୯ ଦଫା ସମ୍ବଳିତ ଦାବୀ ନେଇ କଂଗ୍ରେସର ବ୍ଲକ କାର୍ଯ୍ୟାଳୟ ଘେରାଉ ।
୯ ଦଫା ସମ୍ବଳିତ ଦାବୀ ନେଇ କଂଗ୍ରେସର ବ୍ଲକ କାର୍ଯ୍ୟାଳୟ ଘେରାଉ ।
ପରଜଙ୍ଗ : 19.08.23 BREAKING NEWS ODIA (Report by Nirmal gadanayak) ସମଗ୍ର ଓଡ଼ିଶା ରାଜ୍ୟରେ ସମସ୍ତ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ଆହ୍ଵାନରେ ୯ଦଫା ସମ୍ବଳିତ ଦାବୀ ଉପରେ ବ୍ଲକ ଘେରାଉ କାର୍ଯ୍ୟକ୍ରମ ରହିଥିଲା ।ଏହି ପରିପ୍ରେକ୍ଷୀରେ ପରଜଙ୍ଗ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଙ୍କଡ଼ାହାଡ଼ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପରଜଙ୍ଗ ନିର୍ବାଚନ ମଣ୍ଡଳୀର କଂଗ୍ରେସ ଦଳର ଯୁବ ନେତା ତଥା ଜିଲ୍ଲା ଉପସଭାପତି ରଞ୍ଜିତ କୁମାର ସାହୁ (ଟୁଟୁ) ଙ୍କ ନେତୃତ୍ୱରେ ଚାରି ଶହରୁ ଉର୍ଦ୍ଧ୍ବ କର୍ମୀ ଉପସ୍ଥିତ ରହି ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।କେନ୍ଦ୍ର ଶାସିତ ବିଜେପି ସରକାର ଓ ରାଜ୍ୟରେ ବିଜେଡ଼ି ସରକାର ବିରୋଧରେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ କର୍ମୀ ମାନେ ହାତରେ ଦଳୀୟ ପତାକା ଓ ବ୍ୟାନର ତଳେ ନିଜର ଦାବୀ ଉପରେ ନାରାବାଜି କରିଥିଲେ ।ଦଳ ପକ୍ଷରୁ ଯେଉଁ ୯ ଦଫା ସମ୍ବଳିତ ଦାବୀ ରହିଛି ସେଥି ମଧ୍ୟରେ ବ୍ଲକ ସ୍ତରରେ ପିସି କାରବାର ରୋକିବା ,ଆବାସ ଗୃହ ଦୁର୍ନୀତି ,ଦରଦାମ ବୃଦ୍ଧି,ଚାଷୀ ମାରଣାନୀତି ,ନାରୀ ନିର୍ଯାତନା ,ବେକାରୀ ସମସ୍ୟା, ଅତ୍ୟାବଶ୍ୟକୀୟ ସାମଗ୍ରୀ ଉପରେ ଦରଦାମ ବୃଦ୍ଧି ,ତୈଳଜାତ ଦ୍ରବ୍ୟର ଦରଦାମ ,ବିଦ୍ୟୁତ୍ ଉପଭୋକ୍ତାଙ୍କ ଠାରୁ ଟାଟା କମ୍ପାନୀର ମାରଣାନୀତି ପ୍ରଭୃତି ଦାବୀ ରହିଥିଲା ।ସେହି ସମସ୍ତ ଦାବୀ ଉପରେ ବ୍ଲକ ବିଡ଼ିଓଙ୍କ ଜରିଆରେ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ହସ୍ତାନ୍ତର କରିଥିଲେ ।ଉକ୍ତ କାର୍ଯ୍ୟକ୍ରମରେ ବ୍ଲକ ସଭାପତି ଧନେଶ୍ଵର ସାହୁ ,ପରଜଙ୍ଗ ବ୍ଲକ ପ୍ରାକ୍ତନ ସଭାପତି ବିଜୟ ଶ୍ରୀ ରାଉତରାୟ ,ଜିଲ୍ଲା ସମ୍ପାଦକ ବିଜୟାନନ୍ଦ ପଣ୍ଡା , ସେବାଦଳର ସଦସ୍ୟ ସୁଧାକର ବେହେରାଙ୍କ ସମେତ ଚାରି ଶହରୁ ଊର୍ଦ୍ଧ୍ବ ଦଳୀୟ କର୍ମୀ ଉପସ୍ଥିତ ଥିଲେ ।କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହେବା ପାଇଁ ପୋଲିସ ମୁତୟନ ହୋଇଥିଲେ ।