ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ସଫା

ଶ୍ରୀନଗର: ଜମ୍ମୁ-କଶ୍ମୀରର ବାନ୍ଦିପୋରାରେ ଏନ୍‌କାଉଣ୍ଟରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇଜଣ ଆତଙ୍କବାଦୀ ସଫା ହୋଇଛନ୍ତି । ମୃତ ଆତଙ୍କବାଦୀଙ୍କ ନିକଟରୁ ବହୁ ମାତ୍ରାରେ ହତିଆର ଓ ଗୁଳିଗୋଳା ଜବତ କରାଯାଇଛି । କଶ୍ମୀର ପୋଲିସ ଆଇଜି ବିଜୟ କୁମାରଙ୍କ ଅନୁସାରେ ଦୁଇଜଣ ଆତଙ୍କବାଦୀ ଲୁଚିଥିବା ସୂଚନା ମିଳିବା ପରେ ସେମାନଙ୍କ ଘେରାଉ କରି ପୋଲିସ ସେମାନଙ୍କୁ ଆତ୍ମସମର୍ପଣ ପାଇଁ କହିଥିଲା । ସେମାନେ ଏହା ମାନି ନଥିଲେ ଏବଂ ଏନ୍‌କାଉଣ୍ଟର୍‌ରେ ଉଭୟ ମୃତ୍ୟୁବରଣ କରିଥିଲେ । ଏମାନଙ୍କ ମଧ୍ୟରୁ ଜଣେ ପାକିସ୍ତାନରେ ଟ୍ରେନିଂ ନେଇଥିବା ବେଳେ ଅନ୍ୟ ଜଣକ ୱାସିମ ବାରୀଙ୍କ ହତ୍ୟାରେ ସାମିଲ ଥିଲା । ଉଭୟଙ୍କ ଶବ ସୁରକ୍ଷାକର୍ମୀ ନିଜ ହେପାଜତକୁ ନେଇଥିବା ବେଳେ ସେମାନେ କେଉଁ ସଂଗଠନ ସହ ଜଡ଼ିତ ସେ ସମ୍ପର୍କରେ କୌଣସି ସୂଚନା ମିଳିପାରି ନାହିଁ । ଏହା ସହିତ କେଉଁ ଉଦ୍ଦେଶ୍ୟ ନେଇ ସେମାନେ ଅଞ୍ଚଳରେ ଲୁଚି ରହିଥିଲେ, ସେ ସମ୍ପର୍କରେ ସୂଚନା ଏକାଠି କରାଯାଉଛି ବୋଲି ସେ କହିଛନ୍ତି । ସେହିପରି ସେଠାରେ ଆଉ ଜଣେ ଆତଙ୍କବାଦୀ ଲୁଚି ରହିଥିବା ଅନୁମାନ କରାଯାଉଛି । ଏହା ପୂର୍ବରୁ ଗୁରୁବାର ଏଲ୍‌ଓସିର ଉରୀ ନିକଟସ୍ଥ ରାମପୁର ସେକ୍ଟର୍‌ରେ ପିଓକେରୁ ଆସି ଭାରତୀୟ ସୀମାରେ ପ୍ରବେଶ କରିଥିବା ୩ଜଣ ଆତଙ୍କବାଦୀ ସେନାର ଅପରେସନ୍‌ରେ ପ୍ରାଣ ହରାଇଥିଲେ । ସେହିପରି ଗୁରୁବାର ଶୋପିୟାଁରେ ସୁରକ୍ଷାକର୍ମୀଙ୍କ ସହ ଏନ୍‌କାଉଣ୍ଟର୍‌ରେ ଜଣେ ଆତଙ୍କବାଦୀର ମୃତ୍ୟୁ ଘଟିଥିଲା ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *