ରାଜ୍ୟ କ୍ୟାବିନେଟ୍ ବୈଠକରେ ୧୧ଟି ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ

ଭୁବନେଶ୍ୱର : ରାଜ୍ୟ କ୍ୟାବିନେଟ୍ ବୈଠକରେ ଆଜି ୧୧ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ୧୧ଟି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ଅର୍ଥ, ମତ୍ସ ଓ ପଶୁ ସମ୍ପଦ ବିକାଶ ବିଭାଗ ପ୍ରସ୍ତାବକୁ ମଞ୍ଜୁରୀ ମିଳିଥିବା ବେଳେ ସାଧାରଣ ପ୍ରଶାସନ ବିଭାଗ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ସେହିପରି ଗୃହ ନିର୍ମାଣ ନଗର ଉନ୍ନୟନ ବିଭାଗ ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି । ନୂଆପଡା-କଳାହାଣ୍ଡି ବିଜୁ ଏକ୍ସପ୍ରେସ ୱେ ୨ରୁ ୪ ଲେନ୍ ହେବ । ୪ ଲେନ୍ ବିଶିଷ୍ଟ ବିଜୁ ଏକ୍ସପ୍ରେସ ୱେକୁ କ୍ୟାବିନେଟରେ ମଞ୍ଜୁରୀ ମିଳିଛି ।

ନୂଆପଡାରୁ କଳାହାଣ୍ଡିକୁ ୧୭୪ କିମି ବିଜୁ ଏକ୍ସପ୍ରେସ ୱେ ହେବ । ୧୭୪ କିମି ବିଜୁ ଏକ୍ସପ୍ରେସ ୱେ ପାଇଁ ୪୪୮ କୋଟି ଟଙ୍କା ଖର୍ଚ୍ଚ ହେବ । ପଶ୍ଚିମ ଓଡିଶାରେ ବିକାଶରେ ସହାୟକ ହେବ ବିଜୁ ଏକ୍ସପ୍ରେସ ୱେ । ବିଜୁ ଏକ୍ସପ୍ରେସ ୱେ ମଧ୍ୟରେ ଛୋଟ ଓ ବଡ ୨୫ଟି ପୋଲ ନିର୍ମାଣ ହେବ । ରାସ୍ତା ନିର୍ମାଣ ପରେ ବ୍ୟାବସାୟିକ ଭିତ୍ତିଭୂମି ସୁଦୃଢରେ ସହାୟକ ହେବ । କ୍ୟାବିନେଟ ନିଷ୍ପତ୍ତି ନେଇ ମୁଖ୍ୟ ସଚିବ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି ।କଟକର ମୁଖ୍ୟ ଡ୍ରେନକୁ ବକ୍ସ କଲଭର୍ଟ କରିବାକୁ କ୍ୟାବିନେଟ ନିଷ୍ପତ୍ତି ନେଇଛି । ପଟ୍ଟାପୋଲରୁ ମାତୃଭବନ ପର୍ଯ୍ୟନ୍ତ ମୁଖ୍ୟ ଡ୍ରେନ୍ ବକ୍ସ କଲଭର୍ଟ ହେବ । ୨୦୨୨ ଡିସେମ୍ବର ସୁଦ୍ଧା କାମ ସରିବ, ଯେଉଁଥିପାଇଁ ୪୫୦ କୋଟି ଟଙ୍କା ଖର୍ଚ୍ଚ ହେବ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *