batagaon re jatiya krumi nasak dibasa palita

ବାଟଗାଁ ରେ ଜାତୀୟ କୃମି ନାଶକ ଦିବସ ପାଳିତ

(ଢେଙ୍କାନାଳରୁ ରୁକସାନା ବେଗମଙ୍କ ରିପୋର୍ଟ)

ଢେଙ୍କାନାଳ:୧୧-୦୮-୨୪(ବିଏନ୍ଓ) : ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ବିରାଶାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିନରେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ବାଟଗାଁ ତରଫରୁ ବିଦ୍ୟାଳୟ ଓ ଅଙ୍ଗନଓ୍ବାଡି କେନ୍ଦ୍ରର ଛାତ୍ରଛାତ୍ରୀ ମାନେ କୃମି ନାଶକ ଟାବଲେଟ ଓ ସିରଫ ଖାଇଛନ୍ତି। ମହିଳା ସ୍ବାସ୍ଥ୍ୟକର୍ମୀ ଜ୍ୟୋତିର୍ମୟୀ ରାଉତ, ମାମାଲି ନାୟକ, ସିଏଚ୍ଓ ସ୍ବଣ୍ଣଲତା ସିଂ ଓ ପୁରୁଷ ସ୍ବାସ୍ଥ୍ୟକର୍ମୀ ଦେବରଂଜନ ମିଶ୍ର ଙ୍କ ତତ୍ତ୍ୱାବଧାନରେ ତାରିଣୀ ପଶି ସରକରୀ ସେବାଶ୍ରମ ବିଦ୍ୟାଳୟ ବାଟଗାଁ ଠାରେ ଓ ଐରା ଅନୁଷ୍ଠାନ ଦ୍ବାରା ପରିଚାଳିତ ଆବାସିକ ବିଦ୍ୟାଳୟ ତଣ୍ଡିମୁଣ୍ଡା ଠାରେ ଛାତ୍ରଛାତ୍ରୀ ମାନଙ୍କୁ ଟାବ୍ଲେଟ ଖୁଆଇଥିଲେ ।

ବାଟଗାଁ ପଞ୍ଚାୟତର ବିଭିନ୍ନ ଅଙ୍ଗନଓ୍ବାଡି କେନ୍ଦ୍ରରେ ଆଶାକର୍ମୀ ଓ ଅଙ୍ଗନଓ୍ବାଡି କର୍ମୀମାନେ କୁନିକୁନି ପିଲାମାନଙ୍କୁ ସିରଫ୍ ଖୁଇଥିଲେ । କୃମିନାଶକ ଦିବସରେ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କୁ କୃମି ରପ୍ରକାର ଭେଦ ଏହାର ନିରାକରଣ ସହଜ ଓ ଏହା ଶରୀରପାଇଁ ଔଷଧ ର ଆବଶ୍ୟକତା ଅଛି ବୋଲି ସଚେତନ କରାଇ ଔଷଧ ସେବନ କରାଇଥିଲେ । ଏହି କାଯ୍ୟକ୍ରମରେ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସାହାଯ୍ୟ କରିଥିଲେ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *