୭୮ତମ ସ୍ବାଧିନତା ଦିବସ ପାଳନ ପ୍ରସ୍ତୁତି ବୈଠକ।

NEWS BY:- RUKSANA BEGUM

କାମାକ୍ଷାନଗର:01/08/24BNO:- ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ପ୍ରଶାସନ ଓ ସୂଚନା ଲୋକସଂପର୍କ ବିଭାଗ ର ଆୟୋଜନରେ ବ୍ଲକ ସଭାଗୃହରେ ୭୮ତମ ସ୍ବାଧୀନତା ଦିବସ ପାଳନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଅଛି । ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଉକ୍ତ ବୈଠକରେ ସହକାରୀ ଜିଲ୍ଲାପାଳ ଜ୍ୟୋତି ରୂପା ଶତପଥି, ତହସିଲଦାର ପ୍ରିୟବ୍ରତ ଦାସ, ଉପଖଣ୍ଡ ଚିକିତ୍ସା ଅଧିକାରୀ ଡଃ ଦିଗମ୍ବର ସାହୁ, ଏନ୍ ଏ ସି ନିର୍ବାହୀ ଅଧିକାରୀ, ଯତିନ୍ଦ୍ର କୁମାର ମିଶ୍ର ଓ ଓକିଲ ସଂଘ ସଭାପତିଧର୍ମାନନ୍ଦ ମଲ୍ଲିକ ଉପସ୍ଥିତ ଥାଇ ଚଳିତ ବର୍ଷର କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯାଇଛି । ବିଭିନ୍ନ ବିଭାଗର ଅଧିକାରୀ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ, ଅଧ୍ୟାପକ ଓ ଅଧ୍ୟାପିକା ମାନେ ସାମିଲ ଥିଲେ । ଜଳ ଯୋଗାଣ ,ବିଦ୍ୟୁତ ବିଭାଗ, ସ୍ବାସ୍ଥ୍ୟ, ପୋଲିସ ପ୍ରଶାସନ  ଜରୁରୀ ପରିସ୍ଥିତିରେ ଅଗ୍ନିଶମ ବିଭାଗ ଟ୍ରାଫିକ ସମାସ୍ୟା  ଓ ଛାତ୍ରଛାତ୍ରୀ ଙ୍କ ପ୍ୟାରେଡ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ସିମୀତ ସମୟ ମଧ୍ୟରେ ନୃତ୍ୟ, ସାମୁହିକ ନୃତ୍ୟ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ସ୍ବାଧୀନତା ଦିବସ ପୂର୍ବଦିନ କଳ୍ପନା କ୍ଲବ ଠାରୁ ସଂଧ୍ୟାରେ ମଶାଲଶୋଭାଯାତ୍ରା ଅନୁଷ୍ଠିତ ହେବ । ବିଭିନ୍ନ ବିଭାଗର ଛାତ୍ରଛାତ୍ରୀ ମାନେ ପ୍ୟାରେଡ ରେ ଅଂଶ ଗ୍ରହଣ କରିବେ । ଛୋଟ ଛୋଟ ପିଲାମାନଙ୍କୁ ପ୍ୟାରେଡ ଅଂଶ ଗ୍ରହଣ ବାରଣ କରାଯାଇଛି । ନିର୍ଦ୍ଧାରିତ କରାଯାଇଥିବା ଦିନ ମଧ୍ୟରେ କୃତିତ୍ଵ ପ୍ରତିଯୋଗିତା କରାଯିବ । ବିଚାରକ ମଣ୍ଡଳୀ ଦ୍ବାରା ଚୟନ କୃତି ପ୍ରତିଯୋଗୀମାନଙ୍କୁ ସମ୍ମାନିତ କରାଯିବ । ଏହି ବୈଠକ ରେ ସହରର ବୁଦ୍ଧିଜୀବୀ, ଆଇନଜିବୀ, ଗଣମାଧ୍ୟମ ପ୍ରତିନିଧି ଓ ସରକାରୀ କର୍ମଚାରୀ ମାନେ ଯୋଗ ଦେଇଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *