ଭୁବନେଶ୍ୱରରୁ ଆଜି ୧,୧୨୦ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର : ରାଜ୍ୟରେ ସଂକ୍ରମଣ ହୁ ହୁ ହୋଇ ବଢିଚାଲିଥିବା ବେଳେ କରୋନା ଟାର୍ଗେଟରେ ରହିଛି ଭୁବନେଶ୍ୱର । ରାଜଧାନୀରେ ପୁଣି ଥରେ ଦୈନିକ ସଂକ୍ରମଣ ମାମଲା ୧୧ ଶହ ପାର୍ କରିଛି । ଆଜି ୧,୧୨୦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୫୯ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୯୬୧ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ୯୨୮ ଜଣ ସୁସ୍ଥ ହୋଇଛନ୍ତି । ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି । ଏହି କ୍ରମରେ ଭୁବନେଶ୍ୱରରେ ପଜିଟିଭ ସଂଖ୍ୟା ୬୫ ହଜାର ୬୯୪ କୁ ବୃଦ୍ଧି ପାଇଛି। ଭୁବନେଶ୍ୱରରେ ବର୍ତ୍ତମାନ ସୁଦ୍ଧା ୫୨ ହଜାର ୮୩୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ୧୨,୫୩୦ ଜଣ ଚିକିତ୍ସିତ ହେଉଥିବା ବେଳେ ୩୦୪ ଜଣଙ୍କର ମୃତ୍ୟୁ ହୋଇଛି । ତେବେ କ୍ୱାରେଣ୍ଟାଇନ୍ ମାମଲା ମଧ୍ୟରୁ ସର୍ବାଧିକ ୫୪ ଜଣ ସଂକ୍ରମିତ ପଟିଆ ଅଞ୍ଚଳରୁ ଚିହ୍ନଟ ହୋଇଥିବା ବେଳେ ୫୦ ଜଣ ଡୁମୁଡୁମା ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ସେହିଭଳି ଖଣ୍ଡଗିରିରୁ ୪୩ ଜଣ, ନୟାପଲ୍ଲୀ ଓ ଓଲ୍ଡ ଟାଉନରୁ ୪୨ ଜଣ ଲେଖାଏଁ ଆକ୍ରାନ୍ତ, ବଡ଼ଗଡ଼ରୁ ୩୯ ଜଣ, ଲକ୍ଷ୍ମୀସାଗରରୁ ୩୪ ଜଣ, ଝାରପଡ଼ାରୁ ୨୬ ଜଣ, ଚନ୍ଦ୍ରଶେଖରପୁରରୁ ୨୫ ଜଣ, ମଞ୍ଚେଶ୍ୱରରୁ ୨୪ ଜଣ, ନୀଳାଦ୍ରୀ ବିହାରରୁ ୨୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *