ପ୍ରକାଶ ପାଇଲା +୨ ବିଜ୍ଞାନ ଓ ବାଣିଜ୍ୟ ଫଳାଫଳ

ଭୁବନେଶ୍ୱର : ରାଜ୍ୟରେ ଆଜି ପ୍ରକାଶ ପାଇଛି ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ । ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରଗୀ ସମୀର ରଞ୍ଜନ ଦାଶଙ୍କ ଦ୍ୱାରା ଏହି ଫଳାଫଳ ଉନ୍ମୋଚିତ ହୋଇଛି । ବିଜ୍ଞାନରେ ୯୫.୧୫ ଛାତ୍ରଛାତ୍ରୀ ପାଶ କରିଛନ୍ତି । ସମୁଦାୟ ୮୯ ହଜାର ୯୫୧ ଜଣ ଛାତ୍ରଛାତ୍ରୀ ପାଶ କରିଥିବା ଜଣାପଡିଛି । ବିଜ୍ଞାନରେ ପ୍ରଥମ ଶ୍ରେଣୀରେ ୫୫ ହଜାର ୪୬୮ ଜଣ ଛାତ୍ରଛାତ୍ରୀ ପାଶ କରିଛନ୍ତି । ଦ୍ୱିତୀୟ ଶ୍ରେଣୀରେ ୧୬ ହଜାର ୯୪୩ ଜଣ ପାଶ କରିଥିବା ଜଣାପଡିଛି । ଏହା ବାଦ ତୃତୀୟ ଶ୍ରେଣୀରେ ୧୪୬୩୧ ଜଣ ପାଶ କରିଥିବା ଜଣାପଡିଛି । ବାଣିଜ୍ୟରେ ଛାତ୍ରଛାତ୍ରୀଙ୍କ ପାଶ ହାର ୯୪.୯୬ ପ୍ରତିଶତ ରହିଥିବା ଜଣାପଡିଛି । ବାଣିଜ୍ୟରେ  ରେଗୁଲାର ଛାତ୍ରଛାତ୍ରୀଙ୍କ ପାଶ ହାର ୯୯.୯୫ ପ୍ରତିଶତ ରହିଥିବା ଜଣାପଡିଛି । ସେହିପରି ରାତି ୮ଟାରେ ୱେବସାଇଟ orissaresults.nic.in ରେ ପରୀକ୍ଷା ଫଳ ପ୍ରକାଶିତ ହେବ । ୱେସାଇଟରେ ଆପଣ ନିଜର ପରୀକ୍ଷାଫଳ ପ୍ରକାଶିତ ହେବ ବୋଲି ସୂଚନା ମିଳିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *