ୱି ଆପ୍‌ରେ ରେଲ୍‌ୱେ ଗ୍ରୁପ୍ ଡି ପରୀକ୍ଷା ପ୍ରସ୍ତୁତି

ୱି ଆପ୍‌ରେ ରେଲ୍‌ୱେ ଗ୍ରୁପ୍ ଡି ପରୀକ୍ଷା ପ୍ରସ୍ତୁତି

ଭୁବନେଶ୍ୱର: ଜାତୀୟ ଓ ରାଜ୍ୟ ସ୍ତରରେ ବିଭିନ୍ନ ସରକାରୀ ପରୀକ୍ଷାରେ ଉତ୍କର୍ଷ ହାସଲ କରିବା ଲାଗି ଦେଶର ଯୁବ ପିଢ଼ିଙ୍କୁ ସଶକ୍ତ କରିବାକୁ ୱି ପ୍ରତିବଦ୍ଧ ରହିଛି । ଏକ ଉତମ ଭବିଷ୍ୟତ ପାଇଁ ଏହାର ଗ୍ରାହକମାନଙ୍କୁ ଡେଣା ପ୍ରଦାନ କରିବା ଲାଗି ଦେଶର ଅଗ୍ରଣୀ ଟେଲିକମ୍ କଂପାନି ୱି ପକ୍ଷରୁ ପରୀକ୍ଷା ସହିତ ସହଯୋଗିତା ଜରିଆରେ ୨୦୨୨ ଅଗଷ୍ଟ ୧୭ରୁ ଆରମ୍ଭ ହେଉଥିବା ସର୍ବଭାରତୀୟ ରେଲ୍‌ୱେ ଗ୍ରୁପ୍ ଡି ପରୀକ୍ଷା ପାଇଁ ପ୍ରସ୍ତୁତି ଟେଷ୍ଟ ସିରିଜ୍‌ ଉପକରଣ ପ୍ରଦାନ କରାଯାଉଛି । ୱିର ବ୍ୟବହାରକାରୀମାନଙ୍କ ଲାଗି ସରକାରୀ ଚାକିରି ପାଇଁ ଆବେଦନ ପ୍ରକ୍ରିୟାକୁ ସହଜ କରିବା ଲାଗି ୱି ଜବ୍‌ସ ଆଣ୍ଡ୍ ଏଜୁକେସନ ପକ୍ଷରୁ କେନ୍ଦ୍ର/ ରାଜ୍ୟ ନିଯୁକ୍ତି ଆଶାୟୀଙ୍କ ପାଇଁ ପରୀକ୍ଷା ପାସ୍‌ର ଏକ ମାସର ସବ୍‌ସ୍କ୍ରିପ୍‌ସନ୍ ମାଗଣାରେ ପ୍ରଦାନ କରାଯାଇଛି । ଏଥିରେ ସାମିଲ ରହିଛି
ବିଭିନ୍ନ ବର୍ଗ ଯଥା ରାଜ୍ୟ ଚୟନ ଆୟୋଗ, ବ୍ୟାଙ୍କିଙ୍ଗ, ଶିକ୍ଷକତା, ପ୍ରତିରକ୍ଷା ଓ ରେଳବାଇ ଆଦିର ୧୫୦ରୁ ଅଧିକ ପରୀକ୍ଷାର ଅସୀମିତ ମକ୍ ଟେଷ୍ଟ୍ । ପରୀକ୍ଷଣ ଅବଧି ଶେଷ ହେବା ପରେ ବର୍ଷକୁ ୨୪୯ ଟଙ୍କାର ଅଳ୍ପ ଫି’ ଦେଇ ଏହି ପ୍ଲାଟଫର୍ମରେ ବ୍ୟବହାରକାରୀମାନେ ପାଠପଢ଼ା ଜାରି ରଖିପାରିବେ । ୱି ଆପ୍‌ରେ ଉପଲବ୍ଧ ହୋଇଥିବା ରେଲ୍‌ୱେ ଗ୍ରୁପ୍ ଡି ଟେଷ୍ଟ ସିରିଜ୍‌
ଭାରତର ଯୁବପିଢ଼ିଙ୍କୁ ଟ୍ରାକ୍ ମେଂଟେନର ଗ୍ରେଡ୍‌-୪, ହେଲ୍‌ପର/ଆସିଷ୍ଟାଂଟ୍‌, ଆସିଷ୍ଟାଂଟ୍ ପଏଂଟ୍‌ମ୍ୟାନ୍‌, ଲେବ୍‌ଲ-୧ ପଦ ପାଇଁ ୧ ଲକ୍ଷ ନିଯୁକ୍ତି ନିମନ୍ତେ ପ୍ରସ୍ତୁତି କରିବାର ସୁଯୋଗ ପ୍ରଦାନ କରିବ । ୱି ଆପ୍‌ରେ ଥିବା ୱି ଜବ୍‌ସ ଆଣ୍ଡ୍ ଏଜୁକେସନ ପ୍ଲାଟଫର୍ମରୁ ଯେକୌଣସି ସ୍ଥାନରେ ଯେକୌଣସି ସମୟରେ ୱିର ଗ୍ରାହକମାନେ ଉତମ ଗବେଷଣାରେ ପ୍ରସ୍ତୁତ ପରୀକ୍ଷା ଉପକରଣ ହାସଲ କରିପାରିବେ । ଏହି ସୁବିଧା ପାଇବା ଲାଗି ୱି ନମ୍ବର ଜରିଆରେ ୱି ଆପ୍‌ରେ ଲଗ୍ ଇନ୍‌ କରିବାକୁ ହେବ । ଏହା ପରେ ୱି ଜବ୍‌ସ ଆଣ୍ଡ୍ ଏଜୁକେସନ ବିକଳ୍ପ ଚୟନ କରିବାକୁ ପଡ଼ିବ । ସେଥରୁ ସରକାରୀ ନୌକରି ବିକଳ୍ପ ଚୟନ କରିବାକୁ ହେବ । ନିଜର ପ୍ରୋଫାଇଲ ବିବରଣି ଦେବା ପରେ ରେଲ୍‌ୱେ ଚୟନ କରିବାକୁ ପଡ଼ିବ । ସେଥିରୁ ରେଲ୍‌ୱେ ପାଠ୍ୟକ୍ରମ ଚୟନ କରିବାକୁ ହେବ ।
ୱି ଆପ୍‌ରେ ଥିବା ୱି ଜବ୍‌ସ ଆଣ୍ଡ୍ ଏଜୁକେସନ ପ୍ଲାଟଫର୍ମ ଦେଶର ସର୍ବବୃହତ ନିଯୁକ୍ତି ସର୍ଚ ପ୍ଲାଟଫର୍ମ ଆପ୍‌ନା, ଇଂରାଜି ଶିକ୍ଷା ପ୍ଲାଟଫର୍ମ

ଇନ୍‌ଗୁରୁ ଓ ସରକାରୀ ଚାକିରି ପାଇଁ ପରୀକ୍ଷା ପ୍ରସ୍ତୁତି ପ୍ଲାଟଫର୍ମ
“ପରୀକ୍ଷା’ ସହ ଯୋଡ଼ି ହୋଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *