ଦୁଇ ହାର୍ଡକୋର୍ ମାଓବାଦୀଙ୍କ ଆତ୍ମସମର୍ପଣ

ରାୟଗଡ଼ା : ରାୟଗଡ଼ା ପୁଲିସ ନିକଟରେ ଆଜି ଦୁଇ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଆତ୍ମା ସମର୍ପଣ କରିଥିବା ଦୁଇ ମାଓବାଦୀ ହେଲେ ସୁନାବେଡା ଏରିଆ କମିଟି ତଥା ମେନପୁର-ନୂଆପଡା ଡିଭିଜନର ଏରିଆ କମିଟି ସଦସ୍ୟ ମଙ୍କୁ ଓୟାମ ଓରଫ ଜୟରାମ ଓ କେକେବିଏନ କମିଟିର ସଦସ୍ୟ ଲାଛୁ ମାଡ଼କାମ । ଜୟରାମଙ୍କ ନାଁରେ ୪ ଲକ୍ଷ ଟଙ୍କାର ପୁରସ୍କାର ରାଶି ରାଜ୍ୟ ସରକାର ଘୋଷଣା କରିଥିବା ବେଳେ ଲାଛୁ ନାଁରେ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଛି । ଉଭୟ ଜୟରାମ ଓ ଲାଛୁ ମାଡ଼କାମ ଆଜି ପୁଲିସ ନିକଟରେ ଆତ୍ମସମର୍ପଣ କରିଥିବା ଏସପି ବିବେକାନନ୍ଦ ଶର୍ମା ସୂଚନା ଦେଇଛନ୍ତି ।

୨୦୧୧ ମସିହାରେ ମାଓ ସଙ୍ଗଠନରେ ଯୋଗ ଦେଇଥିବା ଛତିଶଗଡ଼ କ୍ୟାଡର ମଙ୍କୁ ଓରଫ ଜୟରାମଙ୍କ ୨୦୧୮ରେ ଓଡ଼ିଶାର କଳାହାଣ୍ଡି ଓ ରାୟଗଡ଼ାରେ କାମ କରୁଥିବା ବଂଶଧାରା-ଘୁମୁଶର-ନାଗାବଳୀ ଡିଭିଜନ୍‌ଙ୍କୁ ଟ୍ରାନ୍ସଫର ହୋଇଥିଲା । ଉଭୟଙ୍କ ନାଁରେ ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ ଜିଲ୍ଲାରେ ବହୁ ମାମଲା ରହିଛି । ଏମାନେ କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ବୌଦ୍ଧ ଆଦି ଜିଲ୍ଲାରେ ବିଭିନ୍ନ ସମୟରେ ହୋଇଥିବା ସାଧାରଣ ଲୋକଙ୍କୁ ହତ୍ୟାକାଣ୍ଡ, ଗୁଳି ବିନିମୟ, ନିର୍ବାଚନ ସମୟରେ ଗାଡ଼ି ଓ ଏଭିଏମ୍ ପୋଡ଼ି ଘଟଣାରେ ସମ୍ପୃକ୍ତ ଥଲେ । ଏହି ମାଓବାଦୀମାନେ ଓଡ଼ିଶା ସଂଗଠନରେ ସକ୍ରିୟ ଥିଲେ ।

ଭାଷା ସମସ୍ୟା, ସଂଗଠନରେ ନାରୀମାନଙ୍କୁ ଅତ୍ୟାଚାର, ଠିକ୍ ଭାବରେ ଖାଦ୍ୟ ଓ ବସ୍ତ୍ର ନମିଳିବା, ମାଓ ନେତାଙ୍କ ଦ୍ୱାରା ନିର୍ଯାତିତ ହେବା ଯୋଗୁଁ ଦଳ ଛାଡ଼ିଥିବା କହିଛନ୍ତି । ଆତ୍ମସମର୍ପଣ କରିବା ପରେ ରାଜ୍ୟ ସରକାରଙ୍କର ନକ୍ସଲ ଥଇଥାନ ନୀତି ଅନୁଯାୟୀ ଏମାନଙ୍କୁ ସମସ୍ତ ସୁବିଧା ପାଇଁ ଦିଆଯିବ ବୋଲି ଏସପି ବିବେକାନନ୍ଦ ଶର୍ମା ସୂଚନା ଦେଇଛନ୍ତି । ମାଓସଙ୍ଗଠନରେ ଦିନକୁ ଦିନ ମାନସିକ ନିର୍ଯାତନା, ଯୌନ ଶୋଷଣ ଓ ଅତ୍ୟାଚାର ବଢ଼ୁଥିବାରୁ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ ଏଭଳି ଅନେକ ମାଓବାଦୀ ପ୍ରସ୍ତୁତ ଥିବା ଜୟରାମ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *