ଆଳୁ କଳାବଜାରୀକୁ ନେଇ ଆଶଙ୍କା : କାଲିଠାରୁ କମିପରେ ଆଳୁ ଦର!

ଆଳୁ କଳାବଜାରୀକୁ ନେଇ ଆଶଙ୍କା : କାଲିଠାରୁ କମିପରେ ଆଳୁ ଦର!

କାମାକ୍ଷାନଗର:୦୭-୦୮-୨୦୨୪-(ବି.ଏନ୍.ଓ ):ଢେ଼ଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ଆଳୁ ସଂକଟକୁ ନେଇ ଚିନ୍ତାରେ ପ୍ରଶାସନ l ସାରା ରାଜ୍ୟରେ ଏବେ ଆଳୁସଙ୍କଟ ଦେଖାଯାଇଥିବା ବେଳେ ଆଳୁ ଅଭାବରୁ କଳାବଜାରୀ ହେବାର ଆଶଙ୍କାକୁ ନେଇ ଚିନ୍ତିତ ଯୋଗାଣ ବିଭାଗ l ଏହି ଆଶଙ୍କାକୁ ନେଇ କାମାକ୍ଷାନଗର ସହରର ବିଭିନ୍ନ ଆଳୁ ଗୋଦାମ ଉପରେ ଚଢ଼ାଉ କରିଛନ୍ତି ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକଙ୍କ ସହିତ ସହକାରୀ ବେସାମରିକ ଯୋଗାଣ ଅଧିକାରୀ ତାରିଣୀ ପ୍ରସାଦ ମିଶ୍ର l ବଜାରରେ ଆଳୁ କେଜି ପ୍ରତି 50 ରୁ 60 ଟଙ୍କା ବିକ୍ରି ହେଉଥିବା ଖବର ପାଇ ଏହି ଚଢ଼ାଉ କରାଯାଇଥିଲା l ତେବେ କୌଣସି ଗୋଦାମରେ ଅଧିକ ଆଳୁ ମହଜୁଦ ନାହିଁ, ତେଣୁ କଳାବଜାରୀ ର ଆଶଙ୍କା ନାହିଁ l ଆସନ୍ତାକାଲି ଆବଶ୍ୟକ ପରିମାଣରେ ଉତ୍ତର ପ୍ରଦେଶରୁ ଆସୁଥିବା ଆଳୁ ପହଞ୍ଚିବ ଓ ଆଳୁ ଦର କମିବ ବୋଲି କହିଛନ୍ତି ଯୋଗାଣ ଅଧିକାରୀ l

 

ରୁକସାନା ବେଗମଙ୍କ ରିପୋର୍ଟ
Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *