ରାଜ୍ୟରେ ଆଜି ୧୭୮୪ ଆକ୍ରାନ୍ତ ଚିହ୍ନଟ, ସର୍ବାଧିକ ନୂଆପଡ଼ା

ଭୁବନେଶ୍ୱର : ଓଡିଶାରେ ଅଣାୟତ୍ତ କଲାଣି କରୋନା । ରାଜ୍ୟ ଏବେ ବଡ଼ ବିପଦ ଦିଗକୁ ଆଗେଇବାରେ ଲାଗିଛି । ଗତ ବର୍ଷ ରାଜ୍ୟବାସୀ ଏଭଳି ସାଙ୍ଘାତିକ ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ ହିଁ କିଛି ଶିକ୍ଷା କଲେ ନାହିଁ । କରୋନା ନିୟମକୁ ବେଖାତିର କରି ଅମାନିଆ ହେବାରେ ଲାଗଛନ୍ତି । ଫଳରେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବଢିବା ସହିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ହେବାରେ ଲାଗିଛି । ବର୍ତ୍ତମାନ ଏହି ଭୟଙ୍କର ପରିସ୍ଥିତିରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୦ ହଜାର ଅତିକ୍ରମ କରିଛି । ଅନ୍ୟପଟରେ ରାଜ୍ୟରେ ଗତ ୧୨ ଦିନରେ ୧୧,୭୭୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ୧୨ ଦିନରେ ୧୦ ଜଣ ମୃତ୍ୟୁବରଣ କରେଣି । ଏଭଳି ସଙ୍କଟ ସମୟରେ ରାଜ୍ୟ ସରକାର ମୁକାବିଲା ପାଇଁ କୋଭିଡ ହସ୍ପିଟାଲ ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପୁଣି ୧୭୮୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୦୩୫ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୭୪୯ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।

ସର୍ବାଧିକ ୩୦୩ ନୂଆପଡ଼ାରୁ ଚିହ୍ନଟ ହୋଇଛନ୍ତି । ନୂତନ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୫୩ ହଜାର ୮୬ରେ ପହଞ୍ଚିଛି । ଏବେ ସୁଦ୍ଧା ସୁସ୍ଥ ହୋଇ ସାରିଲେଣି ୩ ଲକ୍ଷ ୪୦ ହଜାର ୬୦୦ଜଣ । ଏବେ ବି ସକ୍ରିୟ ଅଛନ୍ତି ୧୦୫୦୩ ଜଣ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଗତ ୨୪ଘଣ୍ଟାରେ ଅନୁଗୁଳରୁ ୨୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୭୨,ବରଗଡ଼ରୁ ୮୭, ଭଦ୍ରକରୁ ୩୦, ବଲାଙ୍ଗିରରୁ ୯୧ ଅଛନ୍ତି । ଏହାବ୍ୟତୀତ ବୌଦ୍ଧରୁ ୪, କଟକରୁ ୫୯, ଦ୍ୱେଗଡ଼ରୁ ୧୨, ଢ଼େଙ୍କାନାଳରୁ ୨, ଗଜପତିରୁ ୧୬, ଗଞ୍ଜାମରୁ ୮୦, ଜଗତସିଂହପୁରରୁ ୭, ଯାଜପୁରରୁ ୩୩, ଝାରସୁଗୁଡ଼ାରୁ ୧୦, କଳାହାଣ୍ଡିରୁ ୬୮, କନ୍ଧମାଳରୁ ୧୩, କେନ୍ଦ୍ରାପଡ଼ାରୁ ୧୮, କେନ୍ଦୁଝରରୁ ୫୪, ଖୋର୍ଦ୍ଧାରୁ ୨୦୧, କୋରାପୁଟରୁ ୧୦, ମାଲକାନଗିରିରୁ ଜଣେ, ମୟୂରଭଞ୍ଜରୁ ୨୭, ନବରଙ୍ଗପୁରରୁ ୬୭, ନୟାଗଡ଼ରୁ ୧୪, ନୂଆପଡ଼ାରୁ ୩୦୩, ପୁରୀରୁ ୫୩, ରାୟଗଡ଼ାରୁ ୨୫, ସମ୍ବଲପୁରରୁ ୧୧୪, ସୋନପୁରରୁ ୬, ସୁନ୍ଦରଗଡ଼ରୁ ୨୪୧ ଏବଂ ଷ୍ଟେଟ ପୁଲରୁ ୪୬ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଗଞ୍ଜାମରେ ନୂଆ କଟକଣା ଲଗାଇଛି ଜିଲ୍ଲା ପ୍ରଶାସନ । ଗଞ୍ଜାମର ମନ୍ଦିର, ପାର୍କ, ସମୁଦ୍ର ବେଳାଭୂମି, ପଡ଼ିଆ ଓ ବିଭିନ୍ନ ହ୍ରଦକୁ ୭ ଦିନ ପାଇଁ ବନ୍ଦ କରିଛି ପ୍ରଶାସନ । ଆସନ୍ତାକାଲିଠାରୁ ଏହି କଟକଣା ଜାରି ହେବ । ଏହି ସମୟରେ ସଂପୃକ୍ତ ସ୍ଥାନଗୁଡିକୁ ବିଶୋଧନ କରାଯିବ । ଆସନ୍ତା ୨୧ ତାରିଖ ଯାଏ ଏହି କଟକଣା ବଳବତ୍ତର ରହିବ । ସେହିଭଳି ସର୍ବସାଧାରଣ ସ୍ଥାନରେ ବି ମେରୁ ଯାତ୍ରା ଓ ପଣା ସଂକ୍ରାନ୍ତି ପାଳନ ଉପରେ କଟକଣା ଜାରି କରାଯାଇଛି । ଆଜି ଗଞ୍ଜାମରେ ଅଧିକ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଏ ସଂପର୍କରେ ସୂଚନା ଦେଇ କହିଛନ୍ତି କି ଗଞ୍ଜାମ ଜିଲ୍ଲାର ପ୍ରତ୍ୟେକ ବ୍ଲକ୍‌ରେ ୧୦୦ ଶଯ୍ୟା ବିଶିଷ୍ଟ ଅସ୍ଥାୟୀ ସଂଗରୋଧ କେନ୍ଦ୍ର ପ୍ରସ୍ତୁତ ହୋଇ ସାରିଛି । ଏହାଛଡ଼ା ହିଞ୍ଜିଳିକାଟୁ, ଆସ୍କା, ଭଞ୍ଜନଗର, ଓ ବ୍ରହ୍ମପୁରଠାରେ କୋଭିଡ୍ କେୟାର ସେଣ୍ଟରକୁ କାର୍ଯ୍ୟକ୍ଷମ କରାଯାଇଛି । ଠିକ୍ ସେହିପରି ବ୍ରହ୍ମପୁରଠାରେ ଏମ୍‌କେସିଜି କୋଭିଡ୍ ହସ୍ପିଟାଲ୍‌କୁ ପୁନର୍ବାର ଖୋଲାଯାଇଛି ।

ଖୁବ୍ ଶୀଘ୍ର ଅଶ୍ୱିନୀ କୋଭିଡ୍ ହସ୍ପିଟାଲ୍ ମଧ୍ୟ କାର୍ଯ୍ୟକ୍ଷମ ହେବ ବୋଲି ଏକ ସାମ୍ବାଦିକ ସମ୍ବିଳନୀରେ ସେ ସୂଚନା ଦେଇ କହିଛନ୍ତି । ଅପରପକ୍ଷରେ ରାଜ୍ୟରରେ ଏପ୍ରିଲ୍‌ରେ ବେକାବୁ ହେଲାଣି ମହାମାରୀ । କେବଳ ଏପ୍ରିଲ୍‌ରେ ପଜିଟିଭ୍ ସଂଖ୍ୟା ୧୦ ହଜାର ଟପିଯାଇଛି । ଆଗାମୀ କିଛି ମାସରେ ଦୈନିକ ସଂକ୍ରମଣ ରାଜ୍ୟରେ ୧୦ ହଜାରକୁ ପହଞ୍ଚିପାରେ ବୋଲି ଆକଳନ କରିଛନ୍ତି ଭୁବନେଶ୍ୱର ଏମ୍ସର ପୂର୍ବତନ ନିର୍ଦ୍ଦେଶକ ଡାକ୍ତର ଅଶୋକ ମହାପାତ୍ର କହିଛନ୍ତି । ସେ କହିଛନ୍ତି ଯେ ଦ୍ୱିତୀୟ ପର୍ଯ୍ୟାୟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଛି ।

ହେଲେ ମୃତକଙ୍କ ସଂଖ୍ୟା ବଢ଼ିନି । ଦ୍ୱିତୀୟ ଲହରିରେ ସଂକ୍ରମଣ ନିଜ ଲକ୍ଷଣ ବଦଳାଇଛି । ଦ୍ୱିତୀୟ ଲହରିରେ ଆଖି ଲାଲ୍ ହେବା, ପେଟ ଦରଜ, ବାନ୍ତି, ଭୋକ ନ ଲାଗିବା ଭଳି ନୂଆ ଲକ୍ଷଣ ଦେଖାଯାଉଥିବା ଜଣାପଡ଼ିଛି । ଏଥିସହ ଗଳା ଖରାପ ହେବା ସହ ଡାଇରିଆ, ବାନ୍ତି ହେବା ସହ ପେଟ ଦରଜ ପରି ଲକ୍ଷଣ ଦେଖାଦେଉଛି । ସେହିପରି କରୋନାର ପ୍ରଥମ ଲହର ସଂକ୍ରମଣ ସମୟରେ କାଶ, କଫ, ଜ୍ୱର ହେବା ସହ ଦେହ ଦରଜ, ନିମୋନିଆ ପରି ଲକ୍ଷଣ ଦେଖାଦେଉଥିଲା । ଏହା ପରେ ବିଭିନ୍ନ ଅଙ୍ଗ କ୍ରମଶଃ ଅଚଳ ହୋଇଯାଉଥିଲା । ଏବେ ମଧ୍ୟ କରୋନା ହେଲେ ନିମୋନିଆ ହେବ । ଏଥିସହ ଆଖି ଲାଲ ହେବ, ଖାଦ୍ୟ ଟେଷ୍ଟ ଆସିବନି, ପେଟ ଦରଜ ହେବ, ବାନ୍ତି ହେବ, ଡାଇରିଆ ହେବ, ଭୋକ ଲାଗିବନି ପରି ଲକ୍ଷଣ ଦେଖାଦେଲେ କରୋନା ଟେଷ୍ଟ କରାଇ ନେବାକୁ ପରାମର୍ଶ ଦେଇଛନ୍ତି ଡ. ଅଶୋକ ମହାପାତ୍ର ।ଏଥିସହ ସେ କହିଛନ୍ତି, ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ନିୟନ୍ତ୍ରଣରେ ରହିଛି । ହେଲେ ଛତିଶଗଡ଼ ପରିସ୍ଥିତିକୁ ଦେଖିଲେ ଅଧିକ ସଜାଗ ହେବାକୁ ହେବ ପଡ଼ିବ । ଆଗାମୀ କିଛି ମାସରେ ଦୈନିକ ସଂକ୍ରମଣ ରାଜ୍ୟରେ ୧୦ ହଜାରକୁ ପହଞ୍ଚିପାରେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *