BANDHUMILANA.
ଓଡିଶା ନବନିର୍ମାଣ ବିକାଶମଞ୍ଚ ପକ୍ଷରୁ
ପୂର୍ବତନ ଯୁବ-ଛାତ୍ରନେତାଙ୍କ ବନ୍ଧୁମିଳନ

କଟକ : ତା.୧୵୮୵୨୪ -( ବି.ଏନ.ଓ)– ଓଡିଶା ନବନିର୍ମାଣ ବିକାଶମଞ୍ଚ ପକ୍ଷରୁ ପୂର୍ବନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ପୂର୍ବତନ ଛାତ୍ରସଂସଦ ନେତାମାନଙ୍କର ଏକ ବନ୍ଧୁମିଳନ କଟକ ଟାଉନହଲ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ରେଭେନ୍ସା କଲେଜ ଛାତ୍ରସଂସଦର ପୂର୍ବତନ ସଭାପତି ତଥା ବିକାଶମଞ୍ଚର କେନ୍ଦ୍ରୀୟ ସଭାପତି ଆଡ଼ଭୋକେଟ ପ୍ରଫେସର ଡକ୍ଟର ଜ୍ଞାନଗୁରୁ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବନ୍ଧୁମିଳନରେ କଟକ ସମେତ ଭୁବନେଶ୍ୱର, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରୁ ବହୁନେତା ଯୋଗଦେଇ ନିଜ ନିଜ ମଧ୍ୟରେ ଭାବର ଆଦାନପ୍ରଦାନ କରିଥିଲେ । ପ୍ରାରମ୍ଭରେ ରେଭେନ୍ସା କଲେଜର ପୂର୍ବତନ ସଭାପତି ତପନ କୁମାର ମିଶ୍ର ପ୍ରାରମ୍ଭିକ ସୂଚନାଦେଇ ଦୁଇଟି ପ୍ରସ୍ତାବ ଆଗତ କରିଥିଲେ। ପ୍ରଥମତ: ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟସ୍ତରରେ ଛାତ୍ରସଂସଦ ନିର୍ବାଚନ ଚଳିତବର୍ଷ ଘୋଷଣା କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ଦିଆଯିବ ଏବଂ ଆଗାମୀ ଦିନରେ ରାଜ୍ୟସ୍ତରୀୟ ସମାବେଶ କରାଯିବ । ସର୍ବସମ୍ମତିକ୍ରମେ ଦୁଇଟି ପ୍ରସ୍ତାବ ଗୃହୀତ ହୋଇଥିଲା। ଏହି ବନ୍ଧୁମିଳନରେ ଯୋଗଦେଇଥିବା ଯୁବଛାତ୍ରନେତାମାନେ ହେଲେ ସର୍ବଶ୍ରୀ ବିଷ୍ଣୁଚରଣ ବାରିକ, ଦେବୀ ମହାନ୍ତି, ଆଡ଼ଭୋକେଟ ମିଲନକୁମାର ବଡୁ, ଅଭିନ୍ନଚନ୍ଦ୍ର ଦେଓ, ପ୍ରଦୀପ କୁମାର ସାହୁ, ହୃଦାନନ୍ଦ ମହାନ୍ତି, ଗୋବିନ୍ଦଚନ୍ଦ୍ର ବେହେରା, ଅମରେନ୍ଦୁ ମହାନ୍ତି, ଆଜାଦ ବୃନ୍ଦାବନ ଦାସ, ନାରାୟଣ ଜେନା, ପ୍ରଦୀପ ସାହୁ, ବାବାଜୀ ବେହେରା, ସଂଯୋଜ ସାମନ୍ତରାୟ, ବିଶ୍ୱଜିତ ମହାପାତ୍ର, ପ୍ରଦୀପ୍ତ କୁମାର ସ୍ୱାଇଁ, ରବୀନ୍ଦ୍ର କୁମାର ସାହୁ, ବିଶ୍ୱଜିତା ଜେନା ଓ ମହାଶ୍ଵେତା ଦେବରାୟ ପ୍ରମୁଖ ଶତାଧିକ ନେତା ଯୋଗଦେଇଥିଲେ । ମୁଖ୍ୟଅତିଥି ପୂର୍ବତନ ଆଇ. ଜି ବରିଷ୍ଠ ଆଇ. ପି. ଏସ ଅଫିସର ରାଜକିଶୋର ଦାଶ ସମସ୍ତଙ୍କୁ ଉପାୟନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ ଓ ସମସ୍ତଙ୍କୁ ଜଳପାନରେ ଆପ୍ୟାୟିତ କରାଯାଇଥିଲା। ଶେଷରେ ଛାତ୍ରନେତା ଆଲୋକ ମହାନ୍ତି ଧନ୍ୟବାଦ ଦେଇଥିଲେ ।