ପ୍ରକାଶ ପାଇଲା ଯୁକ୍ତ ୨ କଟ୍‌ଅଫ୍‌ ମାର୍କ, ଜାଣନ୍ତୁ କେଉଁ କଲେଜରେ କେତେ ରହିଛି କଟ୍‌ଅଫ୍‌

ଭୁବନେଶ୍ୱର: ପ୍ରକାଶ ପାଇଲା ଯୁକ୍ତ ୨ କଟ୍‌ ଅଫ୍‌ ମାର୍କ। ww.samsodisha.gov.in ପୋର୍ଟାଲରେ ଉପଲବ୍ଧ ହୋଇଛି ତାଲିକା। ତିନୋଟି ଷ୍ଟ୍ରିମରେ ରେଭେନ୍ସା ହାୟର ସେକେଣ୍ଡାରୀ ସ୍କୁଲର ସର୍ବାଧିକ କଟ୍‌ ଅଫ ମାର୍କ ରିହଛି। କଳାରେ ୭୯.୦୩% କଟ୍‌ ଅଫ୍‌ ରହିଥିବା ବେଳେ ବାଣିଜ୍ୟରେ ୮୨% ଏବଂ ବିଜ୍ଞାନରେ ୯୧.୩୩% ସହ ଆଗରେ ରହିଛି ରେଭେନ୍ସା। ଅଗଷ୍ଟ ୧୨ ତାରିଖରୁ ଯୁକ୍ତ୨ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ସେପ୍ଟେମ୍ବର ୫ ତାରିଖ ପର୍ଯ୍ୟନ୍ତ ଚାଲିଥିଲା ଆବେଦନ। ଆଜି ମେରିଟ ଲିଷ୍ଟ ପ୍ରକାଶ ପାଇଥିବୀ ବେଳେ ୧୪ ରୁ ୨୧ ତାରିଖ ମଧ୍ୟରେ ନାମଲେଖା ହେବ। ସେହିପର ଦ୍ୱିତୀୟ ପର୍ଯ୍ୟାୟ କଟ୍ ଅଫ୍ ମାର୍କ ୨୭ ତାରିଖରେ ବାହାରିବା ପରେ ୨୯ରୁ ଅକ୍ଟୋବର ୧ ତାରିଖ ମଧ୍ୟରେ ନାମଲେଖା ହେବ। ଏହି ଦୁଇ ପର୍ଯ୍ୟାୟ ନାମଲେଖା ପରେ ବଳକା ସିଟ ପାଇଁ ଅକ୍ଟୋବର ୪ରେ ତାଲିକା ପ୍ରକାଶ ପାଇବ ଓ ୫ ସୁଦ୍ଧା ପଞ୍ଜୀକରଣ ଏବଂ ମେରିଟ ଲିଷ୍ଟ ପରେ ଅକ୍ଟୋବର ୭ ତାରିଖରେ ହେବ ନାମଲେଖା। ତେବେ ଏଥର ପ୍ରାୟ ୫ ଲକ୍ଷ ଯୁକ୍ତ ଦୁଇ ସିଟ୍ ପାଇଁ ଆବେଦନ କରିଛନ୍ତି ୪ଲକ୍ଷ ୭୧ ହଜାର ୬୧୨ ଜଣ ଛାତ୍ରଛାତ୍ରୀ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *