ହାଇଦ୍ରାବାଦ ଆଗରେ ୧୫୦ ରନର ବିଜୟ ଲକ୍ଷ୍ୟ ରଖିଲା ବାଙ୍ଗାଲୋର

ଚେନ୍ନାଇ : ଆଜି ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ-୨୦୨୧ର ୬ଷ୍ଠ ମ୍ୟାଚରେ ହାଇଦ୍ରାବାଦ ଆଗରେ  ୧୫୦  ରନର ବିଜୟ ଲକ୍ଷ୍ୟ ରଖିଛି ବାଙ୍ଗାଲୋର । ଆଜି ହାଇଦ୍ରାବାଦ ଦଳ ଟସ ଜିତି ବାଙ୍ଗାଲୋରକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା । ବାଙ୍ଗାଲୋର ପକ୍ଷରୁ ଅଧିନାୟକ ବିରାଟ କୋହଲି ଓ ଦେବୀଦତ୍ତ ପଲିକ୍କଲ ବ୍ୟାଟିଂ ଆରମ୍ଭ କରିଥିଲେ । ତେବେ ପଲିକ୍କଲ ମାତ୍ର ୧୧ ରନ କରି ଆଉଟ ହୋଇଥିଲେ । ତାଙ୍କ ପରେ ଆସିଥିବା ସାହାବାଜ ଅହମ୍ମଦ ମଧ୍ୟ ମାତ୍ର ୧୪ ରନ କରି ଆଉଟ ହୋଇଯାଇଥିଲେ । ତେବେ ବିରାଟ ଗ୍ଲେନ ମାକ୍ସଓ୍ବେଲ ସତର୍କତାର ସହ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । କୋହଲି ୩୩ ରନ କରିଥିବାବେଳେ ମାକ୍ସଓ୍ବେଲ ସର୍ବାଧିକ ୫୯ ରନ କରିଥିଲେ । ତେବେ ମାକ୍ସଓ୍ବେଲ ଆଉଟ ହେବା ପରେ ଆସିଥିବା ଦଳର ଅନ୍ୟ ବ୍ୟାଟ୍ସମ୍ୟାନମାନେ ବିଶେଷ ଯୋଗାଦାନ ଦେଇପାରିନଥିଲେ । ବାଙ୍ଗାଲୋର ଦଳ ୨୦ ଓଭରରେ ୮ ଓ୍ବିକେଟ ହରାଇ ୧୪୯ ରନ କରିଥିଲା ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *