SCHOOL BHITARE DANTA ,BHANGILA KABATA KHAILA CHAULA.

ସ୍କୁଲ ଭିତରେ ଦନ୍ତା, ଭାଙ୍ଗିଲା କବାଟ ଖାଇଲା ଚାଉଳ।

ରୁକସାନା ବେଗମଙ୍କ ରିପୋର୍ଟ

କାମାକ୍ଷାନଗର:୧୵୮୵୨୪ -[ ବି.ଏନ.ଓ]:-(ରୁକସାନା ବେଗମଙ୍କ ରିପୋର୍ଟ )ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ କନ୍ଦରସିଙ୍ଗା ପଞ୍ଚାୟତ, ମଝିକା ଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବୁଧବାର ରାତିରେ ଦନ୍ତା ହାତୀ ପଶି ଉତ୍ପାତ କରିଛି l ସ୍କୁଲ ହତାରେ ଥିବା ଲୁହା ବାଡ଼କୁ ଭାଙ୍ଗିବା ସହିତ ଷ୍ଟୋର ରୁମ କବାଟ ଭାଙ୍ଗି ଚାଉଳ ଖାଇଛି। ଏ ନେଇ ବିଦ୍ୟାଳୟ ଏବଂ ଗ୍ରାମବାସୀଙ୍କ ତରଫରୁ ବନ ବିଭାଗକୁ ଖବର ଦେବା ପରେ ଅଧିକାରୀ ମାନେ ତଦନ୍ତ ଆରମ୍ଭ କରିଛନ୍ତି । ଏହା ଏକ ଗୋଠଛଡ଼ା ଦନ୍ତା ହୋଇଥିବାରୁ ଉପଦ୍ରଵ କରୁଛି ଏବଂ ଏହା ଉପରେ ନଜର ରଖିବା ସହିତ ଏ ସମ୍ପର୍କରେ DFO ଙ୍କୁ ରିପୋର୍ଟ କରାଯାଇଛି ବୋଲି ରେଞ୍ଜର ହରେଶ୍ ଚନ୍ଦ୍ର କିଶାନ କହିଛନ୍ତି l ପାଚେରୀ ନଥିବାରୁ ବିଦ୍ୟାଳୟରେ ବାରମ୍ବାର ପଶୁଥିବା ଗ୍ରାମବାସୀ କହିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *