ୱି ପକ୍ଷରୁ ପୋଷ୍ଟ୍‌ପେଡ୍ ଗ୍ରାହକଙ୍କ ପାଇଁ ୱି ମ୍ୟାକ୍ସ ପ୍ଲାନ୍‌ର ଶୁଭାରମ୍ଭ

ୱି ପକ୍ଷରୁ ପୋଷ୍ଟ୍‌ପେଡ୍ ଗ୍ରାହକଙ୍କ ପାଇଁ ୱି ମ୍ୟାକ୍ସ ପ୍ଲାନ୍‌ର ଶୁଭାରମ୍ଭ

ଭୁବନେଶ୍ୱର: ଅଗ୍ରଣୀ ଟେଲିକମ୍ ଅପରେଟର୍ ଭୋଡାଫୋନ୍‌ ଆଇଡିଆ ପକ୍ଷରୁ ନୂଆ ପୋଷ୍ଟପେଡ୍ ପ୍ଲାନ୍ ୱି ମ୍ୟାକ୍ସ ବିଷୟରେ
ଘୋଷଣା କରାଯାଇଛି ଯେଉଁଥିରେ ଗ୍ରାହକମାନେ ଅଧିକ ଡାଟା, ଅଧିକନିୟନ୍ତ୍ରଣ, ଅଧିକ ସୁବିଧା ଏବଂ ଅତୁଳନୀୟ କନ୍‌ଟେଂଟ୍ ପାଇପାରିବେ ଯାହାଆଜିର ଡିଜିଟାଲ୍ ଯୁଗରେ ମୋବାଇଲ ଗ୍ରାହକମାନଙ୍କ ପରିବର୍ତିତ ଆବଶ୍ୟକତାକୁ ପୂରଣ କରିବ । ଏ ସମ୍ପର୍କରେ ଭୋଡାଫୋନ୍ ଆଇଡିଆ ଲିମିଟେଡ୍‌ର ସିଏମ୍‌ଓ ଅବନୀଶ ଖୋସଲା କହିଛନ୍ତି ଯେ, “ଗ୍ରାହକମାନଙ୍କ ପରିବର୍ତିତ ଅଭିଳାଷ ଓ ଆବଶ୍ୟକତା ଅନୁସାରେ ଆମେ ନିରନ୍ତର ଭାବେ ପ୍ରଦାନ କରୁଥିବା ସେବା କୁ ପୁନଃମାର୍ଜିତ ଏବଂ ନବସୃଜନ କରୁଛୁ । ୱି ମ୍ୟାକ୍ସ ସହ ପୋଷ୍ଟପେଡ୍‌ ପୋର୍ଟଫୋଲିଓକୁ ସୁଦୃଢ଼ କରି ଆମେ ୫ଜି ଲାଗି ପ୍ରସ୍ତୁତ ରହିଥିବା ୱି ନେଟ୍‌ୱର୍କକୁ ଉଚ୍ଚ ହାରାହାରି ଗ୍ରାହକ ପିଛା ରାଜସ୍ୱ (ଆର୍‌ପୁ) ସହ ଗ୍ରାହକମାନଙ୍କୁ ଆକୃଷ୍ଟ କରିବାକୁ ଲକ୍ଷ୍ୟ ରଖିଛୁ ଯାହା ସେମାନଙ୍କୁ ଅଧିକ ଶକ୍ତି, ମୂଲ୍ୟ ଓ ସୁବିଧା ପ୍ରଦାନ କରିବ । ଏହି ଭିନ୍ନ ଧରଣର ବ୍ୟାପକ ଡିଜିଟାଲ୍ ସେବାକୁ ଏହି କ୍ଷେତ୍ରରେ ଆମର ରହିଥିବା ଗଭୀର ସହଯୋଗିତାର ଫଳ ସ୍ୱରୂପ ପ୍ରସ୍ତୁତ କରାଯାଇଛି ଏବଂ ଏହା ସମସ୍ତ ୱି ମ୍ୟାକ୍ସ ପୋଷ୍ଟପେଡ୍ ଗ୍ରାହକମାନଙ୍କ ଲାଗି ଉପଲବ୍ଧ ହେବ ଯାହା ସେମାନଙ୍କୁ ଡିଜିଟାଲ୍‌
ଯୁଗରେ ତିଷ୍ଠି ରହିବାରେ ସହାୟକ ହେବ ।’’ ୱିର ସମସ୍ତ ପୁରୁଣା ଏବଂ ନୂଆ ପୋଷ୍ଟପେଡ୍ ଗ୍ରାହକମାନଙ୍କ ଲାଗି ୨୦୨୨
ନଭେମ୍ବର ୧ ଠାରୁ ସର୍ବଭାରତୀୟ ସ୍ତରରେ ୱି ମ୍ୟାକ୍ସ ପ୍ଲାନ୍ ଉପଲବ୍ଧ ହୋଇଛି । ୱି ମ୍ୟାକ୍ସ ପ୍ଲାନ୍‌ରେ ୪୦୧ ଟଙ୍କିଆ, ୫୦୧ ଟଙ୍କିଆ, ୭୦୧ ଟଙ୍କିଆ ଏବଂ ରେଡ୍‌ଏକ୍ସ ୧୧୦୧ ଟଙ୍କିଆ ପ୍ଲାନ୍ ରହିଛି । ଏହି ପ୍ଲାନ୍‌ଗୁଡ଼ିକରେ ଗ୍ରାହକମାନେ ଅଧିକ ଡାଟା ଏବଂ ଏସ୍‌ଏମ୍‌ଏସ୍ କୋଟା ପାଇବେ । ଓଟିଟିରେ ଅଧିକ ମନୋରଂଜନ ମିଳିବ । ଗ୍ରାହକମାନଙ୍କ ଲାଗି ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଥିବା ସୁବିଧା, ବିଲ୍ ଉପରେ ଅଧିକ ନିୟନ୍ତ୍ରଣ, ଅଗ୍ରାଧିକାର ଗ୍ରାହକ ସେବା, ଆନ୍ତର୍ଜାତିକ ରୋମିଂ ଏବଂ ଟ୍ରାଭେଲ୍‌
ସୁବିଧା ଆଦି ମିଳିବ ।

ୱି ମ୍ୟାକ୍ସ ପ୍ଲାନ୍‌ର ଗ୍ରାହକମାନେ ମାସିକ ୩୦୦୦ ଏସ୍‌ଏମ୍‌ଏସ୍ ପଠାଇବାର ସୁବିଧା ପାଇବେ । ଏୟାରପୋର୍ଟ ଲାଉଞ୍ଜ୍‌କୁ ପ୍ରବେଶ କରିବାର ସୁବିଧା ମିଳିବ । ଏଥି ସହିତ ଓଟିଟି ଆପ୍ ମଧ୍ୟରେ ସୋନି ଲିଭ୍‌, ଆମାଜନ ପ୍ରାଇମ୍‌, ଡିଜ୍‌ନି+ହଟ୍‌ଷ୍ଟାର୍‌ର ସବ୍‌ସ୍କ୍ରିପ୍‌ସନ୍ ମାଗଣାରେ ମିଳିବ । ୱି ଗେମ୍‌ସରେ ଗ୍ରାହକମାନେ ୧୦୦୦ରୁ ଅଧିକ ଗେମ୍ ପାଇପାରିବେ । ଏହି ପ୍ଲାନ୍‌ର ଗ୍ରାହକମାନେ ୱି ଆପ୍ ଜରିଆରେ ନିଜର କ୍ରେଡିଟ୍‌ ଲିମିଟ୍ ନିର୍ଧାରଣ କରିପାରିବେ ଯାହା ଜରିଆରେ ସେମାନେ ନିଜ ମାସିକ ବିଲ୍ ଉପରେ ନିୟନ୍ତ୍ରଣ ରଖିପାରିବେ । ଅଗ୍ରାଧିକାର ସେବା ହିସାବରେ ୱି ଷ୍ଟୋର୍ ରେ ସେମାନଙ୍କୁ ଅଗ୍ରାଧିକାର ମିଳିବ, ଗ୍ରାହକ କେନ୍ଦ୍ରରେ ୨୦
ସେକେଣ୍ଡ୍ ଭିତରେ ଗ୍ରାହକ ସେବା କେନ୍ଦ୍ର ପ୍ରତିନିଧି କଲ୍ ଉଠାଇବେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *