ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୧୮୬୪ ଜଣ କରୋନା ପଜିଟିଭ୍

ଭୁବନେଶ୍ୱର :  ରାଜ୍ୟରେ କରୋନା ସଂକ୍ରମଣର ହାର ଦିନକୁ ଦିନ ଖସିବା ଟ୍ରେଣ୍ଡ୍‌ ଜାରି ରହିଛି ।୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୮୬୪ ଆକ୍ରାନ୍ତ । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୦୮୨ ଜଣ କ୍ବାରାଣ୍ଟିନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୭୮୨ ସ୍ଥାନୀୟ ବାସିନ୍ଦା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୬୫୭୨୫ ଜଣ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି। ୨୪ ଘଣ୍ଟାରେ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି ୪୯୬ ସଂକ୍ରମିତ । ଅନୁଗୁଳରୁ ୬୯ , ବାଲେଶ୍ୱରରୁ ୧୧୪ , ବରଗଡ଼ ୨୪ , ଭଦ୍ରକ ୬୫ , ବଲାଙ୍ଗୀର ୫ , ବୌଦ୍ଧ ୩ , କଟକ ୨୨୧ , ଦେବଗଡ଼ ୬ , ଢେଙ୍କାନାଳ ୮୪ , ଗଜପତି ୩ , ଗଞ୍ଜାମ ୧୨ , ଜଗତସିଂହପୁର ୮୯ , ଯାଜପୁର ୧୦୭ , ଝାରସୁଗୁଡ଼ା ୮ , କଳାହାଣ୍ଡି ୭ , କନ୍ଧମାଳ ୧୬ , କେନ୍ଦ୍ରାପଡ଼ା ୫୯ , କେନ୍ଦୁଝର ୩୨ , କୋରାପୁଟ ୭ , ମାଲକାନଗିରି ୧୨ , ମୟୂରଭଞ୍ଜ ୫୭ , ନବରଙ୍ଗପୁର ୨ , ନୟାଗଡ଼ ୬୬ , ନୂଆପଡ଼ା ୯ , ପୁରୀ ୫୯ , ରାୟଗଡ଼ା ୨୪ , ସମ୍ୱଲପୁର ୩୪ , ସୋନପୁର ୬ , ସୁନ୍ଦରଗଡ଼ ୫୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *