୨୪ ଘଣ୍ଟାରେ ରାଜ୍ୟରେ ୧୭୦ କରୋନା ଆକ୍ରାନ୍ତ ଚିହ୍ନଟ, ନୂଆପଡ଼ାରେ ସର୍ବାଧିକ ୨୭

ଭୁବନେଶ୍ୱର : ଓଡିଶାରେ ବର୍ତ୍ତମାନ କରୋନା ଭୂତାଣୁ ନିୟନ୍ତ୍ରଣ ବାହାରକୁ ଚାଲି ଆସିବାର ଆଭାସ ହେଲାଣି । ଏବେ ଜନସାଧାରଣଙ୍କ କରୋନା ସଂକ୍ରମଣ ପ୍ରତି ଖାମଖିଆଲି ମନୋଭାବ ଓ ଗାଇଡଲାଇନ ପାଳନ କ୍ଷେତ୍ରରେ ଅମାନିଆ ଆଚରଣ ପ୍ରଦର୍ଶନ କରିଚାଲିଛନ୍ତି । ଫଳରେ ଭୂତାଣୁ ତା’ର ପ୍ରଭାବ ବିସ୍ତାର କରିବାରେ ଲାଗିଲାଣି । ପୂର୍ବରୁ ରାଜ୍ୟରେ ସଂକ୍ରମଣ ନିୟନ୍ତ୍ରଣ ଭିତରେ ରହିଥିଲା । ଏବେ କିନ୍ତୁ କରୋନା ମିଟର ଉପର ମୁହାଁ ହେଲାଣି । ରାଜ୍ୟରେ ଆଜି ପ୍ରଥମ ଥର ପାଇଁ ଗତ ୨୪ ଘଣ୍ଟାରେ ୧୭୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ୧୭ ଜାନୁଆରୀ ପରେ ସର୍ବାଧିକ ଦୈନିକ ସଂକ୍ରମଣ ।

ଆଜି ସଂକ୍ରମଣ ସଂଖ୍ୟା ରାଜ୍ୟ ସରକାର ଓ ରାଜ୍ୟବାସୀଙ୍କ ଲାଗି ସତର୍କ ଘଣ୍ଟି ହେଇଛି । ଯଦି ଏବେଠୁ ସ୍ଥିତି ଉପରେ ନିୟନ୍ତ୍ରଣ କରିବା ଲାଗି କଠୋର ପଦକ୍ଷେପ ଗ୍ରହଣ କରାନଯିବ, ତହେଲେ ଗତବର୍ଷ ଠିକ ଏହି ସମୟରେ ଯେଉଁ ଭୟାନକ ଓ ଆତଙ୍କରେ ରାଜ୍ୟବାସୀ ଜୁଝିଥୂଲେ ପୁଣି ତାହାର ପୁନରାବୃତ୍ତି ହେବାର ସମ୍ଭାବନାକୁ ଏଡ଼ାଯାଇ ନପାରେ । ଏହା ମଧ୍ୟରେ ଆଜି ପୁଣି ୧୭୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆପଡ଼ାରେ ସର୍ବାଧିକ ୨୭ ଆକ୍ରାନ୍ତ ଚିହ୍ନଟ । ସେହିପରି କଟକ, ଖୋର୍ଦ୍ଧାରେ ୨୩, ସୁନ୍ଦରଗଡରେ ୨୨ ଆକ୍ରାନ୍ତ । ୧୭୦ ମଧ୍ୟରୁ ସଙ୍ଗରୋଧରୁ ୯୯ ଓ ସ୍ଥାନୀୟ ଅଞ୍ଚଳରୁ ୭୧ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୯ ହଜାର ୨୪୬ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୩ ଲକ୍ଷ ୩୬ ହଜାର ୨୬୬ରହିଥିବା ବେଳେ ୧୦୦୮ ଜଣ ଚିକିତ୍ସିତ ହେଉଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *