ପୋଲିସ ହାତରେ କୋଟିଏ ଟଙ୍କାର ଗଞ୍ଜେଇ

ରାୟଗଡା: ଚୋର ଘର ସବୁଦିନ ଅନ୍ଧାର ରୁହେନି  । ବେଧଡ଼କ ଗଞ୍ଜେଇ ଚୋରାଚାଲାଣର ପର୍ଦ୍ଦାଫାସ  । କୋଟିଏରୁ ଉର୍ଦ୍ଧ ଟଙ୍କାର ଗଞେଇ ଜବତ ହୋଇଛି  । ଏହା  ୩ ଜଣଙ୍କୁ  ଗିରଫ କରିଛି ପୋଲିସ । ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ଥାନା ରବିଗୁଡା ଛକ ନିକଟରେ ଗଞେଇ ଚୋରା ଚାଲାଣ ପାଇଁ ପ୍ରସ୍ତୁତ ବେଳେ ମାଡି ବସିଲା ପୋଲିସ । ଏହି ଚଢାଉ ବେଳେ ୧୧ କ୍ବିଣ୍ଟାଲ ୮୦ କେଜି ଗଞେଇ ଜବତ କରାଯିବା ସହ ୩ଜଣଙ୍କୁ ଗିରଫ କରାଯାଇଛି । ପୋଲିସର ସୂଚନା ମୁତବକ ଜବତ ଗଞେଇର ଆନୁମାନିକ ମୁଲ୍ୟ ୧ କୋଟିରୁ ଉର୍ଦ୍ଧ ହେବ । ମୁନିଗୁଡା ଏସଡ଼ିପିଓ ଆକାଶ ଚନ୍ଦ୍ର ସାହୁଙ୍କ ନେତୃତ୍ୱରେ ଏହି ଚଢାଉ କରାଯାଇଥିଲା । ଗିରଫ ବ୍ୟକ୍ତିମାନେ ହେଲେ ରାମନାଥ ଝିଣ୍ଡ୍ରିଗୁଡିକା, ପ୍ରଜା ଶ୍ରାମୂତିକା ଓ ଇଶା ଦୁର୍ବାକା । ଏହି କଳା ବ୍ୟାପାରରେ ଆଉ କେଉଁମାନେ ସାମିଲ ଅଛନ୍ତି ସେନେଇ ତଦନ୍ତ ଚଳାଇଛି ପୋଲିସ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *