ରାଜ୍ୟରେ ଆଜି ୧୭୪୧ କରୋନା ପଜିଟିଭ୍ ଚିହ୍ନଟ, ସର୍ବାଧିକ ସୁନ୍ଦରଗଡ଼

ଭୁବନେଶ୍ୱର : ଓଡ଼ିଶାରେ ଏବେ କରୋନା ସଂକ୍ରମଣ ଜଟିଳ ପରିସ୍ଥିତି ଆଡ଼କୁ ମୁହାଁଇଲାଣି । ସଂକ୍ରମଣ ଉଗ୍ରରୂପ ନେଲାଣି । କରୋନା ଭୂତାଣୁ କାୟା୍ୱିସ୍ତାର କରିବାରେ ଲାଗିଛି । ଫଳରେ ରାଜ୍ୟରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ହଜାର ଆଡ଼କୁ ବଢ଼ିବାରେ ଲାଗିଛି । କେବଳ ଆକ୍ରାନ୍ତଙ୍କ ବଢିଛି, ତାହା ନୁହେଁ ରାଜ୍ୟରେ ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା ବୃଦ୍ଧି ହେବାରେ ଲାଗିଲାଣି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୭୪୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୦୧୫ ସଙ୍ଗରୋଧ କେନ୍ଦ୍ରରୁ ଥିଲାବେଳେ ୭୨୬ ଆକ୍ରାନ୍ତ ସ୍ଥାନୀୟ ଅଞ୍ଚଳରୁ ଅଛନ୍ତି । ଆଜି ସୁନ୍ଦରଗଡ଼ରୁ ସର୍ବାଧିକ ୨୬୮ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୨୦୪ ଅଛନ୍ତି । ଏହା୍ୱ୍ୟତୀତ ବାଲେଶ୍ୱରରୁ ୧୫୮, ସମ୍ବଲପୁରରୁ ୧୨୧ ଓ କଳାହାଣ୍ଡିରୁ ୧୧୪ ଚିହ୍ନଟ ହୋଇଛନ୍ତି । ସେହିଭଳି ବରଗଡ଼ରୁ ୯୭, ବଲାଙ୍ଗିରରୁ ୯୩, ନୂଆପଡ଼ାରୁ ୯୬ ଓ ନବରଙ୍ଗପୁରରୁ ୮୦ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୪୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଭଦ୍ରକରୁ ୧୧, ବୌଦ୍ଧରୁ ୫, କଟକରୁ ୫୮, ଦେବଗଡ଼ରୁ ୯, ଢେଙ୍କାନାଳରୁ ୨, ଗଜପତିରୁ ୧୪, ଗଞ୍ଜାମରୁ ୯, ଜଗତସିଂହପୁରରୁ ୯, ଯାଜପୁରରୁ ୩୮, ଝାରସୁଗୁଡ଼ାରୁ ୪୩, କନ୍ଧମାଳରୁ ୮, କେନ୍ଦ୍ରାପଡ଼ାରୁ ୨, କେନ୍ଦୁଝରରୁ ୫୩, କୋରାପୁଟରୁ ୯, ମାଲକାନଗିରିରୁ ୩, ମୟୂରଭଞ୍ଜରୁ ୩୯, ନୟାଗଡ଼ରୁ ୭, ପୁରୀରୁ ୫୪, ରାୟଗଡ଼ାରୁ ୩୫ ଓ ସୋନପୁରରୁ ୧୩ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଷ୍ଟେଟ୍‌ପୁଲ୍‌ରୁ ୪୬ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ୫୧ ହଜାର ୩୦୨ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ୩ ଲକ୍ଷ ୪୦ ହଜାର ୬୨ ଜଣ ସୁସ୍ଥ ହୋଇସାରିଥିବା ବେଳେ ୯୨୫୯ ଜଣ ଚିକିତ୍ସାଧୀନ ଅଛନ୍ତି । ଅନ୍ୟପକ୍ଷରେ ନୂଆପଡ଼ା ଜିଲ୍ଲାରେ କରୋନାରେ ଆଉ ୨ ଜଣଙ୍କ ମୃତ୍ୟୁ ଘଟିଛି । ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୯୨୮ରେ ପହଞ୍ଚିଛି । ଆଉ ନୂଆପଡ଼ା ଜିଲ୍ଲାରେ ଏହି ସଂଖ୍ୟା ୨୯ରେ ପହଞ୍ଚିଛି । ଆଜି ବାଲେଶ୍ୱରର ରେମୁଣା ସ୍ଥିତ ଇମାମୀ ପେପର ମିଲ୍‌ରୁ ୧୦୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ବାଲେଶ୍ୱର ଜିଲ୍ଲାରୁ ୧୫୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୦୧ ଜଣ କେବଳ ଇମାମୀ ପେପର ମିଲ୍‌ର । ବାଲେଶ୍ୱର ସିଡିଏମ୍‌ଓ ଦୁଲାଲସେନ ଜଗଦ୍ଦେବ ଏହି ସୂଚନା ଦେଇଛନ୍ତି । ଗୋଟିଏ ସ୍ଥାନରୁ ଏକାବେଳକେ ଏତେ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେବା ପରେ ଇମାମୀର ଏକ କଲୋନୀକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ତା’ସହିତ ମିଲ୍‌ର ୩ଟି ୟୁନିଟ ମଧ୍ୟରୁ ଗୋଟିଏ ୟୁନିଟକୁ ପ୍ରଶାସନ ବନ୍ଦ କରି ଦେଇଛି ।

ଅନ୍ୟପଟରେ ଆଜି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନୂଆ ଗାଇଡଲାଇନ କରାଯାଇଛି । ବିଭାଗ ରାଜ୍ୟର ସମସ୍ତ ହସ୍ପିଟାଲରେ ଏହି ଗାଇଡଲାଇନ ପାଳନ କରିବା ଲାଗି ନିର୍ଦ୍ଦେଶ ଦେଇଛି । ହସ୍ପିଟାଲକୁ ସଂକ୍ରମଣ ମୁକ୍ତ କରିବା ପାଇଁ ବ୍ୟବସ୍ଥା ରଖ । ଅଯଥା ହସ୍ପିଟାଲରେ ରେଜିଷ୍ଟ୍ରେସନ ପାଇଁ ଗହଳି କର ନାହିଁ । ହସ୍ପିଟାଲରେ ସେଣ୍ଟ୍ରାଲ ରେଜିଷ୍ଟ୍ରେସନ ବ୍ୟବସ୍ଥା ବନ୍ଦ କରାଯାଉ । ହସ୍ପିଟାଲରେ ଅଯଥା ଅନୁପ୍ରବେଶ ବନ୍ଦ ହେଉ । ହସ୍ପିଟାଲ ୱାର୍ଡରେ ସିରିଏସ ରୋଗୀଙ୍କ ପାଇଁ କ୍ୱେଳ ଜଣେ ସମ୍ପର୍କୀୟକୁ ଅନୁମତି ଦିଆଯିବ । ଅନ୍ୟ ରୋଗୀଙ୍କ କ୍ଷେତ୍ରରେ କାହାକୁ ୱାର୍ଡ ଭିତରକୁ ପ୍ରବେଶାରଣ କରାଯାଇଛି । ସଂକ୍ରମଣ ରୋଗୀ ପାଇଁ ସ୍ୱତନ୍ତ୍ର ୱାର୍ଡବ୍ୟବସ୍ଥା କର । ଗଣମାଧ୍ୟମକୁ ହସ୍ପିଟାଲକୁ ପ୍ରବେଶ ନିଷିଦ୍ଧ କରାଯାଇଛି । ଶିଶୁ ଓ ମାନସିକ ରୋଗୀ ପାଇଁ ସ୍ୱତନ୍ତ୍ର ଚିକିତ୍ସା କର । ଓପିଡିରେ ମଧ୍ୟ ସାମାଜିକ ହୁରତା ରକ୍ଷା କରାଯାଉ । ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜି ସ୍ୱାସ୍ଥ୍ୟ ବିଭାଗ ରାଜ୍ୟର ଜନସାଧାରଣଙ୍କୁ ଏକ ନିବେଦନ କରିଛି । ଯେଉଁଥିରେ ଅତି ଜରୁରୀ ନଥିଲେ ଲୋକଙ୍କୁ ମେଡିକାଲ ନଆସିବାକୁ କୁହାଯାଇଛି । .ରାଜ୍ୟରେ ଏବେ ସଂକ୍ରମଣ ବଢ଼ିବାରେ ଲାଗିଛି , ତେଣୁ ଏପରି ସ୍ଥିତିରେ ମେଡିକାଲ ଭଳି ଗହଳି ସ୍ଥାନକୁ ଆସି ସଂକ୍ରମଣକୁ ଘରକୁ ନେଇ ଯାଆନ୍ତୁ ନାହିଁ ବୋଲି ସ୍ୱାସ୍ଥ୍ୟ ବିଭାଗ ଦର୍ଶାଇଛି । ଗତ କିଛି ଦିନ ହେଲା ବିଭିନ୍ନ ସ୍ଥାନରେ ଡାକ୍ତରମାନେ କୋଭିଡ୍ ସଂକ୍ରମିତ ହେବା ଦେଖିବାକୁ ମିଳୁଛି । ଯାହାପରେ ସ୍ୱାସ୍ଥ୍ୟ ବିଭାଗ ଏନେଇ ତତ୍ପରତା ପ୍ରକାଶ କରିବା ସହିତ ହସ୍ପିଟାଲରେ କୋଭିଡ୍ ନିୟମ କଡ଼ାକଡ଼ି କରିବା ସହ ଭିଡ଼ ନକରିବାକୁ କହିଛନ୍ତି ।

ସେହିପରି ଏବେ ରାଜଧାନୀରେ ଓୟୋ ରୁମ ହେଲା ସଙ୍ଗରୋଧ କେନ୍ଦ୍ର । ଏଣିକି ଓୟୋ ରୁମରେ ସଙ୍ଗରୋଧରେ ରହିପାରିବେ ଲୋକେ । ରାଜଧାନୀରେ କୋଭିଡ୍ ସଂକ୍ରମଣ ବୃଦ୍ଧି ଓ କ୍ୱାରେଣ୍ଟାଇନ୍ ସୁବିଧାକୁ ଦେଖି ୩ଟି ଦେୟଯୁକ୍ତ ଓୟୋ ହୋଟେଲକୁ କ୍ୱାରେଣ୍ଟାଇନ୍ ସେଣ୍ଟର ଭାବେ ଘୋଷଣା କରିଛି ଭୁବନେଶ୍ୱର ମହାନଗର ନିଗମ । ଏଠାରେ ଲୋକ ଆବଶ୍ୟକୀୟ ଟଙ୍କା ଦେଇ ନିଜକୁ ସଙ୍ଗରୋଧରେ ରଖିପାରିବେ । ସେଠାରେ ତାଙ୍କୁ ସକାଳର ଜଳଖିଆ, ଦ୍ୱିପହର ଓ ରାତିର ଖାଇବା ମଧ୍ୟ ଉପଲବ୍ଧ ହୋଇପାରିବ ବୋଲି ବିଏମସି ବିଜ୍ଞପ୍ତି ଜାରି କରି ସୂଚନା ଦେଇଛି । ରାଜ୍ୟରେ ଏବେ କୋଭିଡ୍ ସଂକ୍ରମଣ ବଢ଼ିବାକୁ ଲାଗିଛି । ବିଭିନ୍ନ ରାଜ୍ୟରୁ ପ୍ରବାସୀମାନେ ଏବେ ଘର ମୁହାଁ ମଧ୍ୟ ହେବାକୁ ଲାଗିଲେଣି । ଏପରି ସ୍ଥିତିରେ ସଂକ୍ରମଣକୁ ରୋକିବାକୁ ସରକାର ସଙ୍ଗରୋଧ ବାଧ୍ୟତାମୂଳକ କରିଛନ୍ତି । ହେଲେ ସଙ୍ଗରୋଧ ଗୃହର ଅଭାବ ହେତୁ ଲୋକମାନେ ନାନାଦି ସମସ୍ୟା ଭୋଗୁଛନ୍ତି । ଏପରି ସମୟରେ ଓୟୋ ରୁମକୁ ବିଏମସି ସଙ୍ଗରୋଧ କେନ୍ଦ୍ର ଭାବେ ବାଛିଛି । ଭୁବନେଶ୍ୱରର ୩ଟି ଓୟୋ ହୋଟେଲରେ ଏଥିପାଇଁ ମୋଟ ୪୦ଟି ବେଡର ବ୍ୟବସ୍ଥା କରାଯାଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *