କରୋନା ଔଷଧ ‘ଟୁ-ଡିଜି’ କିଣିବା ପାଇଁ ୫ ହଜାର ଅର୍ଡର ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର :କରୋନା ଔଷଧ ‘ଟୁ-ଡିଜି’ କିଣିବା ପାଇଁ ଅର୍ଡର ଦେଲେ ରାଜ୍ୟ ସରକାର । ୫ ହଜାର ସ୍ୟାଚେଟ୍ ଟୁ-ଡିଜି ମେଡିସିନ୍ ପାଇଁ ଅର୍ଡର ଦିଆଯାଇଛି ବୋଲି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି । ରାଜ୍ୟରେ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଏହି ଔଷଧର ଅର୍ଡର ଦିଆଯାଇଥିବା ସେ କହିଛନ୍ତି । କରୋନା ମୁକାବିଲା ଦିଗରେ ଆଉ ପାଦେ ଆଗେଇଲେ ରାଜ୍ୟ ସରକାର । ଡିଆରଡିଓ ଅନୁମତିପ୍ରାପ୍ତ ୨-ଡିଜି ଔଷଧକୁ ମାଗଣାରେ ଯେ଼ାଗାଇବେ ରାଜ୍ୟ ସରକାର । ଏଥିପାଇଁ ୫ହଜାର ୨-ଡିଜି ପାଉଚ୍ ଅର୍ଡର ଦେଇଛନ୍ତି ରାଜ୍ୟ ସରକାର ।  ସମସ୍ତ ସରକାରୀ ହସ୍ପିଟାଲକୁ ଏହି କରୋନା ଔଷଧ ଯୋଗାଇ ଦିଆଯିବ । ଚିକିତ୍ସିତ ହେଉଥିବା ରୋଗୀଙ୍କୁ ମାଗଣାରେ ଏହି ଔଷଧ ମିଳିବ ।  ଜୁନ୍ ୧୦ରେ ବଜାରରେ ଉପଲବ୍ଧ ହେବ ୨ଡିଜି । ଅଗ୍ରାଧିକାର ଭିତ୍ତିରେ ରାଜ୍ୟ କିପରି ଏହି ଔଷଧ ପାଇବ, ସେନେଇ ସ୍ୱାସ୍ଥ୍ୟବିଭାଗ ତତ୍ପରତା ପ୍ରକାଶ କରିଛି । କମ୍ପାନୀଙ୍କ ସହ ଆଲୋଚନା ଜାରି ରଖି ତୁରନ୍ତ କିପରି ରାଜ୍ୟ ପାଇବ ସେଦିଗରେ ସ୍ୱାସ୍ଥ୍ୟ ବିଭାଗ ପ୍ରୟାସ ଜାରି ରଖିଛି । ଔଷଧ ଉତ୍ପାଦନ କରୁଛି ଡକ୍ଟର ରେଡ୍ଡୀ ଲ୍ୟାବ୍ । ଗତକାଲି ୨-ଡିଜି ଗୋଟିଏ ପାଉଚ୍‌?ର ମୂଲ୍ୟ ୯୯୦ଟଙ୍କା ଧାର୍ଯ୍ୟ କରାଯାଇଛି । ତେବେ ସରକାରୀ ମେଡିକାଲରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନିଜ ନିଜ ଡିସକାଉଣ୍ଟ ପ୍ରାଇସ୍‌?ରେ ଏହାକୁ ରୋଗୀଙ୍କୁ ଦେଇପାରିବେ । ତେବେ କେନ୍ଦ୍ର ସରକାରଙ୍କ ଏ ସମ୍ପର୍କିତ କେ?ଣସି ଘୋଷଣା ପୂର୍ବରୁ ରାଜ୍ୟରେ ମାଗଣାରେ ଏହି ଔଷଧ ରୋଗୀଙ୍କୁ ଦିଆଯିବା ନେଇ ଘୋଷଣା କରିଛନ୍ତି ରାଜ୍ୟ ସରକାର । ପୂର୍ବରୁ ମଧ୍ୟ କରୋନା ମୁକାବିଲା ଦିଗରେ ବେଶ ତତ୍ପରତା ପ୍ରକାଶ କରିଛନ୍ତି ରାଜ୍ୟ ସରକାର । ସମସ୍ତ ରାଜ୍ୟବାସୀଙ୍କୁମାଗଣା ଟିକା ଯୋଗାଇଦେବା ନେଇ ଘୋଷଣା କରିବା ସହ ଅଧିକ ଟିକା ସଂଗ୍ରହ ନେଇ ଗ୍ଳୋବାଲ୍ ଟେଣ୍ଡର ପାଇଁ ଆହ୍ୱାନ କରିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *