ରେକର୍ଡ ଭାଙ୍ଗିଲା କରୋନା; ଦିନକରେ ୧୨୮୨ ଚିହ୍ନଟ, ସର୍ବାଧିକ ସୁନ୍ଦରଗଡ଼

ଭୁବନେଶ୍ୱର : ଓଡ଼ିଶାବାସୀ ଗତବର୍ଷ ସାମ୍ନା କରିଥିବା ଭୟଙ୍କର କରୋନା ସଂକ୍ରମଣରୁ କିଛି ଶିକ୍ଷା କଲେ ନାହିଁ । ରାଜ୍ୟରେ ଗତ ଦ୍ରୁତ ଗତିରେ ବଢିଥିବା ସଂକ୍ରମଣ ଜୀବନ-ଜୀବିକା ଉପରେ କରିଥିବା ପ୍ରହାର କିଛି ଫଳପ୍ରଦ ହେଲାନାହିଁ । କାରଣ ବର୍ତ୍ତମାନ କରୋନା କଟକଣା ଓ ଗାଇଡଲାଇନ ପାଳନ କରିବା କ୍ଷେତ୍ରରେ ସମ୍ପୂର୍ଣ୍ଣ ଭାବେ ଅମାନିଆ ହୋଇପଡିଛନ୍ତି । ଫଳରେ ରାଜ୍ୟରେ ପୁଣି ଥରେ କରୋନା ସଂକ୍ରମଣ ଦ୍ରୁତଗତିରେ ବଢ଼ିବା ପରେ ଆଜି ପ୍ରଥମ ଥର ପାଇଁ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ଉପରକୁ ଡେଇଁଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୨୮୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନ୍ୟପକ୍ଷରେ କରୋନାରେ ଆଉ ଜଣଙ୍କ ମୃତ୍ୟୁ ଘଟିଛି । ଆଜି ଅନୁଗୋଳରୁ ୪୯ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୧୦ ଅଛନ୍ତି । ଏହାବ୍ୟତିତ ଭଦ୍ରକରୁ ୨୪, ବଲାଙ୍ଗିରରୁ ୪୫, କଟକରୁ ୬୩, ଦେବଗଡ଼ରୁ ୩, ଢେଙ୍କାନାଳରୁ ୨, ଗଜପତିରୁ ଜଣେ, ଗଞ୍ଜାମରୁ ୩୨, ଜଗତସିଂହପୁରରୁ ୩, ଯାଜପୁରରୁ ୨୬, ଝାରସୁଗୁଡ଼ାରୁ ୩୬, କନ୍ଧମାଳରୁ ୭, କେନ୍ଦ୍ରାପଡ଼ାରୁ ୬, କେନ୍ଦୁଝରରୁ ୬, କୋରାପୁଟରୁ ୮, ମୟୂରଭଞ୍ଜରୁ ୫୨, ନବରଙ୍ଗପୁରରୁ ୨୭, ନୟାଗଡ଼ରୁ ୧୦, ପୁରୀରୁ ୨୮, ରାୟଗଡ଼ାରୁ ୧୫ ଓ ସୋନପୁରରୁ ୧୨ ଜଣ ଚିହ୍ନଟ ହୋଇଛନ୍ତି । ଷ୍ଟେଟ୍ ପୁଲ୍‌ରୁ ୪୫ ଜଣ ଚିହ୍ନଟ ହୋଇଛନ୍ତି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୪୬ହଜାର୮୦୮ରେ ପହଞ୍ଚି ଯାଇଛି । ସେମାନଙ୍କ ମଧ୍ୟରୁ ୩ ଲକ୍ଷ ୩୮ହଜାର ୩୯୦ ସୁସ୍ଥ ହୋଇସାରିଛନ୍ତି । ଏବେ ୫,୯୪୧ ଜଣ ଚିକିତ୍ସାଧୀନ ଅଛନ୍ତି । ସେହିପରି କରୋନାରେ ଗଞ୍ଜାମ ଜିଲ୍ଲାରୁ ଆଉ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ରାଜ୍ୟରେ ଏହି ସଂଖ୍ୟା ୧୯୨୪ରେ ପହଞ୍ଚି ଯାଇଛି । କେବଳ ଗଞ୍ଜାମ ଜିଲ୍ଲାରେ ଏଯାବତ କରୋନାରେ ୨୪୯ ଜଣଙ୍କ ମୃତ୍ୟୁ ହୋଇସାରିଲାଣି । ଆଜି ୧୨୮୨ ଆକ୍ରାନ୍ତଙ୍କ ମଧ୍ୟରୁ ୭୫୫ କ୍ୱାରେଣ୍ଟାଇନ୍‌ରେ ଥିଲେ । ବାକି ୫୨୭ଟି ହେଉଛି ଲୋକାଲ୍ କେସ୍ । ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୨୨୪ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୧୯୨ ଓ କଳାହାଣ୍ଡିରୁ ୧୦୮ ଚିହ୍ନଟ ହୋଇଛନ୍ତି । ବରଗଡ଼ ଜିଲ୍ଲାରୁ ୮୪ ଚିହ୍ନଟ ହୋଇଥିବା ବେଳେ ନୂଆପଡ଼ା ଓ ସମ୍ବଲପୁର ଜିଲ୍ଲାରୁ ୮୨ ଜଣ ଲେଖାଏଁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ଅପରପକ୍ଷରେ ରାଜ୍ୟରେ ଟିକାକରଣ ନେଇ ଆଜି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ସେ କହିଛନ୍ତି ଯେ, ଟିକା ନେଲେ ବି କରୋନା ହେବାର ସମ୍ଭାବନା ରହିଛି । କିନ୍ତୁ ରୋଗୀଙ୍କୁ ସିରିଅସନେସରୁ ରୋକିବ ଟିକା । ଟିକା ଅଭାବ ଯୋଗୁଁ କାଲି ୨ଟି ଜିଲ୍ଲାରେ ଟିକାକରଣ ବନ୍ଦ ରହିଥିଲା । ସେହି ୨ଟି ଜିଲ୍ଲା ସୋନପୁର ଓ କୋରାପୁଟରେ ଟିକାକରଣ ବନ୍ଦ ରହିଥିଲା । ତେବେ ରାଜ୍ୟରେ ୩.୨ ଲକ୍ଷ କୋଭିସିଲଡ୍ ଓ ୧ ଲକ୍ଷ କୋଭାକ୍ସିନ ଟିକା ରହିଛି । କାଲି ୮୭୨ ସେଣ୍ଟରରେ ୧ ଲକ୍ଷ ୩୨ ହଜାର ଟିକାକରଣ କରାଯାଇଛି । ଆଜି ସୁଦ୍ଧା ମୋଟ ୩୯ ଲକ୍ଷ ୮୪ ହଜାର ୮୭୮ ଟିକାକରଣ ହୋଇଛି ।

ସେହିପରି ଏକଦା କରୋନା ସଂକ୍ରମଣ ନେଇ ଚିନ୍ତା ବଢାଇଥିବା ଗଞ୍ଜାମ ଜିଲ୍ଲା ପାଇଁ, କରୋନା ସଂକ୍ରମଣକୁ ଆଖି ଆଗରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ କେତେକ ଗୁରତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏଣିକି ପ୍ରତ୍ୟେକ ଶନିବାର ଓ ରବିବାର ଗୋପାଳପୁର ଓ ସୋନପୁର ବେଳାଭୂମିକୁ ବନ୍ଦ ରଖାଯିବ । ରାମଲିଙ୍ଗେଶ୍ୱର ପାର୍କ ଏବଂ ତାମ୍ପରାକୁ ସୋମବାର ବନ୍ଦ ରଖାଯିବ । ମା ତାରାତାରିଣୀ ପୀଠ ପ୍ରତ୍ୟେକ ବୁଧବାର ସାନିଟାଇଜେସନ ପାଇଁ ବନ୍ଦ ରଖାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାକୁ ଲାଗିଥିବା ବେଳେ ଖୋଦ ରାଜଧାନୀରେ ସ୍ଥିତି ସଙ୍ଗିନ ଆଡ଼କୁ ଗତି କରୁଛି । ଆଜି କ୍ୟାପିଟାଲ ହସ୍ପିଟାଲର ୨ ଡାକ୍ତର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଜଣେ ଶଲ୍ୟ ଓ ଅନ୍ୟ ଜଣେ ଭେଷଜ ବିଭାଗର ଡାକ୍ତର । ଉକ୍ତ ୨ ଡାକ୍ତରଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟମାନଙ୍କର ଟେଷ୍ଟିଂ କରାଯାଇଛି । ସମସ୍ତେ ନେଗେଟିଭ ଅଛନ୍ତି । ସେମାନଙ୍କର ପୁଣି ଥରେ ଆର୍‌ଟିପିସିଆର୍ ଟେଷ୍ଟ କରାଯିବ ବୋଲି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ କହିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *