ସେମାନଙ୍କୁ ପର୍ଯ୍ୟାୟକ୍ରମେ ମୁକ୍ତ କରାଯିବ । ପ୍ରଥମ ପର୍ଯ୍ୟାୟରେ ୨୦ ଜଣଙ୍କୁ ମୁକ୍ତ କରାଯାଇଛି । ସେମାନଙ୍କୁ ଆସନ୍ତା କାଲି ସକାଳେ ୱାଘା-ଅଟାରି ସୀମାରେ ଭାରତୀୟ ଅଧିକାରୀଙ୍କୁ ହସ୍ତାନ୍ତର କରାଯିବ । ଏହି ଭାରତୀୟଙ୍କ ସୁରକ୍ଷିତ ପରିବହନ ପାଇଁ ପାକିସ୍ତାନର ଏକ ଏନଜିଓ ଇଧି ଫାଉଣ୍ଡେସନ ବ୍ୟବସ୍ଥା କରିଛି । ଏହି ଫାଉଣ୍ଡେସନର ଅବଦୁଲ ସତ୍ତାର ଇଧିଙ୍କ ପୁଅ ଫୈଜଲ ଇଧି କହିଛନ୍ତି ଯେ ଫାଉଣ୍ଡସେନ ପକ୍ଷରୁ ଏହି କଏଦୀମାନଙ୍କୁ ଏକ ବସରେ ୱାଘା ସୀମା ପର୍ଯ୍ୟନ୍ତ ଅଣାଯିବ । ସେଠାରେ ସେମାନଙ୍କୁ ଉପହାର ଓ କିଛି ଟଙ୍କା ଦେଇ ଭାରତୀୟ ଅଧିକାରୀଙ୍କୁ ହସ୍ତାନ୍ତର କରାଯିବ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *