ରାଜ୍ୟରେ ସୁଧୁରୁଛି କରୋନା ସଂକ୍ରମଣ, ଚିହ୍ନଟ ହେଲେ ୧୯୩୦ ଜଣ କରୋନା ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ ଲଗାତାର ଖସୁଛି କରୋନା ସଂକ୍ରମଣ। ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୯୩୦ କରୋନା ପଜିଟିଭ। କ୍ୱାରେଣ୍ଟାଇନରୁ ୧୧ ଶହ ୧୭ ଜଣ ଥିବା ବେଳେ ଲୋକାଲ କଣ୍ଟାକ୍ଟ ରହିଛି ୮୧୩ । ତେବେ ସଂକ୍ରମଣ ନିୟନ୍ତ୍ରଣ ଆସୁଥିଲେ ବି ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ୍‌। ରାଜ୍ୟରେ ଆଉ ୬୮ ଜଣଙ୍କର ଜୀବନ ନେଲା ମହାମାରୀ। ଖୋର୍ଦ୍ଧାରୁ ସର୍ବାଧିକ ୪୩୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କଟକରୁ ୨୨୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳରୁ ୫୦, ବାଲେଶ୍ୱରରୁ ୧୩୪, ବରଗଡ଼ରୁ ୧୨, ଭଦ୍ରକରୁ ୯୮, ବଲାଙ୍ଗୀରୁ ୧, ବୌଦ୍ଧରୁ ୩, ଦେବଗଡ଼ରୁ ୮, ଢ଼େଙ୍କାନାଳରୁ ୬୨, ଗଜପତିରୁ ୪, ଗଞ୍ଜାମରୁ ୧୭, ଜଗତସିଂହପୁରରୁ ୭୫, ଯାଜପୁରରୁ ୧୨୫, ଝାରସୁଗୁଡ଼ାରୁ ୧୬, ଗଳାହାଣ୍ଡିରୁ ୭, କନ୍ଧମାଳରୁ ୨୭, କେନ୍ଦ୍ରାପପଡ଼ାରୁ ୧୨୩, କେନ୍ଦୁଝରରୁ ୪୮, କୋରାପୁଟ ରୁ ୧୪, ମାଲଗାନାଗିରିରୁ ୨୮, ମୟୂରଭଞ୍ଜରୁ ୯୮, ନବରଙ୍ଗପୁରରୁ ୫, ନୟାଗଡ଼ରୁ ୫୮, ନୂଆପଡ଼ାରୁ ୨, ପୁରୀରୁ ୨୭, ରାୟଗଡ଼ାରୁ ୩୮, ସମ୍ବଲପୁରରୁ ୨୫, ସୋନପୁରରୁ ୫, ସୁନ୍ଦରଗଡ଼ରୁ ୯୪, ଷ୍ଟଟପୁଲରୁ ୭୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *