୧୨ ଓଏଏସ୍‌ଙ୍କୁ ପଠାଗଲା ପଶ୍ଚିମ ଓଡ଼ିଶା

ଭୁବନେଶ୍ୱର : କରୋନା ମୁକାବିଲା ପାଇଁ ପଶ୍ଚିମ ଓଡ଼ିଶା ଗଲେ ୧୨ ଓଏଏସ୍ ଅଧିକାରୀ । କରୋନା ମୁକାବିଲା ଓ ପରିଚାଳନରେ ଜିଲ୍ଲା ପ୍ରଶାସନକୁ ସହଯୋଗ ପାଇଁ ଗଲେ। ବିବେକାନନ୍ଦ ସାହୁ, ହେମନ୍ତ ସିଂହ, ଶ୍ୱେତ କୁମାର ଦାସ ଗଲେ ନୂଆପଡ଼ା । ଅଯୋଧ୍ୟାକାନ୍ତ ଶତପଥୀ, ଦିଲ୍ଲୀପ ମହାପାତ୍ର ଗଲେ ବଲାଙ୍ଗୀର । ଦୁର୍ଗାପ୍ରସାଦ ମହାପାତ୍ର, ଧିରେନ୍ଦ୍ରନାଥ କର ଗଲେ ବରଗଡ଼ । ମଧୁସୁଦନ ବେହେରା, ପ୍ରଭାତ ସାହୁ, ସନ୍ତୋଷ ଦାସଙ୍କୁ ସମ୍ବଲପୁର ପଠାଗଲା । ଆଶିଷ ଜେନା ଏବଂ ଦେବାଶିଷ ପଟ୍ଟନାୟକ ଗଲେ ସୁନ୍ଦରଗଡ଼ । ତୁରନ୍ତ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପଶ୍ଚିମ ଓଡ଼ିଶାରେ ବେକାବୁ ହେଲାଣି କରୋନା । ଏହାର ମୁକାବିଲଶ କରିବା ପାଇଁ ଆଜି ୧୨ଜଣ ଓଏଏସ୍ ଅଧିକାରୀଙ୍କୁ ସେଠାକୁ ପଠାଯାଇଛି । ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି ।

କରୋନାରେ ଆଜି ୧୦ ଆକ୍ରାନ୍ତ ଆଖି ବୁଜିଛନ୍ତି । ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୦୦୭ରେ ପହଞ୍ଚିଯାଇଛି । ରାଜ୍ୟରେ ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪ ଜଣ ଆଖି ବୁଜିଛନ୍ତି । ଏହାବ୍ୟତୀତ ସୁନ୍ଦରଗଡ଼ରୁ ୩, ରାୟଗଡ଼ାରୁ ୨, ବୌଦ୍ଧରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ପ୍ରାୟ ୬ ଦିନ ହେବ ୬ ହଜାର ଟ୍ରେଣ୍ଡରୁ ଖସୁନି ମହାମାରୀ । ଏହା ପ୍ଲାଟୋ ଫେଜ ବୋଲି ଡିଏମଇଟି ନିର୍ଦ୍ଦେଶକ କହୁଥିବା ବେଳେ ଆଜିବି ଜାରି ରହିଛି ସମାନ ସ୍ଥିତି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୬,୦୭୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତକାଲିର ସଂଖ୍ୟାଠାରୁ ଆଜି ସାମାନ୍ୟ କମିଥିଲେ ମଧ୍ୟ ୬ ହଜାର ତଳକୁ ଖସୁନି ଦୈନିକ ସଂକ୍ରମିତଙ୍କ ସଂଖ୍ୟା । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଗତକାଲି ଏହି ଜିଲ୍ଲାରୁ ୯୫୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଏହି ସଂଖ୍ୟା ହଜାରେ ଟପି ଯାଇଛି । ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୦୯୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜିର ଚିହ୍ନଟ ମଧ୍ୟରୁ ସଙ୍ଗରୋଧରୁ ୩୫୨୨ ଓ ସ୍ଥାନୀୟ ଅଞ୍ଚଳରୁ ୨୫୫୧ ଜଣ ଚିହ୍ନଟ ହୋଇଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *